Trending Photos
ଚେନ୍ନାଇ: ମନ୍ଦିରକୁ ଆସିଥିବା ଜଣେ ଭକ୍ତଙ୍କ ଆଇଫୋନ ମନ୍ଦିର ନିକଟରେ ଥିବା ଦାନ ବାକ୍ସରେ ଖସିପଡିଥିଲା । ଏହା ପରେ ଯେତେବେଳେ ଭକ୍ତଜଣକ ଆଇଫୋନ୍ ଫେରସ୍ତ କରିବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କଲେ ସେତେବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଆଇଫୋନ ଫେରାଇବାକୁ ମନା କରାଯାଇଥିଲା । ତାହା ବର୍ତ୍ତମାନ ମନ୍ଦିରର ସମ୍ପତ୍ତି ହୋଇସାରିଛନ୍ତି ବୋଲି ଭକ୍ତଙ୍କୁ କୁହାଗଲା । ଭକ୍ତଙ୍କ ଦାବିକୁ ବିଭାଗ ପ୍ରତ୍ୟାଖ୍ୟାନ କରିଛି।
ଭୁଲ ବୁଝାମଣା ପରେ ଦୀନେଶ ନାମକ ଭକ୍ତ ତିରୁପୁରରେ ଅବସ୍ଥିତ ଶ୍ରୀ କନ୍ଦସ୍ୱାମୀ ମନ୍ଦିରର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଦାନ କରିବା ସମୟରେ ସେ ଅଜାଣତରେ ନିଜ ଆଇଫୋନକୁ ଦାନ ବାକ୍ସରେ ପକାଇ ଦେଇଥିବା କହିଥିଲେ । ଏଥିସହ ସେ ତାଙ୍କ ଫୋନକୁ ଫେରସ୍ତ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। ଘଟଣା ପରେ ଶୁକ୍ରବାର ଦିନ ଦାନ ବାକ୍ସ ଖୋଲାଯାଇଥିଲା । ମନ୍ଦିର ପ୍ରଶାସନ ଦୀନେଶଙ୍କ ସହ ଯୋଗାଯୋଗ କରିଥିଲେ। ମନ୍ଦିର ପ୍ରଶାସନର କହିବା ଅନୁଯାୟୀ, ଦାନ ବାକ୍ସରୁ ଫୋନ୍ ମିଳିଛି ଏବଂ ଭକ୍ତଙ୍କୁ କେବଳ ଫୋନର ଡାଟା ଦିଆଯାଇପାରିବ । ତେବେ ଦୀନେଶ ଫୋନର ଡାଟା ଗ୍ରହଣ କରିବାକୁ ମନା କରି ଫୋନକୁ ଫେରାଇବାକୁ ଅନୁରୋଧ କରିଥିଲେ ।
ଶନିବାର ଦିନ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, “ଦାନ ବାକ୍ସରେ ଯାହା ଜମା ହୁଏ ତାହା ମନ୍ଦିର ଆକାଉଣ୍ଟକୁ ଯାଏ'' ଯଦିଓ ଏହା ସ୍ୱେଚ୍ଛାକୃତ ଭାବେ ଦିଆଯାଇନାହିଁ ତଥାବି ଏହା ମନ୍ଦିରର । ପ୍ରଶାସନ କହିଛି “ମନ୍ଦିରର ରୀତିନୀତି ଏବଂ ପରମ୍ପରା ଅନୁଯାୟୀ, ଦାନ ବାକ୍ସରେ ଦିଆଯାଇଥିବା କୌଣସି ଜିନିଷ ସିଧାସଳଖ ସେହି ମନ୍ଦିର ଦେବତାଙ୍କ ଆକାଉଣ୍ଟକୁ ଯାଇଥାଏ। ନିୟମ ଅନୁଯାୟୀ, ଭକ୍ତମାନଙ୍କୁ ନୈବେଦ୍ୟ ଫେରାଇବାକୁ ଅନୁମତି ଦିଆଯାଇ ନାହିଁ। ” ତେବେ ଭକ୍ତଙ୍କୁ କ୍ଷତିପୂରଣ ଦେବାର ସମ୍ଭାବନା ଅଛି କି ନାହିଁ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ବିଚାର ବିମର୍ଶ ପରେ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ଆପଣଙ୍କୁ କହିରଖୁଛୁ ଯେ, ଏହା ପ୍ରଥମ ଘଟଣା ନୁହେଁ। ହିନ୍ଦୁ ଧାର୍ମିକ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ମେ 2023 ରେ, କେରଳର ଜଣେ ଭକ୍ତ ସଂଗୀତା ନିଜ ସୁନା ଚେନ୍ ଅଜାଣତରେ ମନ୍ଦିର ଦାନ ବାକ୍ସରେ ପକାଇ ଦେଇଥିଲେ । ତେବେ ତାଙ୍କ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ସିସିଟିଭି ଫୁଟେଜରୁ ଚେନ୍ ହଠାତ୍ ଖସିଯାଇଥିବାର ନିଶ୍ଚିତ କରିବା ପରେ ମନ୍ଦିର ଟ୍ରଷ୍ଟି ବୋର୍ଡର ଚେୟାରମ୍ୟାନ୍ ବ୍ୟକ୍ତିଗତ ଖର୍ଚ୍ଚରେ ସମାନ ମୂଲ୍ୟର ଏକ ନୂଆ ସୁନା ଚେନ୍ କିଣି ଭକ୍ତଙ୍କୁ ଦେଇଥିଲେ। ଅଧିକାରୀ କହିଛନ୍ତି ଯେ, ହୁଣ୍ଡି ପ୍ରତିଷ୍ଠା, ସୁରକ୍ଷା ଏବଂ ଆକାଉଣ୍ଟସ୍ ନିୟମ, 1975 ଅନୁଯାୟୀ, ହୁଣ୍ଡିରେ ଦିଆଯାଇଥିବା କୌଣସି ଜିନିଷ ଭକ୍ତଙ୍କୁ ଫେରସ୍ତ କରାଯାଇପାରିବ ନାହିଁ।
Also Read- Gold: ସୁନାର ଚମକ ଆଗରେ ଫିକା ପଡିଲା ଷ୍ଟକ ମାର୍କେଟ୍, ଜାଣନ୍ତୁ କେତେ ମିଳିଛି ରିଟର୍ଣ୍ଣ
Also Read- Ekaki Yog Effect: ଡିସେମ୍ୱର ୨୧ ଏବଂ ୨୨ରେ ଏକାକୀ ଯୋଗ, ଜାଣନ୍ତୁ କଣ ରହିବ ପ୍ରଭାବ