ମୋଦିଙ୍କ ପରିବାରରେ ବିଷ ଭରିଦେଲା ବିଜେପି!
ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ମୋଦି (Prahalad Modi) ବିଜେପି ଉପରେ ବର୍ଷିଛନ୍ତି।
ନୂଆଦିଲ୍ଲୀ: ଆଉ ୧୫ ଦିନ ପରେ ଗୁଜୁରାଟରେ ହେବ ପୌର ନିର୍ବାଚନ। ୨ଟି ପର୍ଯ୍ୟାୟରେ ୬ଟି ନଗର ନିଗମରେ ଭୋଟ ପଡିବ। କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୧୪୨ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି। ସେପଟେ ବିଜେପି ମଧ୍ୟ ଜୋରସୋରରେ ପ୍ରସ୍ତୁତି ଚଳାଇଛି। କିନ୍ତୁ ଦଳ ଗୁଜୁରାଟ ନିର୍ବାଚନରେ ଯେଉଁ ନିଷ୍ପତ୍ତି ନେଇଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବାରକୁ ବହୁତ ବ୍ୟଥିତ କରିଛି।
ଏଥର ଗୁଜୁରାଟ ପୌର ନିର୍ବାଚନ (Gujurat Civic Poll) ପାଇଁ ବିଜେପି (BJP) ଏକ ବଡ ପଦକ୍ଷେପ ନେଇଛି। ଦଳୀୟ ନେତାଙ୍କ ସମ୍ପର୍କୀୟ, ୩ ଥର ନିର୍ବାଚନ ଜିତିଥିବା ପ୍ରାର୍ଥୀ କିମ୍ବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକଟ ନ ଦେବାକୁ ଦଳ ଘୋଷଣା କରିଛି। ବିଜେପିର ଏହି ନିଷ୍ପତ୍ତି ପରେ ଦଳ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପରିବାର (PM Modi Family) ସଦସ୍ୟଙ୍କ ଅସନ୍ତୋଷ ବଢିଛି। ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ମୋଦି (Prahalad Modi) ବିଜେପି ଉପରେ ବର୍ଷିଛନ୍ତି।
Also Read: Kangana targets Greta; କହିଲେ, 'ଗୋଟିଏ ଟିମରେ ଅଛନ୍ତି ସବୁ ପପୁ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi)ଙ୍କ ଝିଆରୀ ତଥା ପ୍ରହଲ୍ଲାଦଙ୍କ ଝିଅ ସୋନଲ ମୋଦି (Sonal Modi) ଗୁଜୁରାଟର ଚଳିତ ପୌର ନିର୍ବାଚନ ଲଢିବାକୁ ଇଚ୍ଛା କରୁଥିଲେ। ସେ ଅହମ୍ମଦାବାଦର ବୋଦକଦେବରୁ OBC କୋଟାରେ ବିଜେପିର ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ରାଜ୍ୟ ବିଜେପି ମୁଖିଆ ସିଆର ପଟେଲଙ୍କ ନିଷ୍ପତ୍ତି ସୋନଲ ଓ ତାଙ୍କ ପରିବାରକୁ ନିରାଶ କରିଛି। ସୋନାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବାରର ସଦସ୍ୟ ହୋଇଥିବାକୁ ତାଙ୍କୁ ବଜେପି ଟିକଟ ନ ମିଳିବା ସ୍ପଷ୍ଟ ହୋଇଛି।
ଆଉ ବିଜେପିର ଏହି ନିଷ୍ପତ୍ତିକୁ ନେଇ ଯୁକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ମୋଦି। ସେ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଯେ, ଦଳ ଲୋକ ଦେଖି କାରବାର କରୁଛି, ରାଜନାଥ ସିଂହ (Rajnath Singh) ଙ୍କ ପୁଅ ସାଂସଦ, ମଧ୍ୟପ୍ରଦେଶର ବର୍ଗିସଙ୍କ ପୁଅ ବିଧାୟକ ଓ ଅମିତ ଶାହା (Amit Shah) ଙ୍କ ପୁଅ ବିନାଯୋଗ୍ୟତାରେ BCCI ସଚିବ ହୋଇ ପାରିବେ ତେବେ ସୋନାଲ କାହିଁକି ନିର୍ବାଚନ ଲଢିପାରିବେ ନାହିଁ। ବିଜେପି ଯେଉଁ ନିୟମ କରୁଛି ତାହା ସମସ୍ତଙ୍କ ଠାରେ ସମାନ ଭାବେ ଲାଗୁ ହେଉନାହିଁ ବୋଲି ପ୍ରହଲ୍ଲାଦ ଅଭିଯୋଗ କରିଛନ୍ତି।
Also Read: ବଡ଼ ଖୁଲାସା: ଏହି କାରଣରୁ ବିହାରରେ ଏନଡିଏ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଚିରାଗ ପାସୱାନ!
ନିଜ ଯୁକ୍ତିକୁ ସଠିକ ଦର୍ଶାଇବାକୁ ଯାଇ ପ୍ରହଲ୍ଲାଦ ନିଜ ଭାଇ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବାର ସଦସ୍ୟ ନାହିଁ ବୋଲି କହିଛନ୍ତି। ପ୍ରହଲ୍ଲାଦଙ୍କ କହିବା ହେଲା, ପିଲାବେଳୁ ନରେନ୍ଦ୍ର ମୋଦି ଘର ଛାଡି ବହାରେ ରହୁଛନ୍ତି। ପରିବାରର ସହ ତାଙ୍କର ସିଧାସଳଖ କୌଣସି ସମ୍ପର୍କ ନାହିଁ। ସେ କେବଳ ମାଁଙ୍କୁ ଦେଖିବାକୁ ବେଳେ ବେଳେ ଆସନ୍ତି। ଆଉ ସେହି ସମୟରେ ତାଙ୍କ ନିକଟରେ ଘରର କୌଣସି ସଦସ୍ୟ ରୁହନ୍ତି ନାହିଁ। ଏପରି କି ପରିବାରର ରାସନ କାର୍ଡରେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ନାମ ନାହିଁ, ତେଣୁ ସେ କିଭଳି ଆମ ପରିବାରର ସଦସ୍ୟ ହେବେ ବୋଲି ସେ କହଛନ୍ତି।
ଏହ ବ୍ୟତୀତ ପ୍ରହଲ୍ଲାଦ ମୋଦି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘର ଛାଡିବା ପରଠୁ ସମସ୍ତ ଭାରତୀୟଙ୍କୁ ନିଜର ଭାଇ-ଭଉଣୀ କରିଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ଅନେକ ସୟରେ ଏହି କଥାକୁ ବିଭିନ୍ନ ମଞ୍ଚରେ କହିଛନ୍ତି। ତେବେ ବିଜେପିର ନିୟମ ଆଧାରରେ କୌଣସି ଭାରାତୀୟ ନିର୍ବାଚନ ଲଢିପାରିବେ ନାହିଁ। ଆମେ ଗୋଟିଏ ଶ୍ରମିକ ପରିବାର। ନିଜର ମହତାକାଂକ୍ଷା ପୂରଣ ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବିକୁ ନା କେବେ ବ୍ୟବହାର କରିଛୁ ନା କରିବୁ ବୋଲି ପ୍ରହଲ୍ଲାଦ ଦୃଢାକ୍ତି ପ୍ରକାଶ କରିଛନ୍ତି।