କୃଷି ଆଇନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି; କହିଲେ..
Prime Minister Modi`s Interview: ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ଗଠନ ପାଇଁ ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି । ଏହାର ଅର୍ଥ ହେଉଛି ଲୋକମାନେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଆମକୁ ଭୋଟ୍ ଦେଇଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏକ ପତ୍ରିକାକୁ ସାକ୍ଷାତକାର ଦେଇ ବିରୋଧୀ ଦଳ ଉପରେ ଜୋରଦାର ବର୍ଷିଛନ୍ତି । ଏହି ସମୟରେ ବିରୋଧୀ ମାନେ ଚାଷୀଙ୍କୁ ପ୍ରତାରଣା କରୁଛନ୍ତି ବୋଲି ସେ କହିଛନ୍ତି । ଆଜି ପର୍ଯ୍ୟନ୍ତ ସରକାର କ୍ଷମତା ପାଇଁ ଚାଲିଥିଲା ଓ ବର୍ତ୍ତମାନ ସରକାର ଲୋକଙ୍କ ପାଇଁ ଚଳାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜର ସାକ୍ଷାତକାରରେ କହିଛନ୍ତି ।
କ୍ଷୁଦ୍ର ଚାଷୀଙ୍କୁ ମଜବୁତ କରିବା ହେଉଛି ଲକ୍ଷ୍ୟ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯଦି ଆପଣ ଆଜି କୃଷକ ଅନୁକୂଳ ସଂସ୍କାରକୁ ବିରୋଧ କରୁଛନ୍ତି, ତେବେ ଆପଣ ବୈଦ୍ଧିକ ବେଇମାନି ଓ ରାଜନୈତିକ ଠକେଇର ପ୍ରକୃତ ଅର୍ଥ ଦେଖିବେ । ଦେଶର କ୍ଷୁଦ୍ର କୃଷକମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମଜବୁତ କରିବାକୁ ଆମେ ପ୍ରତିବଦ୍ଧ ।
ଏହା ବି ପଢ଼ନ୍ତୁ: RSS ସହ ଗାନ୍ଧୀଙ୍କ ସମ୍ପର୍କ ଥିଲା ନିବିଡ଼!
ବିରୋଧୀ ନେଲେ ୟୁ-ଟର୍ଣ୍ଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟ କେତେକ ରାଜନୈତିକ ଦଳ ଏହି ତିନୋଟି କୃଷି ଆଇନ ପରି ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ବର୍ତ୍ତମାନ ସେମାନେ ସମ୍ପୂର୍ଣ୍ଣ ୟୁ-ଟର୍ନ ନେଇଛନ୍ତି ଓ ବୈଦ୍ଧିକ ବେଇମାନି ପ୍ରଦର୍ଶନ କରିଛନ୍ତି । ସେମାନେ ସମ୍ପୂର୍ଣ୍ଣ ଭାବରେ ଅବହେଳା କରୁଛନ୍ତି କୃଷକ ମାନଙ୍କ ପାଇଁ କ’ଣ ଲାଭ ହେବ? ରାଜନୈତିକ ଦୃଷ୍ଟିରୁ କ’ଣ ଲାଭଦାୟକ ତାହା କେବଳ ସେମାନେ ଖୋଜୁଛନ୍ତି?
ଏହା ବି ପଢ଼ନ୍ତୁ: କିସାନ ମହାପଞ୍ଚାୟତକୁ ନେଇ ଭର୍ତ୍ସନା କଲେ ସୁପ୍ରିମକୋର୍ଟ; ଦେଲେ ଏହି ଆଦେଶ
ଦେଶରେ ଗଠନ କରାଯାଇଥିଲା କଂଗ୍ରେସ ଗୋତ୍ର ସରକାର
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମ ଦେଶରେ ଗଠିତ ସମସ୍ତ ସରକାର ମୌଳିକ ଭାବେ କଂଗ୍ରେସ ଗୋତ୍ରର ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିଲା ଓ ସେଥିପାଇଁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ରାଜନୈତିକ ଓ ଅର୍ଥନୈତିକ ଚିନ୍ତାଧାରା ପ୍ରକ୍ରିୟାରେ କୌଣସି ପାର୍ଥକ୍ୟ ନଥିଲା । ଲୋକମାନେ ଅଟଳ ଜୀଙ୍କୁ ସୁଯୋଗ ଦେଇଥିଲେ କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନଥିଲା, ଏହା ଏକ ମିଳିତ ସରକାର ଥିଲା ।
ଏହା ବି ପଢ଼ନ୍ତୁ: କାହିଁକି ଜନ୍ମ ହୁଅନ୍ତି ଯାଆଁଳା ଶିଶୁ? ହଟିଲା ରହସ୍ୟରୁ ପରଦା!
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ଲୋକମାନେ ଆମକୁ ସମର୍ଥନ କରିଛନ୍ତି ଓ ଦେଶରେ ପ୍ରଥମ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ଅଣ-କଂଗ୍ରେସ ସରକାର ଗଠନ କରିଛନ୍ତି । ଏହାର ଅର୍ଥ ହେଉଛି ଲୋକମାନେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଭୋଟ୍ ଦେଇଛନ୍ତି ।