ନୂଆଦିଲ୍ଲୀ: ପିଏମ କିସାନ୍ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଛନ୍ତି । ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ୍ ନିଧି ଯୋଜନା (Pradhan Mantri Kisan Samman Nidhi scheme) ର ସପ୍ତମ କିସ୍ତି ଡିସେମ୍ବର ୨ ତାରିଖରୁ ଆରମ୍ଭ ହେବ । ମାତ୍ର ୬ ଦିନ ପରେ ସରକାର ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବେ । ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ତିନି କିସ୍ତିରେ ୬୦୦୦ ଟଙ୍କା ଦିଆଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ୬ଟି କିସ୍ତି ଚାଷୀଙ୍କୁ ପଠାଯାଇଛି । ଗତ ୨୩ ମାସ ମଧ୍ୟରେ କେନ୍ଦ୍ର ସରକାର ୧୧.୧୭ କୋଟି ଚାଷୀଙ୍କୁ ସିଧାସଳଖ ୯୫ କୋଟିରୁ ଅଧିକ ସହାୟତା ପ୍ରଦାନ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର


ଆପଣଙ୍କୁ କହି ରଖୁଛୁ ଯେ, ଅନେକ ଥର ଚାଷୀମାନେ ଏହି ଯୋଜନା ଅଧୀନରେ ନିଜକୁ ପଞ୍ଜୀକୃତ କରାନ୍ତି, କିନ୍ତୁ ରାଶି ସେମାନଙ୍କ ଆକାଉଣ୍ଟରେ ଆସେ ନାହିଁ । ଯଦି ଏହା ମଧ୍ୟ ଆପଣଙ୍କ ସହିତ ପୂର୍ବରୁ ଘଟିଛି, ତେବେ ଆପଣଙ୍କର ନାମ ଅଛି କି ନାହିଁ ତୁରନ୍ତ ଏହି ତାଲିକାକୁ ଦେଖି ନିଅନ୍ତୁ । ବର୍ତ୍ତମାନ ଆପଣ ଘରେ ବସି ଅତି ସହଜରେ ଜାଣିପାରିବେ କି ପିଏମ କିସାନ ସମ୍ମାନ ନିଧିର ଟଙ୍କା ଆପଣଙ୍କୁ ପଠାଯାଇଛି କି ନାହିଁ ।


ଠିକ କରି ନିଅନ୍ତୁ ନିଜର ରେକର୍ଡ 


ଯେଉଁ ଚାଷୀଙ୍କ ଆକାଉଣ୍ଟରେ କୌଣସି ଟଙ୍କା ଆସି ନାହିଁ । ସେମାନେ ମଧ୍ୟ ନିଜର ରେକର୍ଡ ଯାଞ୍ଚ କରିବା ଉଚିତ । ଯଦି ଆଧାର, ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ କିଛି ଭୁଲ ଅଛି, ତେବେ ଏହାକୁ ସଂଶୋଧନ କରନ୍ତୁ । ଯାହାଫଳରେ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯଦି ରେକର୍ଡରେ କୌଣସି ତ୍ରୁଟି ଅଛି ତେବେ ଆପଣ ଏହି ଯୋଜନାର ଲାଭ ପାଇବେ ନାହିଁ । ପୂର୍ବରୁ ୧.୩ କୋଟି ଚାଷୀଙ୍କୁ ଆବେଦନ କରିବା ପରେ ମଧ୍ୟ ସେମାନେ ଟଙ୍କା ପାଇପାରିନଥିଲେ । କାରଣ ସେମାନଙ୍କ ରେକର୍ଡରେ ତ୍ରୁଟି ଅଛି କିମ୍ବା ଆଧାର କାର୍ଡ ନାହିଁ ।


ଅଧିକ ପଢ଼ନ୍ତୁ:-ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଚୀନ! ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ଜିନପିଙ୍ଗ


କିପରି କରିବେ ରେକର୍ଡ ଚେକ୍ 


ପିଏମ କିସାନ ସମ୍ମାନ ନିଧି ସ୍କିମର (PM Kisan Samman Nidhi Scheme) ର ୱେବସାଇଟ୍ (pmkisan.gov.in) କୁ ଲଗ୍ ଇନ୍ କରନ୍ତୁ । ଏହା ପରେ ଏଥିରେ ଦିଆଯାଇଥିବା 'Farmers Corner' ଟ୍ୟାବରେ କ୍ଲିକ୍ କରନ୍ତୁ । ଯଦି ଆପଣ ପୂର୍ବରୁ ଆବେଦନ କରିଛନ୍ତି ଏବଂ ଆପଣଙ୍କର ଆଧାର ସଠିକ୍ ଭାବରେ ଅପଲୋଡ୍ ହୋଇନାହିଁ କିମ୍ବା କୌଣସି କାରଣରୁ ଆଧାର ନମ୍ବର ଭୁଲ୍ ଭାବରେ ରେକର୍ଡ କରାଯାଇଛି । ତେବେ ଏହାର ସୂଚନା ଏଥିରେ ମିଳିବ । ନାଁର ବନାନକୁ ମଧ୍ୟ ଯାଞ୍ଚ କରନ୍ତୁ ।


ଏହି ହେଲ୍ପଲାଇନ ନମ୍ବରରେ ସାହାଯ୍ୟ ନିଅନ୍ତୁ 


ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି)ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092)ରେ କଥା ହୁଅନ୍ତୁ ।


ଅଧିକ ପଢ଼ନ୍ତୁ:-ଚୀନରୁ ବ୍ୟାପି ନାହିଁ କୋରୋନା ଭୂତାଣୁ, ଏହା କହିବା ଅତ୍ୟନ୍ତ କଷ୍ଟକର: WHO


ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାର ଏହା ହେଉଛି ସୁବିଧା 


ଆପଣଙ୍କୁ କହି ରଖୁଛୁ ଯେ ଏହା ମୋଦି ସରକାରଙ୍କ ସବୁଠାରୁ ବଡ କୃଷକ ଯୋଜନା । ତେଣୁ ଚାଷୀଙ୍କୁ ଅନେକ ପ୍ରକାରର ସୁବିଧା ମଧ୍ୟ ଦିଆଯାଇଛି । ଏଥିରେ ଏକ ହେଲ୍ପଲାଇନ ନମ୍ବର ଅଛି । ଯାହା ମାଧ୍ୟମରେ ଦେଶର ଯେକୌଣସି କ୍ଷେତ୍ରର କୃଷକମାନେ ସିଧାସଳଖ କୃଷି ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିପାରିବେ ।


ପିଏମ କିସାନ ଟୋଲ୍ ଫ୍ରି ନମ୍ବର: 18001155266 


ପିଏମ କିସାନ ହେଲ୍ପଲାଇନ ନମ୍ବର: 155261


ପିଏମ କିସାନ ଲ୍ୟାଣ୍ଡଲାଇନ୍ ନମ୍ବର: 011—23381092, 23382401


ପିଏମ କିସାନର ନୂତନ ହେଲ୍ପଲାଇନ: 011-24300606 


ପିଏମ କିସାନର ଆଉ ଏକ ହେଲ୍ପଲାଇନ: 0120-6025109 


ଇ-ମେଲ୍ ଆଇଡି: pmkisan-ict @ gov.in


ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ୍ ଯୋଜନାରେ କେନ୍ଦ୍ର ସରକାର ଏହି ଟଙ୍କାକୁ ତିନୋଟି କିସ୍ତିରେ ପଠାଇଛନ୍ତି । ପ୍ରଥମ କିସ୍ତି ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥିବାବେଳେ ଦ୍ୱିତୀୟ କିସ୍ତି ଏପ୍ରିଲ ୧ରୁ ଜୁଲାଇ ୩୧ ମଧ୍ୟରେ ଏବଂ ତୃତୀୟ କିସ୍ତି ଅଗଷ୍ଟ ୧ରୁ ନଭେମ୍ବର ୩୦ ମଧ୍ୟରେ ଚାଷୀଙ୍କ ଖାତାରେ ଟ୍ରାନ୍ସଫର କରିଦିଆଯାଇଥାଏ । ଯଦି ଡକ୍ୟୁମେଣ୍ଟଗୁଡିକ ସଠିକ୍ ରହେ, ତେବେ ସମସ୍ତ  ୧୧.୧୭ କୋଟି ପଞ୍ଜୀକୃତ ଚାଷୀଙ୍କୁ ସପ୍ତମ କିସ୍ତିର ଲାଭ ମିଳିବ ।