Delhi Pollution News: ଦିଲ୍ଲୀର ବାୟୁରେ ପ୍ରଦୂଷଣ ସ୍ତର ଗୁରୁତର ବର୍ଗରେ ପହଞ୍ଚିଛି। ରାଷ୍ଟ୍ରୀୟ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୫୦୦ ଅତିକ୍ରମ କରିଛି। ସେପଟେ ବଢୁଥିବା ପ୍ରଦୂଷଣକୁ ନେଇ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଦିଲ୍ଲୀରେ ଟ୍ରକ୍ ଏବଂ ଡିଜେଲ ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ପୂର୍ବାଞ୍ଚଳ ପେରିଫେରାଲ୍ ଏକ୍ସପ୍ରେସୱେ ଠାରେ ଗାଡିର ଦିଗ ବଦଳାଇ ଦିଆଯିବ। ଏହା ବ୍ୟତୀତ ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ। ଏହି ପରାମର୍ଶ ଘରୋଇ କାର୍ଯ୍ୟାଳୟକୁ ମଧ୍ୟ ଦିଆଯିବ।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ସରକାରଙ୍କ (Delhi Govt) ଅନୁଯାୟୀ ପରିବହନ, ଟ୍ରାଫିକ ପୋଲିସ ଏବଂ ୨ ଜଣ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (Delhi Pollution Control Committee) ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଯେଉଁ କମିଟି ଉପରୋକ୍ତ ନିର୍ଦ୍ଦେଶାବଳୀ କାର୍ଯ୍ୟ କରିବ। ପ୍ରାରମ୍ଭରେ ପୂର୍ବ ପେରିଫେରାଲ୍ ଏକ୍ସପ୍ରେସୱେ (Eastern Peripheral Expressway) ଠାରୁ ଗାଡିର ଦିଗ ବଦଳାଇ ଦିଆଯିବ। ଏନେଇ ପଡୋଶୀ ହରିୟାଣା (Haryana) ଏବଂ ଉତ୍ତର ପ୍ରଦେଶ (Uttar Pradesh) ସରକାରଙ୍କୁ ଏକ ଚିଠି ଲେଖାଯିବ। ଏହା ଜାମ ଭଳି ପରିସ୍ଥିତିରୁ ମୁକ୍ତି ମିଳିବ।


Also Read: Pollution in Delhi: ପ୍ରଦୂଷଣ ରୋକିବା ପାଇଁ ଏହି ପଦକ୍ଷେପ ନେଲେ ଦିଲ୍ଲୀ ସରକାର


ଦିଲ୍ଲୀରେ ୫୦୦ ବେସରକାରୀ ପରିବେଶ ଉପଯୋଗୀ ବସ୍ ସେବା ଆରମ୍ଭ କରିବାକୁ ପରିବହନ ବିଭାଗକୁ (Delhi Transport Department) ନିର୍ଦ୍ଦେଶ ଦିଆଯାଇଛି। ଯାହା ଦିନକୁ ଦିନ ବଢି ଚାଲୁଥିବା ପ୍ରଦୂଷଣକୁ (Pollution in Delhi) ରୋକିବାରେ ସାହାଯ୍ୟ କରିବ। ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ପୂର୍ବରୁ ନିଷେଧାଦେଶ ଜାରି ହୋଇସାରିଛି।


Also Read: Pollution in Delhi: ଦିପାବଳୀ ପରେ ବିଗିଡ଼ିଗଲା ସ୍ଥିତି, ବିଷାକ୍ତମୟ ହୋଇଗଲା ଦିଲ୍ଲୀ-ଏନସିଆର ବାୟୁମଣ୍ଡଳ


ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ (Delhi Environment Minister Gopal Rai) କହିଛନ୍ତି ଯେ ରାଜ୍ୟ ସରକାରଙ୍କ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ। ଘରୋଇ କାର୍ଯ୍ୟାଳୟକୁ ମଧ୍ୟ ଏହି ନିୟମ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ଦିଲ୍ଲୀ ସରକାର ଏକ ୬ ଜଣିଆ କମିଟି ଗଠନ କରିଛନ୍ତି। ଶେଷ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) କମିଟି ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର।


Also Read: Delhi NCR: ଆରମ୍ଭରୁ ଅସମ୍ଭାଳ, ଆଗକୁ କେତେ?


ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal) କହିଛନ୍ତି ଯେ ଶନିବାର ଠାରୁ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିବ। ପଞ୍ଚମରୁ ଉପର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ କ୍ରୀଡା କାର୍ଯ୍ୟକଳାପ ଅନୁମତି ଦିଆଯିବ ନାହିଁ। ଯାନବାହାନ ପାଇଁ ଯୁଗ୍ମ-ଅଯୁଗ୍ମ ନିୟମ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିବାକୁ ଆମେ ବିଚାର କରୁଛୁ।