ନୂଆଦିଲ୍ଲୀ; ଆରମ୍ଭ ହେଲା ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣର ପ୍ରଥମ ଅଭିଯାନ। ମର୍ଯ୍ୟାଦା ପୁରୁଷ ଭଗବାନ ରାମଙ୍କ ମନ୍ଦିର ପାଇଁ  'ନିଧି ଆତ୍ମସମର୍ପଣ ଅଭିଯାନ' (ଶୁକ୍ରବାର)  ଆଜିଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଥମେ ୫ ଲକ୍ଷ ୧୦୦ ଟଙ୍କା ଦାନ କରି ଏହି ଅଭିଯାନ ଆରମ୍ଭ କରିଛନ୍ତି । ଦାନ ସଂଗ୍ରହ ପାଇଁ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ସ୍ବୟଂ ସେବକ ସଂଗଠନର ଏକ ପ୍ରତିନିଧୀ ଦଳ ତାଙ୍କ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲେ।


COMMERCIAL BREAK
SCROLL TO CONTINUE READING

ଦେଶର ପ୍ରଥମ ନାଗରିକ (First citizen of India)  ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ( President Ram Nath Kovind) ରାମମନ୍ଦିର  (Ram Temple) ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ୧୦୦ ଟଙ୍କା (5 lakh and one hundred)ର ଏକ ଚେକ୍(Check) ଦେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର (Central Government), ଉତ୍ତର ପ୍ରଦେଶ (Uttarpradesh) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Chief Minister) ୧୧ ଲକ୍ଷ ଟଙ୍କା, ଉଦ୍ଧବ ଠାକରେ (Uddhav Thackeray) ଙ୍କ ଶିବସେନା (Shiv sena) ୧ କୋଟି ଟଙ୍କା ଏବଂ ମୋରାରୀ ବାପୁ (Moraribapu) ୧୧ କୋଟି ଟଙ୍କା ଦାନ କରିଛନ୍ତି। ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ (MadhyPradesh Chief minister) ଶିବରାଜ ସିଂହ ଚୌହାନ( Shivraj Singh Chouhan) ମଧ୍ୟ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। 


ସୂଚନାଯୋଗ୍ୟ ଶ୍ରୀ ରାମ ଜନ୍ମଭୂମୀ (Shri Ram Janmabhoomi) ତିର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି ମହାରାଜ (Swami Govind Dev giri) ଏବଂ ବିଶ୍ୱ ହିନ୍ଦୁ ପରିଷଦ (Vishva Hindu Parishad) ର କାର୍ଯ୍ୟାଧ୍ୟକ୍ଷ ଆଲୋକ କୁମାରଙ୍କ ସମେତ ଭିଏଚପି (VHP) ର ବଡ଼ ବଡ଼ ନେତାମାନେ ରାଷ୍ଟ୍ରପତି  ରାମନାଥ କୋବିନ୍ଦ ( President Ram Nath Kovind)ଙ୍କୁ ଭେଟିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତିଙ୍କୁ ଅଯୋଧ୍ୟା (Ayodha) ରେ ନିର୍ମାଣ ହେଉଥିବା ଶ୍ରୀ ରାମ ମନ୍ଦିର (Shri Ram Temple)  ପାଇଁ ଦାନ (Donation) କରିବାକୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ବିଶ୍ୱ ହିନ୍ଦୁ ପରିଷଦ (Vishva Hindu Parishad)ର କିଛି ନେତା ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ Uttarakhand Chief minister) ତ୍ରିବେନ୍ଦ୍ର ସିଂହ ରାୱତ(Trivendra Singh Rawat) ଙ୍କଠାରୁ ଦାନ ସଂଗ୍ରହ କରିବା ନେଇ ସୂଚନା ରହିଛି । 


Also Read; କୃଷକଙ୍କୁ ସମର୍ଥନ ଜଣାଇଲେ ରାହୁଲ, କହିଲେ ଶେଷ ପର୍ଯ୍ୟନ୍ତ ମୋର ସମର୍ଥନ ଜାରି ରହିବ


ଆଜିଠାରୁ ରାମମନ୍ଦିର ( Ram Mandir) ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ଏବଂ ଏହି ଅଭିଯାନ ୨୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୦, ୧୦୦, ୧୦୦୦ ଟଙ୍କା କୁପନ୍ ରହିବ। ଏଥି ସହିତ ୨,୦୦୦ ରୁ ଅଧିକ ସହଯୋଗୀଙ୍କୁ ଏକ ରସିଦ ପ୍ରଦାନ କରାଯିବ। ଏହି ଦାନ ମାଧ୍ୟମରେ ଅଯୋଧ୍ୟାରେ ଶ୍ରୀ ରାମ (Shri  Ram)ଙ୍କର ଏକ ଭବ୍ୟ ଓ ବିଶାଳ ମନ୍ଦିର ନିର୍ମାଣ ହେବ।


Also Read; ଟିପର-ଟ୍ରାଭେଲର ଧକ୍କାରେ ମହିଳା କ୍ଲବର ୧୦ ସଦସ୍ୟା ମୃତ


ଅଗଷ୍ଟ ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime minister Narendra modi) ଏହି ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ପରେ କେନ୍ଦ୍ର ସରକାର( Central Government) ଙ୍କ ପକ୍ଷରୁ ୧ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଟ୍ରଷ୍ଟ (Trust) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, କୌଣସି ବିଦେଶୀ ପୁଞ୍ଜି (Foreign Funding) , କର୍ପୋରେଟ ଡୋନେସନ (Corporate Donation) ଓ କେନ୍ଦ୍ର ସରକାରଙ୍କ କୌଣସି ଫଣ୍ଡ  (Government fund)ର ଟଙ୍କା ଏହି ମନ୍ଦିରରେ ଲଗାଯିବ ନାହିଁ।