ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷିଆ ଦ୍ୱାରା ହୋଇଥିବା ଆକ୍ରମଣ ମଧ୍ୟରେ ଏକ ହାସ୍ୟ ଧାରାବାହିକ ବହୁତ ଲୋକପ୍ରିୟ ହେବାରେ ଲାଗିଛି। କେବଳ ୟୁକ୍ରେନ ନୁହେଁ ବିଦେଶରେ ମଧ୍ୟ ଏହାର ପ୍ରଶଂସା ସାମ୍ନାକୁ ଆସୁଛି। "Servant of the People" ନାମକ ଏହି କମେଡି ସିରିଜ୍ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ସହିତ ଜଡିତ।


COMMERCIAL BREAK
SCROLL TO CONTINUE READING

ଋଷିଆ ଦ୍ୱାରା ହୋଇଥିବା ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ଯେପରି ସାମ୍ନା କରୁଛନ୍ତି ତାହାକୁ ନେଇ ସମଗ୍ର ବିଶ୍ୱ ଚକିତ ହୋଇଉଠିଛି। ଏହି କାରଣରୁ ହଠାତ୍ ତାଙ୍କ କମେଡି଼ ସିରିଜ୍ ଚର୍ଚ୍ଚାର ପରିସରକୁ ଆସିଛି। ଅନେକ ଦେଶ ଏହି କମେଡି ସିରିଜ କିଣିବାକୁ ଚେଷ୍ଟା କରୁଛନ୍ତି।


Also Read: ଯୁଦ୍ଧ ବେଳେ ଦେଶ ଛାଡି଼ ପଳାୟନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି!


ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ପେସାରେ ହେଉଛନ୍ତି ଜଣେ ଅଭିନେତା ଏବଂ ହାସ୍ୟକାର। ତାଙ୍କ ଅଭିନୀତ କମେଡି ସିରିଜ "Servant of the People" ଗତ ୨୦୧୫ ବର୍ଷରେ ଆସିଥିଲା। ଏଥିରେ ସେ ଭସିଲି ପେଟ୍ରୋଭିଚ୍ ଗୋଲୋବୋରୋଡକୋସ୍ ଭୂମିକାରେ ଅଭିନୟ କରିଛନ୍ତି। ଯିଏ ୟୁକ୍ରେନ ଠାର ହେଉଥିବା ଦୁର୍ନୀତିକୁ ନିନ୍ଦା କରୁଥିବା ଜଣେ ଛାତ୍ରଙ୍କ ଭିଡିଓ ଭାଇରାଲ ହେବା ପରେ ଅପ୍ରତ୍ୟାଶିତ ଭାବେ ୟୁକ୍ରେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲା। ଏହି ସିରିଜ୍ ଦେଖାଇବାର ଅଧିକାର "Echo Rights" ଦ୍ୱାରା କିଣାଯାଇଥିଲା। ଏହି ସମୟରେ ଏହାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ କମ୍ପାନୀ "Studio Quartel 95" ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।


Also Read: Russia-Ukraine War: ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ନାୟକ ନା ଖଳନାୟକ?


କମ୍ପାନୀର ପରିଚାଳନା ସହଯୋଗୀ ନିକୋଲା କହିଛନ୍ତି ଯେ ବିଗତ କିଛି ଦିନ ହେବ ଏହି ଧାରାବାହିକ ପ୍ରତି ଲୋକଙ୍କ ଆଗ୍ରହ ବହୁତ ବୃଦ୍ଧି ପାଇଛି। ଏହା ଏକ ପୁରୁଣା ଶୋ ହେଲେ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଏଥିରେ ଆଗ୍ରହ ବହୁତ ବୃଦ୍ଧି ପାଇଛି। ଏହା ସହିତ "Chanel 4" ବ୍ରିଟେନ ଠାରେ ହାସ୍ୟ ଧାରାବାହିକ "Servant of the People" ଅଧିକାର ରହିଛି ବୋଲି ଘୋଷଣା କରିଛି। ରବିବାର ଦିନ ଏହାର ଏକ ଏପିସୋଡ୍ ପ୍ରସାରଣ କରିବାକୁ ଯୋଜନା କରୁଛି।