Pradhan Mantri Ujjwala Yojana: ମାଗଣା ଗ୍ୟାସ ସିଲିଣ୍ଡର ପାଇବାର ଶେଷ ସୁଯୋଗ, ଜାଣନ୍ତୁ କେମିତି ଉଠାଇବେ ଲାଭ
Advertisement

Pradhan Mantri Ujjwala Yojana: ମାଗଣା ଗ୍ୟାସ ସିଲିଣ୍ଡର ପାଇବାର ଶେଷ ସୁଯୋଗ, ଜାଣନ୍ତୁ କେମିତି ଉଠାଇବେ ଲାଭ

ଏହି ଯୋଜନା ଅଧୀନରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଉଛି । ଏହି ଯୋଜନା ଦେଶରେ ସ୍ୱଚ୍ଛ ଉର୍ଜାକୁ ପ୍ରୋତ୍ସାହିତ କରୁଛି ।

Pradhan Mantri Ujjwala Yojana: ମାଗଣା ଗ୍ୟାସ ସିଲିଣ୍ଡର ପାଇବାର ଶେଷ ସୁଯୋଗ, ଜାଣନ୍ତୁ କେମିତି ଉଠାଇବେ ଲାଭ

ତମାଲ ବାକଚି, ନୂଆଦିଲ୍ଲୀ: Pradhan Mantri Ujjwala Yojana, Free Gas Cylinder: ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ମାଗଣା ସିଲିଣ୍ଡର ପାଇବାର ଏହା ହେଉଛି ଶେଷ ମାସ । ଏହି ଯୋଜନା ଅଧୀନରେ ସେପ୍ଟେମ୍ବର ମାସରେ ବିପିଏଲ (BPL) ଶ୍ରେଣୀର ଲୋକଙ୍କୁ ସରକାର ମାଗଣା ସିଲିଣ୍ଡର ଦେଉଛନ୍ତି । ୨୦୧୬ରେ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ଉପକୃତ ହୋଇଛନ୍ତି ।

ଏହି ଯୋଜନା ଅଧୀନରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଉଛି । ଏହି ଯୋଜନା ଦେଶରେ ସ୍ୱଚ୍ଛ ଉର୍ଜାକୁ ପ୍ରୋତ୍ସାହିତ କରୁଛି । ଏହା ବ୍ୟତୀତ ସ୍ୱଳ୍ପ ଆୟକାରୀ ପରିବାର ଯାଏ ଗ୍ୟାସ ସିଲିଣ୍ଡର ପହଞ୍ଚାଇବାକୁ ମଧ୍ୟ ପ୍ରତ୍ସାହିତ କରାଯାଉଛି । କୋରୋନା ସଙ୍କଟ ଯୋଗୁଁ ସରକାର ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣା ସଂଯୋଗ ଦେବା ପାଇଁ ସମୟସୀମା ବୃଦ୍ଧି କରିଥିଲେ । ତେଣୁ ବର୍ତ୍ତମାନ ଏହି ଯୋଜନାର ଲାଭ ଉଠାଇବାକୁ ଲୋକଙ୍କ ପାଖରେ ଏହି ମାସ(ସେପ୍ଟେମ୍ୱର) ମାସ ବାକି ଅଛି ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ସେପ୍ଟେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଏହି ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପରିବାରମାନଙ୍କୁ LPG ସାହାଯ୍ୟରେ ରୋଷେଇ କରିବାକୁ ପ୍ରତ୍ସାହିତ କରିବା । ଯାହା କାଠ ଚୁଲି ଅପେକ୍ଷା ବହୁତ କମ୍ ପ୍ରଦୂଷଣ କରିଥାଏ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସହଯୋଗରେ ପରିଚାଳିତ ଏହି ଯୋଜନାର ବିଶେଷ ଧ୍ୟାନ ମହିଳାମାନଙ୍କ ଉପରେ ରହିଛି । ବିପିଏଲ ପରିବାର (BPL Family) ର ଯେକୌଣସି ମହିଳା ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଏକ KYC ଫର୍ମ ପୂରଣ କରିବାକୁ ହେବ । ଏହାକୁ ନିକଟତମ LPG କେନ୍ଦ୍ରରେ ଜମା କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ

ପଞ୍ଜୀକରଣ ପାଇଁ ଆପଣଙ୍କୁ କିଛି ଡକ୍ୟୁମେଣ୍ଟ୍ ପାଇଁ ମଗାଯିବ । ଯାହା ପରେ ଆପଣ ଏହି ଯୋଜନାରେ ସାମିଲ ହୋଇ ସହଜରେ ଲାଭ ଉଠାଇ ପାରିବେ । ମୋବାଇଲ୍ ନମ୍ବର, ପାସପୋର୍ଟ ସାଇଜ୍ ଫଟୋ, ବିପିଏଲ୍ କାର୍ଡ, ଆଧାର କାର୍ଡ, ବୟସ ପ୍ରମାଣପତ୍ର, ବିପିଏଲ ତାଲିକାରେ ନାମ ପ୍ରିଣ୍ଟ, ବ୍ୟାଙ୍କ ପାସବୁକର ଫଟୋ କପି ଏବଂ ରେସନ କାର୍ଡର ଫଟୋ କପି ପରି ଡକ୍ୟୁମେଣ୍ଟର ଆବଶ୍ୟକତା ହୋଇଥାଏ ।