PM Modi Mother Passed Away: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ମା' ହୀରାବେନ ମୋଦିଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ହୀରାବେନ ମୋଦି (Heeraben Modi) ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବୁଧବାର ଅହମ୍ମଦାବାଦ ସ୍ଥିତ ୟୁଏନ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି (PM Modi) ଟ୍ୱିଟ୍ କରି ତାଙ୍କ ମା’ଙ୍କ ନିଧନ (Heeraben Modi Passed Away) ଖବର ଦେଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ନିଜ ମା’ ହୀରାବେନ ମୋଦି (Heeraben Modi) ଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି (PM Modi) ଲେଖିଛନ୍ତି ଯେ, "ଗୌରବମୟ ଶତାବ୍ଦୀର ଭଗବାନଙ୍କ ପାଦତଳେ ବିରାମ... ମା'ଙ୍କ ମଧ୍ୟରେ ମୁଁ ସର୍ବଦା ସେହି ତ୍ରିମୂର୍ତ୍ତୀଙ୍କୁ ଅନୁଭବ କରିଛି, ଯେଉଁଥିରେ ଏକ ତପସ୍ୱୀଙ୍କ ଯାତ୍ରା, ନିଷ୍କାମ କର୍ମାଯୋଗୀଙ୍କ ପ୍ରତୀକ ଏବଂ ମୂଲ୍ୟବୋଧର ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ କରିଛି । ଯେତେବେଳେ ମୁଁ ତାଙ୍କ ୧୦୦ ତମ ଜନ୍ମଦିନରେ ତାଙ୍କୁ ଭେଟିଥିଲି, ସେ ଗୋଟିଏ କଥା କହିଥିଲେ, ଯାହା ସର୍ବଦା ମନେ ରହିଥାଏ କି 'ବୃଦ୍ଧି ସହିତ କାମ କର, ଶୁଦ୍ଧତା ସହିତ ବଞ୍ଚ' ଅର୍ଥାତ କାମ କର ବୃଦ୍ଧି ସହିତ ଓ ଜୀବନ ବଞ୍ଚ ଶୁଦ୍ଧତା ସହିତ ।'"


ପୁଅ ପାଇଁ ଭବିଷ୍ୟବାଣୀ


ଏହାକୁ ଜଣେ ମା'ଙ୍କ ପ୍ରାର୍ଥନାର ପ୍ରଭାବ କୁହାଯିବା ନା ଭବିଷ୍ୟବାଣୀ କିମ୍ବା ନରେନ୍ଦ୍ର ମୋଦି (Narendra Modi) ଙ୍କ କଠିନ ପରିଶ୍ରମର ପ୍ରଭାବ ବୋଲି କୁହାଯିବ ନା ଏହାକୁ ଏହି ତିନୋଟି କାରଣର ପ୍ରଭାବ ବୋଲି କହିବା । ହୀରାବେନ ମୋଦି (Heeraben Modi)  ୨୦୦୨ ମସିହାରେ କହିଥିଲେ ଯେ, ଦିନେ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବେ ।


ଗୁଜରାଟର ବରିଷ୍ଠ ସାମ୍ବାଦିକ ଭାର୍ଗବ ପାରେଖ ହୀରାବେନ ମୋଦିଙ୍କ ତିନିଥର ସାକ୍ଷାତକାର ନେଇସାରିଛନ୍ତି । ସେ ବୋଧହୁଏ ଏକମାତ୍ର ସାମ୍ବାଦିକ ହୋଇଥିବେ କିମ୍ବା ସେ ହୀରାବେନ ମୋଦିଙ୍କୁ ସାକ୍ଷାତକାର ନେଇଥିବାର ସୁଯୋଗ ପାଇଥିବା ଅଳ୍ପ କିଛି ସାମ୍ବାଦିକଙ୍କ ମଧ୍ୟରେ ଜଣେ ହୋଇଥିବେ । ୨୦୦୨, ୨୦୧୨ ଏବଂ ୨୦୧୪  ମସିହାରେ ପାରେଖ ହୀରାବେନ ମୋଦିଙ୍କ ସାକ୍ଷାତକାର ନେଇଥିଲେ ।


ଭାର୍ଗବ ପାରେଖ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ, ୨୦୦୨ରେ ଯେତେବେଳେ ନରେନ୍ଦ୍ର ମୋଦି ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ, ସେତେବେଳେ ସେ ହୀରାବେନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଥିଲେ । ସେହି ସାକ୍ଷାତକାରରେ ହେରେବେନ୍ କହିଥିଲେ ଯେ, ଏ ଏକ ଦିବସ୍ ବଡୋପ୍ରଧାନ୍ ବନଶୋ ଅର୍ଥାତ ଦିନେ ସେ ପ୍ରଧାନମନ୍ତ୍ରୀ ହେବେ ।


ଅଧିକ ପଢ଼ନ୍ତୁ:-ମା' ହୀରାବେନଙ୍କ ନିଧନ ପରେ ପିଏମ ମୋଦି ଲେଖିଲେ ଭାବପ୍ରବଣ ପୋଷ୍ଟ, ଜାଣନ୍ତୁ କ'ଣ କହିଲେ


ଅଧିକ ପଢ଼ନ୍ତୁ:- ଫୁଟବଲର ଯାଦୁଗରଙ୍କ ୮୨ ବର୍ଷ ବୟସରେ ନିଧନ, ଶୋକରେ ବୁଡ଼ିଲା ସାରା ଦୁନିଆ


ଅଧିକ ପଢ଼ନ୍ତୁ:-IPL Auction 2023ରେ ୧୩.୨୫ କୋଟି ଆୟ କରିଥିବା ଖେଳାଳିଙ୍କୁ ବଡ଼ ଝଟକା, ECB ଏହି ଲିଗରେ ଖେଳିବାକୁ କଲା ମନା


 


ଏଠାରେ କହି ରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହୀରାବେନ ମୋଦି ୧୮ ଜୁନ୍ ୧୯୨୩ରେ ଗୁଜୁରାଟର ମେହସାନା ଜିଲ୍ଲାର ବିସନଗରରେ ଜନ୍ମଗ୍ରହଣ କରିଥିଲେ । ଏହି ଗାଁ ଭଦନଗର ନିକଟରେ ଅବସ୍ଥିତ । ଭଡନଗର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ନଗର ।