PM Modi & Biden Car: ସବୁ ଦେଶର ନିଜ ରାଷ୍ଟ୍ରମୁଖ୍ୟଙ୍କ ସୁରକ୍ଷା ସବୁଠୁ ବଡ଼ ଦାୟିତ୍ୱ। କେଉଁ ଦେଶରେ ପ୍ରଧାନମନ୍ତ୍ରୀ ତ କେଉଁ ଦେଶରେ ରାଷ୍ଟ୍ରପତି ଶାସନ ଭାର ସମ୍ଭାଳିଥାନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସେଥିପାଇଁ ରାଷ୍ଟ୍ରମୁଖ୍ୟ ଯାତାୟାତ କରୁଥିବା ଯାନ ବା କାର୍ ମଧ୍ୟ ବହୁତ ଖାସ୍ ହୋଇଥାଏ। ସୁରକ୍ଷା ଦୃଷ୍ଟିରୁ ଓ ଲୁକ୍ ରୁ ମଧ୍ୟ ଏହାକୁ ଖାସ୍ ତରିକାରେ ତିଆରି ବି କରାଯାଇଥାଏ। ଏବେ ଭାରତରେ ଜି-20 ଶିଖର ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି ।ସେଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି । ତେଣୁ କରି ଭାରତ ସରକାର ସବୁ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଏମିତିରେ ବେଳେ ବେଳେ ମନରେ ପ୍ରଶ୍ନ ଉଠେ ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ ଶକ୍ତିଶାଳୀ ନା ଆମ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍। ଆସନ୍ତୁ ଏହି ଆର୍ଟିକିଲରେ ଜାଣିବା...


COMMERCIAL BREAK
SCROLL TO CONTINUE READING

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଦୁନିଆର ସବୁଠୁ ବେଷ୍ଟ କାର ରହିଛି। ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଜ୍ ରେ ଏବେ ସାମିଲ ହୋଇଛି ମର୍ସିଡିଜ୍ ମେବୈକ୍ ଏସ ୬୫୦ ଗାର୍ଡ ।  ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ନରେନ୍ଦ୍ର ମୋଦି ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ସମୟରେ ଏହାକୁ ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ସୁରକ୍ଷିତ ଏବଂ ସଜ୍ଜିତ ମର୍ସିଡିଜ୍-ମେବୈକ ଏସ ୬୫୦ ରେଞ୍ଜ ରୋଭର ଭୋଗ ଏବଂ ଟୟୋଟା ଲ୍ୟାଣ୍ଡ କ୍ରୁଜର ର ବରାବର । ଯାହାକି ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗାଡ଼ି ଭିତରେ ଏକ ଅଂଶ ଅଟେ। କାର୍ ଏବଂ ବାଇକ୍ ୱେବସାଇଟ୍ ଅନୁଯାୟୀ, ମର୍ସିଡିଜ୍-ମେବୈକ୍ S 650 ଗାର୍ଡ VR10 ସ୍ତରୀୟ ସୁରକ୍ଷା ସହିତ ଆସିଥାଏ । ଏହି ସୁରକ୍ଷା ଅର୍ଥ ହେଉଛି AK-47 ରାଇଫଲରୁ ଆକ୍ରମଣ ଦ୍ୱାରା ମଧ୍ୟ ଏହା ପ୍ରଭାବିତ ହୁଏ ନାହିଁ ।ଦୁଇ କିମି ଦୂରରୁ ୧୫ କିଲୋଗ୍ରାମ TNT ବିସ୍ଫୋରଣ ହେଲେମଧ୍ୟ କାରରେ ବସିଥିବା ବ୍ୟକ୍ତିଙ୍କ ସୁରକ୍ଷା ଅକ୍ଷୁର୍ଣ୍ଣ ରହିଥାଏ।  ଏହି କାରଟି ହେଉଛି ବିସ୍ଫୋରକ ପ୍ରତିରୋଧ ଯାନ (ERV) ୨୦୧୦ ରେଟିଂ ପାଇଛି।


ୱିଣ୍ଡୋ ଭିତରେ ଏହାର ପଲିକାର୍ବୋନେଟ୍ ଆବରଣ ଥିବାବେଳେ ଗାଡ଼ି ଭିତରେ ଥିବା ବ୍ୟକ୍ତିତ୍ୱକୁ ଶକ୍ତିଶାଳୀ ବିସ୍ଫୋରଣରୁ ରକ୍ଷା କରିଥାଏ। ଯଦି ଏହି ଗାଡ଼ି ଉପରେ କେବେ ଗ୍ୟାସ ଆକ୍ରମଣ (Gas Attack)  କରାଯାଏ ତେବେ କେବିନ୍ ମଧ୍ୟରେ ଥିବା ମଣିଷ ଟିକେ ହେଲେ ବି ପ୍ରଭାବିତ ହେବେ ନାହିଁ। ଏହାସହ ଗ୍ୟାସ ଆକ୍ରମଣ ସମୟରେ ସେ ଆରାମରେ ଗାଡ଼ି ଭିତରେ ନିଶ୍ୱାସ ପ୍ରଶ୍ୱାସ ନେଇପାରିବେ। ମର୍ସିଡିଜ୍-ମେବୈକ୍ S650 ଗାର୍ଡ ୬.୦ଲିଟର ଟ୍ୱିନ୍-ଟର୍ବୋ V12 ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା ୫୧୬ ବିଏଚପି ଏବଂ ପ୍ରାୟ ୯୦୦ Nm ପିକ୍ ଟର୍କ ଉତ୍ପାଦନ କରେ । ସର୍ବାଧିକ ଗତି ୧୬୦ କିଲୋମିଟର ପର୍ଯ୍ୟନ୍ତ ସୀମିତ । ଏହି କାରରେ ସ୍ୱତନ୍ତ୍ର ରନ୍-ଫ୍ଲାଟ ଟାୟାର ମଧ୍ୟ ଅଛି ଯାହା କ୍ଷତି କିମ୍ବା ପଙ୍କଚର ସମୟରେ ଶୀଘ୍ର ରିକଭର ହେବାରେ ସକ୍ଷମ ହୋଇଥାଏ। ସେହିପରି ଏହି କାର୍ ର ଆନୁମାନିକ ମୂଲ୍ୟ ୧୨.୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। 


ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର Cadillac Escalade SUV । ୨୦୧୬ ଏସ୍କାଲା କନସେପ୍ଟରୁ ଏହା ଆସିଛି। ଏହି ଶକ୍ତିଶାଳୀ ଲିମୋଜିନ୍ ଏତେ ଉନ୍ନତ ବୈଶିଷ୍ଟ୍ୟ ସହିତ ଆସିଥାଏ ଯାହାର ଓଜନ ପ୍ରାୟ ସାତ ହଜାରକିଲୋଗ୍ରାମ ରୁ ୯ହଜାର କିଲୋଗ୍ରାମ । ଏଥିରେ ୫ଟି ସ୍ତର ବିଶିଷ୍ଟ ଗ୍ଲାସ ବା କାଚ ଏବଂ ପଲିକାର୍ବୋନେଟ ସହିତ ବୁଲେଟପ୍ରୁଫ ୱିଣ୍ଡୋ ରହିଛି। ଏହା ମଧ୍ୟ ବୁଲେଟ୍ କୁ କାଚରେ ବାଜିବାରୁ ଏଡାଇଦେଇପାରେ। ଅନ୍ୟ ପଟେ, କ୍ୟାଡିଲାକ୍ ୱାନର ଶରୀର ୫ଇଞ୍ଚ ମୋଟା ସାମରିକ-ଗ୍ରେଡ୍ ଆର୍ମର ବ୍ୟବହାର କରେ ଯାହା ଗ୍ରେନେଡ୍ ଆକ୍ରମଣକୁ ସହ୍ୟ କରିପାରିବ । ଏହାର ପୂରା ବଡ଼ି ଇସ୍ପାତ, ଆଲୁମିନିୟମ ଏବଂ ଟାଇଟାନିୟମରୁ ନିର୍ମିତ। 


ସୁରକ୍ଷାକୁ ଧ୍ୟାନରେ ରଖି ଏହି କାରରେ ପମ୍ପ-ଆକ୍ସନ୍ ସଟ୍ ଗନ୍, ଲୁହବୁହା ଗ୍ୟାସ୍ ତୋପ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ସହ ସିଧାସଳଖ ଲିଙ୍କ୍ ଥିବା ସାଟେଲାଇଟ୍ ଫୋନ୍ ରହିଛି। ଲୁହବୁହା ଗ୍ୟାସ୍ ଗ୍ରେନେଡ୍ ଲଞ୍ଚର୍ ମଧ୍ୟ କାରର ଆଗ ଭାଗରେ ଲୁଚି ରହିଛି । ଏହି ଶକ୍ତିଶାଳୀ କାର ଫ୍ଲାଟ ଟାୟାରରେ ମଧ୍ୟ ଚଳା ଯାଇପାରିବ। କାରର ୮ଇଞ୍ଚ୍ ମୋଟା ଡୋର କୌଣସି ରାସାୟନିକ ଆକ୍ରମଣରୁ (Chemical Attack) ସୁରକ୍ଷା ଯୋଗାଇବା ପାଇଁ ରାଷ୍ଟ୍ରପତିଙ୍କୁ ସଂପୂର୍ଣ୍ଣ ସିଲ୍ କରିପାରେ। କାରରେ ବାଧ୍ୟତାମୂଳକ ପ୍ରବେଶକୁ ରୋକିବା ପାଇଁ କବାଟ ହ୍ୟାଣ୍ଡେଲଗୁଡିକ ମଧ୍ୟ ବିଦ୍ୟୁତକରଣ କରାଯାଇପାରିବ । ଏଥିରେ ନାଇଟ୍ ଭିଜନ୍ କ୍ୟାମେରା, ଜିପିଏସ୍ ଟ୍ରାକିଂ ସେଣ୍ଟର, ବ୍ଲଡ୍ ବ୍ୟାଗ୍ ଭଳି ଅନେକ ଫିଚର ରହିଛି। ସେହିପରି ଏହି ହାଇବଜେଟ୍ କାର୍ ର ଦାମ ଡଲାର ୩୦୦,୦୦୦ ରୁ ଡଲାର ୧,୫୦୦,୦୦୦ ଟଙ୍କା ବୋଲି କୁହାଯାଉଛି। 


Also Read: G-20 Summit: ୨ଦିନ ପାଇଁ ୧୮ କୋଟି ଭଡ଼ାରେ ନିଆଯାଇଛି ୨୦ ଲିମୋଜିନ୍ କାର, ଜାଣନ୍ତୁ କଣ ରହିଛି ଖାସ୍