ଚୀନ ଭଳି ଦେଶରେ ହୋଇପାରେ ବିଦ୍ୟୁତ ସଂକଟ; ମୁକାବିଲା ପାଇଁ ସଜାଗ କେନ୍ଦ୍ର ସରକାର
ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇବା ଏବଂ ସ୍ଥାନୀୟ କୋଇଲା ଉତ୍ପାଦନ ହ୍ରାସ ପାଇବା ପରେ ଦେଶର ଅଧାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସଜାଗ ହୋଇଉଠିଛି।
ନୂଆଦିଲ୍ଲୀ: ଦେଶର ବଢୁଥିବା ଶକ୍ତି ସଂକଟର ମୁକାବିଲା ପାଇଁ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଉପଲବ୍ଧ କରାଇବା ପାଇଁ ୬ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ। ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇବା ଏବଂ ସ୍ଥାନୀୟ କୋଇଲା ଉତ୍ପାଦନ ହ୍ରାସ ପାଇବା ପରେ ଦେଶର ଅଧାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସଜାଗ ହୋଇଉଠିଛି।
ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ (Union Energy Minister RK Singh) କହିଛନ୍ତି କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଉପଲବ୍ଧ କରାଇବା ପାଇଁ କେତେ ମାସ ସମୟ ଲାଗି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଗତ ମାସ ଶେଷରେ ଏଠାରେ ମାତ୍ର ହାରାହାରି ୪ ଦିନର କୋଇଲା ମହଜୁଦ ଥିଲା। ଯାହା ଚଳିତ ବର୍ଷର ସର୍ବନିମ୍ନ ସ୍ତର ଏବଂ ଗତ ଅଗଷ୍ଟ ମାସ ୧୩ ତାରିଖରୁ କୋଇଲା ଯୋଗାଣ ପ୍ରକ୍ରିୟା ହ୍ରାସ ପାଇବା ଆରମ୍ଭ ହୋଇଥିଲା।
Also Read: ଏଣିକି ସୌରଶକ୍ତିରେ ଟ୍ରାକରେ ଦୌଡିବ ଭାରତୀୟ ରେଳବାଇ
ଗତ ସପ୍ତାହରେ ଦେଶର କୋଇଲା ଯୋଗାଣକୁ ନେଇ ଅବସ୍ଥା ଖରାପ ହୋଇଯାଇଛି। କୋଇଲା ଚାଳିତ ୪୦ ଗିଗାୱାଟ କିମ୍ବା ୫୦ ଗିଗାୱାଟ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ୩-୪ ଦିନ ପାଇଁ ଇନ୍ଦନ ଇନ୍ଧନ ମହଜୁଦ ରହିଛି। ଯାହା ଜାତୀୟ ସ୍ତରରେ ୨୦୩ ଗିଗାୱାଟ କ୍ଷମତା ବିଶିଷ୍ଟ ଶକ୍ତି ଉତ୍ପାଦନ କ୍ଷେତ୍ରର ସମାର୍ଥ୍ୟ ସହ ସମାନ।
କୋଇଲା ଯୋଗାଣ ହ୍ରାସ ହେତୁ ଦେଶରେ ବିଦ୍ୟୁତ୍ ସଂକଟ ଭଳି ସମସ୍ୟା ଉପୁଜିପାରେ। ଦେଶରେ କୋଇଲା ଉତ୍ପାଦନ ଏବଂ ଯୋଗାଣ ଏପରି ସ୍ଥିତିରେ ପହଞ୍ଚିଛି ଯେ ଯଦି ଯଥାଶୀଘ୍ର ଏଭଲି ସମସ୍ୟାର ସମାଧାନ ନହୁଏ ତାହେଲେ ଚୀନ ଭଳି ଭାରତ ମଧ୍ୟ ବିଦ୍ୟୁତ ଶକ୍ତିର ବ୍ୟବହାର ଉପରେ କଟକଣା ଲଗାଇବାକୁ ବାଧ୍ୟ ହୋଇପାରେ। ଏହାର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଭାରତୀୟ ଅର୍ଥନୀତି ଉପରେ ପଡ଼ିବ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଶକ୍ତିର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ଯାହା ପ୍ରଗତି ପଥରେ ଅଗ୍ରସର ହେଉଥିବା ଦେଶର ଆର୍ଥିକ ପ୍ରକ୍ରିୟାକୁ ଦର୍ଶାଉଛି।
Also Read: ଭୂ-ତାପଜ ଶକ୍ତି ଏବଂ ଏହାର ଆବଶ୍ୟକତା
କେନ୍ଦ୍ର ସରକାର ୨ କୋଟି ୮୨ ଲକ୍ଷ ଘରକୁ ବିଦ୍ୟୁତ ସଂଯୋଗ କରାଇଛନ୍ତି। ଏହି ଘରେ ବିଦ୍ୟୁତ୍ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ଚଳିତ ବର୍ଷ ପ୍ରବଳ ବର୍ଷା ହେତୁ କୋଇଲା ଯୋଗାଣ କମ୍ ହୋଇଛି। ଅକ୍ଟୋବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଦେଶରେ ଶକ୍ତି ଚାହିଦା ଅଧିକ ରହିବ। ଏହା ପରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦିଆଯିବ।
ଦେଶର ମୋଟ ବିଦ୍ୟୁତ୍ ଉତ୍ପାଦନର ପ୍ରାୟ ୭୦ ପ୍ରତିଶତ କୋଇଲା ଚାଳିତ ଶକ୍ତି ଉତ୍ପାଦନ କେନ୍ଦ୍ରରେ ହୋଇଥାଏ। ଆସନ୍ତା କିଛି ବର୍ଷ ମଧ୍ୟରେ ଉପଯୋଗିତା ବୃଦ୍ଧି ପାଇବ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି। ପଡୋଶୀ ଚୀନ୍ ପରି ଭାରତରେ ମଧ୍ୟରେ ବିଦ୍ୟୁତ୍ ଚାହିଦା ବଢିବାରେ ଲାଗିଛି। ଖଣି ଉତ୍ପାଦନ ଉପରେ ଚାପ ଏବଂ ସାମୁଦ୍ର ପଥରେ ଦେଶକୁ ଆମଦାନୀ ହେଉଥିବା କୋଇଲାର ମୂଲ୍ୟ ବୃଦ୍ଧି ହେତୁ ଦେଶକୁ ଶକ୍ତି ସଂକଟ ଭଳି ସମସ୍ୟାର ସମ୍ନା କରିବାକୁ ପଡି଼ପାରେ।
Also Read: ଭାରତରେ ସାଇବର ଆକ୍ରମଣ କରିବାକୁ ଚୀନର ଭୟଙ୍କର ଷଡ଼ଯନ୍ତ୍ର
ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଆବଶ୍ୟକୀୟ ପରିମାଣର ଇନ୍ଧନ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (State Run Enterprises) କୋଇଲା ଇଣ୍ଡିଆ ଲିମିଟେଡ୍ (Coal India Limited) ଏବଂ ଦେଶର ସର୍ବବୃହତ୍ତ ବିଦ୍ୟୁତ୍ ଉତ୍ପାଦକ (Power Generator) ଏନଟିପିସି ଲିମିଟେଡ୍ (NTPC Limited) ସହିତ କାର୍ଯ୍ୟ କରୁଛି। କୋଇଲା ଯୋଗାଣକୁ ପ୍ରାଥମିକତା ଦିଆଯିବ ଯାହା କୋଇଲା କମ୍ପାନୀଙ୍କୁ ସେମାନଙ୍କ ନିୟମିତ ଦେୟ ପ୍ରଦାନ କରାଯାଉଛି ଏବଂ ଇନ୍ଧନ ଉପଲବ୍ଧତାର ଆବଶ୍ୟକୀୟ ସ୍ତରକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂହ।