ନୂଆଦିଲ୍ଲୀ: ମୋଦି ସରକାର (Modi Govt) ଅଗଷ୍ଟ ୯ରେ ୮.୫ କୋଟି ଚାଷୀ (Farmers) ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୭ ହଜାର କୋଟି ଟ୍ରାନ୍ସଫର କରିଥିଲେ । ଏହା ପରେ ଆଗାମୀ ୨୦ ଦିନ ମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଆହୁରି ୩୦ ଲକ୍ଷ ଚାଷୀଙ୍କୁ ୨-୨ ହଜାର ଟଙ୍କା ପଠାଇଛି । ବର୍ତ୍ତମାନ ଆମେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ୍ ନିଧି ଯୋଜନା (Pradhan Mantri kisan Samman Nidhi Scheme) ବିଷୟରେ କହୁଛୁ । ଏହା ସହିତ ଏହି ମାସରେ ୮ କୋଟି ୮୧ ଲକ୍ଷ ଲାଭାର୍ଥୀ ହୋଇଯାଇଛନ୍ତି । ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିନାହିଁ, ତେବେ ଏଥିରେ କୌଣସି ଭୁଲ ଅଛି କି ନାହିଁ ତାହା ଜାଣିବା ପାଇଁ ରେକର୍ଡ ଯାଞ୍ଚ କରନ୍ତୁ । କାରଣ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଆଉ ପ୍ରାୟ ୨.୫ କୋଟି ଚାଷୀଙ୍କୁ ଟଙ୍କା ମିଳିବାର ସମ୍ଭାବନା ରହିଛି । ଅର୍ଥାତ୍ ଟଙ୍କା ପାଇବା ସମ୍ଭାବନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟରେ ହୋଇସାରିଛି ଆସନ ବୁଝାମଣା ! ଜାଣନ୍ତୁ କାହାକୁ କେତେ ମିଳିଛି ଆସନ


କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଅଗଷ୍ଟ ୩୦ ପର୍ଯ୍ୟନ୍ତ ଦେଶର ପ୍ରାୟ ୧୦ କୋଟି ୫୦ ଲକ୍ଷ ଚାଷୀ ଏହି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିଲେ । ଏମାନେ ହେଉଛନ୍ତି ସେହି ଚାଷୀ, ଯେଉଁମାନଙ୍କ କାଗଜପତ୍ର ଠିକ ରହିଛି । ଏହି ଯୋଜନା ମାଧ୍ୟମରେ ସରକାର ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେଇ ଅଧିକରୁ ଅଧିକ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଚାହୁଁଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ମୋଦି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।


ଠିକ କରି ନିଅନ୍ତୁ ନିଜର ରେକର୍ଡ 


ଯେଉଁ ଚାଷୀଙ୍କ ଆକାଉଣ୍ଟରେ କୌଣସି ଟଙ୍କା ଆସି ନାହିଁ । ସେମାନେ ମଧ୍ୟ ନିଜର ରେକର୍ଡ ଯାଞ୍ଚ କରିବା ଉଚିତ । ଯଦି ଆଧାର, ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ କିଛି ଭୁଲ ଅଛି, ତେବେ ଏହାକୁ ସଂଶୋଧନ କରନ୍ତୁ । ଯାହାଫଳରେ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯଦି ରେକର୍ଡରେ କୌଣସି ତ୍ରୁଟି ଅଛି ତେବେ ଆପଣ ଏହି ଯୋଜନାର ଲାଭ ପାଇବେ ନାହିଁ । ପୂର୍ବରୁ ୧.୩ କୋଟି ଚାଷୀଙ୍କୁ ଆବେଦନ କରିବା ପରେ ମଧ୍ୟ ସେମାନେ ଟଙ୍କା ପାଇପାରିନଥିଲେ । କାରଣ ସେମାନଙ୍କ ରେକର୍ଡରେ ତ୍ରୁଟି ଅଛି କିମ୍ବା ଆଧାର କାର୍ଡ ନାହିଁ ।


ଅଧିକ ପଢ଼ନ୍ତୁ:-ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ


କିପରି କରିବେ ରେକର୍ଡ ଚେକ୍ 


ପିଏମ କିସାନ ସମ୍ମାନ ନିଧି ସ୍କିମର (PM Kisan Samman Nidhi Scheme) ର ୱେବସାଇଟ୍ (pmkisan.gov.in) କୁ ଲଗ୍ ଇନ୍ କରନ୍ତୁ । ଏହା ପରେ ଏଥିରେ ଦିଆଯାଇଥିବା 'Farmers Corner' ଟ୍ୟାବରେ କ୍ଲିକ୍ କରନ୍ତୁ । ଯଦି ଆପଣ ପୂର୍ବରୁ ଆବେଦନ କରିଛନ୍ତି ଏବଂ ଆପଣଙ୍କର ଆଧାର ସଠିକ୍ ଭାବରେ ଅପଲୋଡ୍ ହୋଇନାହିଁ କିମ୍ବା କୌଣସି କାରଣରୁ ଆଧାର ନମ୍ବର ଭୁଲ୍ ଭାବରେ ରେକର୍ଡ କରାଯାଇଛି । ତେବେ ଏହାର ସୂଚନା ଏଥିରେ ମିଳିବ । ନାଁର ବନାନକୁ ମଧ୍ୟ ଯାଞ୍ଚ କରନ୍ତୁ ।


ଅଧିକ ପଢ଼ନ୍ତୁ:-ମାଗଣା ଗ୍ୟାସ ସିଲିଣ୍ଡର ପାଇବାର ଶେଷ ସୁଯୋଗ, ଜାଣନ୍ତୁ କେମିତି ଉଠାଇବେ ଲାଭ


ଏହି ହେଲ୍ପଲାଇନ ନମ୍ବରରେ ସାହାଯ୍ୟ ନିଅନ୍ତୁ 


ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି)ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092)ରେ କଥା ହୁଅନ୍ତୁ ।