ନୂଆଦିଲ୍ଲୀ: ଆଜି (ସୋମବାର) ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ଶୁଣାଣି ହୋଇଛି। ଏହି ଶୁଣାଣି ସୟମରେ ସର୍ବୋଚ୍ଚ ଅଦାଲତ ପଞ୍ଜାବ ସରକାରଙ୍କ ଉପରେ ବର୍ଷିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ତଦନ୍ତରେ ବ୍ରେକ ଲାଗିଛି। ମାମଲାର ତଦନ୍ତ ପାଇଁ ନିଜେ ସୁପ୍ରିମକୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ନାମ ସୁପାରିସ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲାର ଦ୍ୱିତୀୟ ଥର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ତ୍ରୁଟି ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ ହେବ। ଏହି କମିଟିରେ ଚଣ୍ଡିଗଡ଼ର ଡିଜିପି, ଏନଆଇଏର ଆଇଜି, ହରିୟାଣା ଏବଂ ପଞ୍ଜାବ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଓ ପଞ୍ଜାବ ଏଡିଜିପି (ସୁରକ୍ଷା) ରହିବେ। ପୂର୍ବରୁ ସମାନ ମାମଲାରେ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ କମିଟି ଦ୍ୱାରା ଆରମ୍ଭ ହୋଇଥିବା ତଦନ୍ତ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କୋର୍ଟ କହିଛନ୍ତି।


Also Read: ପଦାରେ ପଡ଼ିଲା ପଞ୍ଜାବ ପୋଲିସର 'ପେପର ପ୍ଲାନ୍'


ଶୁଣାଣି ସମୟରେ ପଞ୍ଜାବ ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେତେବେଳେ ଆପଣ ଭୁଲ୍ କରିଛନ୍ତି କି ନାହିଁ ତାହା ସ୍ଥିର କରିବାରେ ସକ୍ଷମ ନୁହଁନ୍ତି, ତେବେ ଆପଣ କାହିଁକି କୋର୍ଟକୁ ଆସିଛନ୍ତି? ପିଏମ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସପିଜି ଆକ୍ଟ ଏବଂ ବ୍ଲୁ ବୁକ୍ ଉଲ୍ଲଂଘନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ମାମଲାକୁ ସିଜେଆଇ ଏନ.ଭି ରମନାଙ୍କ ନେତୃତ୍ୱରେ ଏକ ବେଞ୍ଚରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ପଞ୍ଜାବ ସରକାରଙ୍କ ପରାମର୍ଶଦାତା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ରେକର୍ଡ ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରାଯାଇଛି।


ପଞ୍ଜାବ ସରକାରଙ୍କ ଅଧିକାରୀଙ୍କୁ ଡକାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଞ୍ଜାବ ସରକାରଙ୍କ ପରାମର୍ଶଦାତା କହିଛନ୍ତି ଯେ, ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାର କହିଛନ୍ତି। ଯଦି ସୁପ୍ରିମକୋର୍ଟ ଚାହାଁନ୍ତି ତେବେ ଏହି ମାମଲାରେ ଏକ ପୃଥକ ତଦନ୍ତ କମିଟି ଗଠନ କରାଯିବା ଉଚିତ। ଆମେ ସେହି କମିଟି ସହିତ ସହଯୋଗ କରିବୁ କିନ୍ତୁ ଆମ ସରକାର ଏବଂ ଆମର ଅଧିକାରୀମାନେ ବର୍ତ୍ତମାନ ଅଭିଯୋଗ ହେବା ଉଚିତ୍ ନୁହେଁ। ପଞ୍ଜାବ ସରକାରଙ୍କ ପକ୍ଷରୁ ୭ ଜଣ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି।