ବହୁ ଲୋକପ୍ରିୟତା ସହ ରାଷ୍ଟ୍ରପତି ହୋଇଥିବା ଭୋଲଡିମିର୍ ଜେଲେନସ୍କିଙ୍କ ନେତୃତ୍ୱାଧିନ ସରକାର ବାବଦରେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇସାରିଛି ଅନେକ ରିପୋର୍ଟ।
Trending Photos
ନୂଆଦିଲ୍ଲୀ: ଋଷିଆ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ବର୍ତ୍ତମାନ ସାରା ବିଶ୍ୱରେ ପୋଷ୍ଟର ବୟ ପାଲଟିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି। ଏହି ଆକ୍ରମଣ ପରେ ସେ ଏଭଳି ବୟାନ ଜାରି କରୁଛନ୍ତି ଯେଉଁଥିପାଇଁ ତାଙ୍କୁ ବିଶ୍ୱ ସମୁଦାୟରୁ ସମର୍ଥନ ମିଳୁଛି। ଆମେରିକା ଏବଂ ୟୁରୋପୀୟ ଦେଶ ଖୋଲାଖୋଲି ଭାବେ ତାଙ୍କ ସମର୍ଥନରେ ବାହାରିଛନ୍ତି। ଏନେଇ କୁହାଯାଉଛି ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଆହୁରି ଆଗକୁ ବଢିପାରେ ବୋଲି କୁହାଯାଉଛି।
ବର୍ତ୍ତମାନ ସାରା ବିଶ୍ୱରେ ପୋଷ୍ଟର ବୟ ପାଲଟିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି (Ukrainian President Volodymyr Zelenskyy) ବାବଦରେ ପ୍ରକାଶ ପାଇବାରେ ଲାଗିଛି ବିଭିନ୍ନ କୌତୁହଳ କଥା। ହେଲେ ଏକଛତ୍ରବାଦୀ ଆଭିମୁଖ୍ୟ ଗ୍ରହଣ କରୁଥିବା ନେଇ ଆସିଥିବା ଅଭିଯୋଗରୁ ବର୍ତ୍ତି ପାରିନାହାଁନ୍ତି ସେ।
ବହୁ ଲୋକପ୍ରିୟତା ସହ ରାଷ୍ଟ୍ରପତି ହୋଇଥିବା ଭୋଲଡିମିର୍ ଜେଲେନସ୍କିଙ୍କ ନେତୃତ୍ୱାଧିନ ସରକାର ଏକଛତ୍ରବାଦୀ ନୀତି ଗ୍ରହଣ କରିଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇସାରିଛି। ଗତବର୍ଷ ଏପ୍ରିଲ୍ ମାସରେ ପ୍ରକାଶିତ ହୋଇଥିବା ଏକ ଖବର ଜେଲେନସ୍କି ସରକାରକୁ କାଠ ଗଡ଼ାରେ ଛିଡ଼ା କରିଥିଲା।
ପ୍ରତିଷ୍ଠିତ ଆମେରିକୀୟ ରାଜନୈତିକ ପ୍ରତିକା (Americas Prestigious Political Magazine) ନେସନାଲ ଇଣ୍ଟରେଷ୍ଟ (National Interest) ଜେଲେନସ୍କି ସରକାର ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯାହାର ଶୀଷର୍କ ରହିଥିଲା "Why Zelensky’s Ukraine Is Becoming Increasingly Autocratic"। ଏହି ରିପୋର୍ଟ ପ୍ରକାଶିତ ହେବା ପରେ ଜେଲେନସ୍କି ସରକାରଙ୍କ ଅନେକ ନୀତି ଉପରେ ପ୍ରଶ୍ନ ଉଠିବାରେ ଲାଗିଥିଲା।
Also Read: Russia-Ukraine War: କେଉଁ ଶିକ୍ଷା ପାଇଲା India?
ଏହି ରିପୋର୍ଟ ଜରିଆରେ କୁହାଯାଇଥିଲା ପାଶ୍ଚାତ୍ୟ ଗଣମାଧ୍ୟମ ଏବଂ ଋଷିଆ ବିରୋଧୀ ଅନୁଭବ କରୁଛନ୍ତି ଯେ ୟୁକ୍ରେନରେ ସରକାର ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ ହେଉଛି। ୟୁରୋପୀୟ ସଂଘରେ ଯୋଗଦେବା ପାଇଁ ୟୁକ୍ରେନ ନିଷ୍ପତ୍ତି ନେଇଥିବା ହେତୁ ସରକାର ଏକ ଲିବରାଲ୍ ଡେମୋକ୍ରାସି ବୋଲି ବିଶ୍ୱାସ କରାଯାଉଥିଲା। ନାଗରିକ ଅଧିକାର ଏବଂ ସାମ୍ବାଦିକ ସ୍ୱାଧୀନତା ଦେଶରେ ସମ୍ପୂର୍ଣ୍ଣ ସ୍ଥିତିରେ ଅଛି। ହେଲେ ୟୁକ୍ରେନରେ ପରିସ୍ଥିତି ଠିକ୍ ନାହିଁ।
ଗତ ୨୦୧୪ ବର୍ଷରେ ଦେଶରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ଦେଶର ଶାସନ ଗାଦିରେ ବସିଥିବା ବ୍ୟକ୍ତି କେବଳ ନିଜ ଆସନ ବଞ୍ଚାଇବା କାର୍ଯ୍ୟ କରିଥିଲେ। ୟୁକ୍ରେନ ହେଉଛି ଏକ ସୀମିତ ସମ୍ବଳ ଥିବା ଦେଶ। ହେଲେ ଋଷିଆଠାରୁ ଦୂରତା ରକ୍ଷା କରିବା ପାଇଁ ପ୍ରୟାସ ଦେଶର ଅର୍ଥନୀତି ଏବଂ ସାମାଜିକ ସାମର୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା।
ଦେଶରେ ଯେଉଁ ଗଣତାନ୍ତ୍ରିକ ସଂସ୍କାର କରାଯାଉଥିବା ନେଇ ଦାବି କରାଯାଉଥିଲା ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇନଥିଲା। ଗତ ୨୦୧୯ ବର୍ଷରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଦେଶର ୬୫ ପ୍ରତିଶତ ଲୋକ ଚିକିତ୍ସା ବ୍ୟବସ୍ଥାକୁ ଅସନ୍ତୁଷ୍ଟ ଥିଲେ। ଏହା ସହିତ ୪୮ ପ୍ରତିଶତ ଲୋକ ଜମି ସଂସ୍କାର, ୪୧ ପ୍ରତିଶତ ଶିକ୍ଷା ସଂସ୍କାର ଏବଂ ୪୯ ପ୍ରତିଶତ ସରକାରୀ ଉଦ୍ୟୋଗର ଘରୋଇ କରଣ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ହେଲେ ଏହି ପ୍ରସଙ୍ଗ ଉପରେ ଜବାବ ରଖି ପାଶ୍ଚାତ୍ୟ ଦେଶ ପକ୍ଷରୁ ସ୍ପଷ୍ଟୀକରଣ ରଖି କୁହାଯାଇଥିଲା ଋଷିଆ ଆକ୍ରମଣକୁ ବିରୋଧ କରୁଥିବା ୟୁକ୍ରେନ ସରକାର ଦେଶରେ ସଂସ୍କାରର ସମ୍ପୂର୍ଣ୍ଣ ସୁଯୋଗ ପାଇ ନାହାଁନ୍ତି। ୟୁକ୍ରେନରେ ଜେଲେନସ୍କି ସରକାର କ୍ଷମତାସୀନ ପୂର୍ବରୁ ଦେଶର ରାଷ୍ଟ୍ରପତି ଦାୟିତ୍ୱରେ ରହିଥିଲେ ପେଟ୍ରୋ ପୋରୋଶୋଙ୍କୋ। ହେଲେ ବେଶ ନାଟକୀୟ ଢଙ୍ଗରେ ୟୁକ୍ରେନ ରାଷ୍ଟ୍ରପତି ହୋଇଥିଲେ ଭୋଲଡିମିର୍ ଜେଲେନସ୍କି। ହେଲେ ତାଙ୍କ ଅଧିନରେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦେଶରେ ପ୍ରଚାର କରାଯାଇନଥିଲା।
କେବଳ ଏତିକି ନୁହେଁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଶାନ୍ତ କରିବା ପାଇଁ ଜେଲେନସ୍କି ସରକାର ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଲୋକଙ୍କ ଉପରେ ଏହି ପ୍ରତିବନ୍ଧକ ୟୁକ୍ରେନ ସାମ୍ବିଧାନ ପରିସର ବାହାରେ ଲାଗୁ କରାଯାଇଥିଲା। ଅସାମ୍ବିଧାନିକ ଢଙ୍ଗରେ ଲୋକଙ୍କ ସମ୍ପତ୍ତି ଜବତ କରାଯାଇଥିଲା।
Also Read: Russia-Ukraine war: ୟୁରୋପୀୟ ସଂଘ ସହ ମିଶିବାକୁ କାହିଁକି ଚାହୁଁଛି ୟୁକ୍ରେନ?
କେବଳ ଏତିକି ନୁହେଁ ଜେଲେନସ୍କି ମଧ୍ୟ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇ ତିନୋଟି ୟୁକ୍ରେନ ଚ୍ୟାନେଲ ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ। କିଛି ରିପୋର୍ଟ ଟିଭି ଚ୍ୟାନେଲ ଜରିଆରେ ପ୍ରସାରିତ ହେବା ପରେ ସେମାନଙ୍କର ପ୍ରସାରଣ ଅଧିକାର ଛଡ଼ାଇ ନିଆଯାଇଥିଲା। ଜେଲେନସ୍କି ଗଣତାନ୍ତ୍ରିକ ମୂଲ୍ୟବୋଧ ବ୍ୟତୀତ ଅନ୍ୟାନ୍ୟ ଅନୁଷ୍ଠାନକୁ ଅଧିକାର ଦେବା ପରିବର୍ତ୍ତେ ବ୍ୟକ୍ତିକେନ୍ଦ୍ରୀକ କ୍ଷମତା କେନ୍ଦ୍ରକୁ ପ୍ରୋତ୍ସାହନ ଦେଇଥିଲେ।
ଜେଲେନସ୍କି ସରକାର ପୂର୍ବରୁ କ୍ଷମତାରେ ପୋରୋଶୋଙ୍କୋ ଜାତିଗତ ଜାତୀୟତାବାକୁ ପ୍ରୋତ୍ସାହିତ କରିଥିଲେ। ଏହି ନୀତିକୁ ଜେଲେନସ୍କି ସରକାର ମଧ୍ୟ କାର୍ଯ୍ୟକାରୀ କରିଥିଲେ। ଜାତିଗତ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ଥିଲା ଋଷିଆ ପ୍ରଭାବକୁ ହ୍ରାସ କରିବା। ହେଲେ ଏହା ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ଅତ୍ୟନ୍ତ ଖରାପ ସ୍ଥିତି ଆଡ଼କୁ ନେଇଯାଇଥିଲା।