ପଦାରେ ପଡ଼ିଲା ପଞ୍ଜାବ ପୋଲିସର 'ପେପର ପ୍ଲାନ୍'
Advertisement
Article Detail0/zeeodisha/odisha1066237

ପଦାରେ ପଡ଼ିଲା ପଞ୍ଜାବ ପୋଲିସର 'ପେପର ପ୍ଲାନ୍'

ନିର୍ବାଚନ ପୂର୍ବରୁ ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରଟି ମାମଲାକୁ ନେଇ ଏବେ କଂଗ୍ରେସ ନେତୃତ୍ୱାଧିନ ଚନ୍ନୀ ସରକାର କାଠଗଡାକୁ ଟଣାହେଇଛି। ଉଭୟ ପଞ୍ଜାବ ପୋଲିସ ଏବଂ ରାଜ୍ୟ କଂଗ୍ରେସ ସରକାର ସନ୍ଦେହ ଘେରରେ ଅଛନ୍ତି। ସେପଟେ ମାମଲାରେ ପଞ୍ଜାବ ପୋଲିସ ଅଭିଯୁକ୍ତଙ୍କୁ ବଞ୍ଚାଇବାପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା ଜଣାପଡିଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଯେଉଁ ଘଟଣାକୁ ନେଇ ଦେଶବ୍ୟାପୀ ତୁମ୍ବିତୋଫାନ ତାହା ଉପରେ ଏବେ ପ୍ରଶ୍ନ ଉଠିଛି। ଆଉ ଏହି ପ୍ରଶ୍ନବାଣର ଶିକାର ହୋଇଛି ପଞ୍ଜାବ ପୋଲିସ। ପଞ୍ଜାବର ଫିରୋଜପୁରରେ ପିଏମ ମୋଦିଙ୍କ ସୁରକ୍ଷା ତ୍ରୁଟି ମାମଲାର ୧୮ଘଣ୍ଟା ପରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। କିନ୍ତୁ ମାମଲା ପଞ୍ଜିକରଣ କେବଳ ଗୋଟିଏ ନାଟକ ବୋଲି କୁହାଯାଉଛି। ତେବେ ସମ୍ପୂର୍ଣ୍ଣ ଘଟଣା କଣ ଆସନ୍ତୁ ଜାଣିବା... 

ନିର୍ବାଚନ ପୂର୍ବରୁ ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରଟି ମାମଲାକୁ ନେଇ ଏବେ କଂଗ୍ରେସ ନେତୃତ୍ୱାଧିନ ଚନ୍ନୀ ସରକାର କାଠଗଡାକୁ ଟଣାହେଇଛି। ଉଭୟ ପଞ୍ଜାବ ପୋଲିସ ଏବଂ ରାଜ୍ୟ କଂଗ୍ରେସ ସରକାର ସନ୍ଦେହ ଘେରରେ ଅଛନ୍ତି। ସେପଟେ ମାମଲାରେ ପଞ୍ଜାବ ପୋଲିସ ଅଭିଯୁକ୍ତଙ୍କୁ ବଞ୍ଚାଇବାପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା ଜଣାପଡିଛି। ଫେରୋଜେପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାସ୍ତା ଅବରୋଧ କରିବା ମାମଲାରେ ପଞ୍ଜାବ ପୋଲିସ କୁଲଗରୀ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛି। କିନ୍ତୁ ଏଫଆଇଆରର କୌଣସି ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ତାଙ୍କ କେନଭୟର ନାମ ଉଲ୍ଲେଖ କରାଯାଇ ନାହିଁ। କେବଳ କୁହାଯାଇଛି ଯେ, ବିରୋଧ ଯୋଗୁଁ ସାଧାରଣ ଜନତା, ରାଲିର ଯାତ୍ରୀ ଏବଂ ଭିଆଇପି ଗାଡି ପାଇଁ ରାସ୍ତା ବନ୍ଦ ରହିଥିଲା।

Also Read: 'କାଠଗଡ଼ାକୁ ଆସିବେନି ଈଶ୍ୱର'

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, FIRରେ ପଞ୍ଜାବ ପୋଲିସ ଜାଣିଶୁଣି ଦୁର୍ବଳ ଧାରା ଲଗାଇଛି। ପଞ୍ଜୀକୃତ ହୋଇଥିବା ମାମଲାରେ ଆଇପିସିର ଧାରା ୨୮୩ ଲାଗିଛି। ଏହି ଧାରାରେ କେବଳ ୨୦୦ ଟଙ୍କା ଜରିମାନା ପାଇଁ ବ୍ୟବସ୍ଥା ଅଛି। ଧାରା ୨୮୩ରେ ଅଭିଯୁକ୍ତଙ୍କୁ ଥାନାରୁ ଜାମିନ ମିଳିଥାଏ। ପଞ୍ଜାବ ପୋଲିସ ଏଫଆଇଆରରେ କାହାର ନାମ ଲେଖି ନାହିଁ। ୧୫୦ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତେବେ ବିକ୍ଷୋଭକାରୀଙ୍କ ନେତାଙ୍କ ନାମ ପୋଲିସ ଜାଣିଥିବା ସୂତ୍ରରୁ ପ୍ରକାଶ। ଏଭଳି ପରିସ୍ଥିତିରେ ଏକ ମାମଲା ରୁଜୁ କରି ପୋଲିସ କେବଳ ଅପମାନଜନକ କାର୍ଯ୍ୟ କରିଥିବାର ଅଭିଯୋଗ ହେଉଛି।

ଇନ୍ସପେକ୍ଟର ବୀରବଲ ସିଂଙ୍କ ବିବୃତ୍ତି ଆଧାରରେ ଏହି ମାମଲା ରୁଜୁ ହୋଇଛି। ଘଟଣାର ଅଢେଇରୁ ତିନି ଘଣ୍ଟା ମଧ୍ୟରେ ବୀରବଲ ସିଂ, ଫିରୋଜପୁରର ପିଆରାୟାନା ଗାଁର ଫ୍ଲାଏ ଓଭରରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ପ୍ରଧାନମନ୍ତ୍ରୀ ମୋଦି ସେଠାରୁ ବାହାରି ବାଥୀଣ୍ଡା ବିମାନ ବନ୍ଦରକୁ ଫେରିଥିଲେ। ଇନ୍ସପେକ୍ଟର ବୀରବଲ ଏହି ଖବର ପାଇଥିଲେ ଯେ କିଛି ଅଜ୍ଞାତ ବ୍ୟକ୍ତି ଫ୍ଲାଏ ଓଭରରେ ବସିଥିଲେ। ପଞ୍ଜାବ ପୋଲିସକୁ ପ୍ରଶ୍ନ ମଧ୍ୟ ପଚରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଏସପିଜି ଆକ୍ଟ କାହିଁକି ଏଫଆଇଆରରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ?

Also Read: ଭୋଟ୍ ବନାମ ଭାଇରସ୍; ମାର୍ଚ୍ଚ ପୂର୍ବରୁ ଓଡ଼ିଶାରେ ନିର୍ବାଚନ, ଏହି ଦିନ ହୋଇପାରେ ତାରିଖ ଘୋଷଣା

ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀ କହିଛନ୍ତି ଯେ, ପ୍ରଥମ ସୁରକ୍ଷା ଉଲ୍ଲଂଘନ ହେଉଛି ଡିଜିପିଙ୍କ ଅନୁପସ୍ଥିତି। ରାଜ୍ୟ ଗୃହମନ୍ତ୍ରୀ ତଥା ଗୃହ ସଚିବ ମଧ୍ୟ ଉପସ୍ଥିତ ନଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ଅନୁପସ୍ଥିତ ଥିଲେ। ନିରାପତ୍ତା ଏକ ଷଡଯନ୍ତ୍ର କି? ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣର ଏହା ଏକ ସ୍ପଷ୍ଟ ମାମଲା ବୋଲି କିରଣ ବେଦୀ କହିଛନ୍ତି। କେନ୍ଦ୍ରର କଡା ଆଭିମୁଖ୍ୟ ପରେ ପଞ୍ଜାବ ସରକାର ଫିରୋଜପୁରର ଏସଏସପିଙ୍କ ବଦଳି କରିଛି। ଫିରୋଜପୁର ଏସଏସପି ହରମନଦୀପ ସିଂ ହାନ୍ସଙ୍କୁ ଲୁଧିୟାନାରେ ଥିବା ଇଣ୍ଡିଆ ରିଜର୍ଭ ବାଟାଲିୟନର ତୃତୀୟ ବାଟାଲିୟନର କମାଣ୍ଡାଣ୍ଟ କରାଯାଇଛି। ନରେନ୍ଦ୍ର ଭାର୍ଗଭଙ୍କୁ ଫେରୋଜପୁରର ନୂତନ ଏସଏସପି କରାଯାଇଛି। ଏହାପୂର୍ବରୁ ପଞ୍ଜାବ ଡିଜିପି ସିଦ୍ଧାର୍ଥ ଚୈତନ୍ୟଙ୍କୁ ମଧ୍ୟ ଟ୍ରନସ୍ଫର କରାଯାଇଥିଲା। ବରିଷ୍ଠ ଆଇପିଏସ୍ ବିରେଶ କୁମାରଙ୍କୁ ପଞ୍ଜାବ ପୋଲିସର ନୂତନ ଡିଜିପି ଭାବେ ନିଯୁକ୍ତ କରାଯାଇଛି।

ଯଦିଓ ଚନ୍ନି ସରକାର ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଢିଲା ସୁରକ୍ଷା ପାଇଁ ପଞ୍ଜାବ ପୋଲିସ ଯେତିକି ମାତ୍ରାରେ ଦାୟୀ ପଞ୍ଜାବର ରାଜନୈତିକ ନେତୃତ୍ୱ ମଧ୍ୟ ସମାନ ପରିମାଣରେ ଦାୟୀ। ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ଯେ, ହତ୍ୟା ଉଦ୍ୟମ ଅଭିଯୋଗରେ ସିଏମ ଚନ୍ନି, ଡିଜିପି ଏବଂ ଗୃହମନ୍ତ୍ରୀଙ୍କୁ ଜେଲକୁ ପଠାଯିବା ଉଚିତ କାରଣ ଏହି ତିନିଜଣ ପ୍ରମାଣକୁ ନଷ୍ଟ କରିପାରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ସ୍ଥିର କରିବାକୁ ଗୃହ ମନ୍ତ୍ରଣାଳୟର ଟିମ୍ ତଦନ୍ତ କରୁଛନ୍ତି। ଗୃହ ମନ୍ତ୍ରଣାଳୟର ତିନିଜଣିଆ ଉଚ୍ଚ ସ୍ତରୀୟ ଦଳ ପଞ୍ଜାବ ପୋଲିସର ବହୁ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅବହେଳା ପାଇଁ ସମସ୍ତ ଅଧିକାରୀ ପରସ୍ପରକୁ ଦାୟୀ କରୁଛନ୍ତି। ଏବଂ ଏସବୁ ମଧ୍ୟରେ, ଏହା ସତ୍ୟ ଯେ ପୂର୍ବରୁ ଅବହେଳା କରିଥିବା ପୋଲିସ ବର୍ତ୍ତମାନ କେବଳ ଏଫଆଇଆର ପଞ୍ଜିକରଣ କରି ଏକ ମିଥ୍ୟା ବିବୃତ୍ତି ଦେଇଛି।