ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)   ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath)  ଙ୍କୁ ଜଣେ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟରୁ ବୋମାରେ ଉଡ଼ାଇବାର ଧମକ ଦିଆଯାଇଛି । ରବିବାର ଏହି ଧମକ ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।


COMMERCIAL BREAK
SCROLL TO CONTINUE READING

ଟ୍ୱିଟରରେ ମିଳିଲା ଧମକ


ଡେପୁଟି କମିଶନର ପୋଲିସ (କ୍ରାଇମ) ପ୍ରମୋଦ କୁମାର ତିୱାରୀ କହିଛନ୍ତି ଯେ, "ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଆମକୁ UP-112 (ପୋଲିସ ହେଲ୍ପଲାଇନ) ରୁ ସୂଚନା ମିଳିଛି । ଟ୍ୱିଟରରେ କେହି ଜଣେ ମଜାକ କରିଛନ୍ତି ।"


ଧମକପୂର୍ଣ୍ଣ ଆକାଉଣ୍ଟ ପେକ୍ ହେବାର ଅଛି ସମ୍ଭାବନା


ଟ୍ୱିଟରରେ ଏହି ଧମକ ଦେଇଥିବା ବ୍ୟକ୍ତିଙ୍କ ନାମ ଯେତେବେଳେ ପଚରାଗଲା, ପ୍ରମୋଦ ତିୱାରୀ ଆଶଙ୍କା କରିଥିଲେ ଯେ ଏହା ଏକ ଜାଲିଆତି ଓ ଭୁଲ ନାମ ବ୍ୟବହାର କରି ସୃଷ୍ଟି ହୋଇଥିବା ଟ୍ୱିଟର ଆକାଉଣ୍ଟରୁ ହୋଇପାରେ, ତେଣୁ ଯାଞ୍ଚ ନହେବା ପର୍ଯ୍ୟନ୍ତ ଓ ମଜାକ କରିଥିବା ପ୍ରକୃତ ବ୍ୟକ୍ତିଙ୍କ ନାମ ଜଣା ନ ପଡ଼ିବା ପର୍ଯ୍ୟନ୍ତ କାହାର ନାମ ନେବା ଠିକ୍ ନୁହେଁ । ଏ ସମ୍ପର୍କରେ ପୋଲିସ ଟ୍ୱିଟରରୁ ସୂଚନା ମାଗିଛି ।


ପୂର୍ବରୁ ଅନେକ ଥର ମଳିଥିଲା ଧମକ 


ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନେକ ଥର ଧମକ ମିଳିବା ସହିତ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦିଆଯାଇଛି । ଯେଉଁଥିରେ ପୋଲିସ ମାମଲା ରୁଜୁ କରିବା ସହିତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଥିଲା ।


ଏହା ବି ପଢ଼ନ୍ତୁ:-ପଶୁଙ୍କ ମୃତ୍ୟୁରେ ଲୁହ ଝରାନ୍ତି ନେତା, ୬୦୦ କୃଷକଙ୍କ ମୃତ୍ୟୁ ଉପରେ କାହିଁକି ଅଛନ୍ତି ଚୁପ୍?: ମେଘାଳୟ ରାଜ୍ୟପାଳ


ଏହା ବି ପଢ଼ନ୍ତୁ:-ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍