ଟିପର-ଟ୍ରାଭେଲର ଧକ୍କାରେ ମହିଳା କ୍ଲବର ୧୦ ସଦସ୍ୟା ମୃତ
Advertisement

ଟିପର-ଟ୍ରାଭେଲର ଧକ୍କାରେ ମହିଳା କ୍ଲବର ୧୦ ସଦସ୍ୟା ମୃତ

ଟ୍ରାଭେଲର ଓ ଟିପର ମୁହାମୁହିଁ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୦ ମହିଳା ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୫ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଇଉଛନ୍ତି।

ଟିପର-ଟ୍ରାଭେଲର ଧକ୍କାରେ ମହିଳା କ୍ଲବର ୧୦ ସଦସ୍ୟା ମୃତ

ବେଙ୍ଗାଲୁରୁ: ଶୁକ୍ରବାର ସକାଳେ କର୍ଣ୍ଣାଟକର ଧରୱାଡ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଟ୍ରାଭେଲର ଓ ଟିପର ମୁହାମୁହିଁ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୦ ମହିଳା ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୫ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଇଉଛନ୍ତି। ମହିଳାମାନେ ଛୁଟି କଟାଇବାକୁ ଗୋଆ ଯିବାବେଳେ ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ (Karnataka) ଦଭଙ୍ଗେରେ ଅଞ୍ଚଳର ଏକ ମହିଳା କ୍ଲବର କିଛି ସଦସ୍ୟା ଶୁକ୍ରବାର ସକାଳେ ଛୁଟି କାଟିବା ପାଇଁ ଗୋଆ ଯାଉଥିଲେ। ତେବେ ଭୋରରେ ଧରୱାଡ ଜାତୀୟ ରାଜପଥ ନଂ୪ ରେ ତାଙ୍କର ଟ୍ରାଭେଲର ଓ ଟିପର ମଧ୍ୟରେ ଧକ୍କା (Road Accident) ହୋଇଥିଲା। ଘଟଣାସ୍ଥଳରେ ୧୦ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଟିପରର ଡ୍ରାଇଭରଙ୍କର ବି ଜୀବନ ଯାଇଛି।

fallback

ସେପଟେ ଟ୍ରାଭେଲର ଓ ଟ୍ରକରେ ଥିବା ଅନ୍ୟ ୫ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନେ ସମସ୍ତଙ୍କୁ ହୁବଲିସ୍ଥିତ  KIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। SPଙ୍କ ଅଧ୍ୟକ୍ଷତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ଧରୱାଡ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।