ଜେଲ ରିଫର୍ମର ନୂଆ ପ୍ରୟାସ, କଏଦୀମାନଙ୍କୁ ଦିଆଯାଉଛି ପୂଜକ ହେବାର ତାଲିମ... ଜାଣନ୍ତୁ ପୁରା ଖବର
ସେମାନଙ୍କ ମଧ୍ୟରୁ ଅନେକ ଗରିବ କିମ୍ୱା ଅର୍ଦ୍ଧଶିକ୍ଷିତ । ତେଣୁ ଅନ୍ତେବାସୀଙ୍କୁ ପ୍ରଶିକ୍ଷିତ କରିବା କଥା ଆମେ ଚିନ୍ତା କରିଥିଲୁ। ଯାହା ଫଳରେ ସେମାନେ ନିଜ ପାରିପାର୍ଶ୍ୱରେ ସକରାତ୍ମକ ଉର୍ଜା ପ୍ରାପ୍ତ କରିପାରିବେ। ତେବେ ଏହା ବାଧ୍ୟତାମୂଳକ ନ ଥିଲା।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ସେଣ୍ଟ୍ରାଲ ଜେଲରେ ଚାଲିଛି ଭିନ୍ନ ଏକ ତାଲିମ । ଏଠାରେ କଏଦୀଙ୍କୁ ପୂଜକ ହେବା ପାଇଁ ଦିଆଯାଉଛି ତାଲିମ। ଜେଲ ସଂସ୍କାର ମାଧ୍ୟମରେ ଅନେକ ସୁଧାର କାର୍ଯ୍ୟ ଚାଲିଛି। କେଉଁଠି କଏଦୀଙ୍କ ପାଇଁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରାଯାଉଛି ତ କେଉଁଠି ଚାଷକାର୍ଯ୍ୟ, ହସ୍ତଶିଳ୍ପର ତାଲିମ ଦିଆଯାଉଛି। ଯାହାର ଲକ୍ଷ୍ୟ କଏଦୀଙ୍କୁ ଏକ ସୁସ୍ଥ ତଥା ସାଧାରଣ ଜୀବନ ପ୍ରଦାନ କରିବା। ଏହିପରି ସଂସ୍କାର କାର୍ଯ୍ୟକ୍ରମ ଦ୍ୱାରା କଏଦୀମାନେ ସଜ୍ଜା କାଟି ବାହାରକୁ ଗଲା ପରେ ପୁଣି ଥରେ ସାଧାରଣ ଜୀବନ ବଞ୍ଚିଥାଇ ପାରନ୍ତି।
କଏଦୀଙ୍କୁ ଅବସାଦ ଏବଂ ହିଂସାରୁ ଦୂରେଇ ରଖିବାକୁ ଭୋପାଳ ସେଣ୍ଟ୍ରାଲ୍ ଜେଲ (Bhopal Central Jail) କର୍ତ୍ତୃପକ୍ଷ ଆପଣେଇଛନ୍ତି ଏକ ନିଆରା ପଦ୍ଧତି। ଏଠାରେ ଇଚ୍ଛୁକ କଏଦୀଙ୍କୁ ବିଭିନ୍ନ ପାରମ୍ପରିକ ପୂଜା ଅନୁଷ୍ଠାନ ଆୟୋଜନ କରିବାର ତାଲିମ ଦିଆଯାଉଛି। ଅର୍ଥାତ, ଏମାନଙ୍କୁ ଭବିଷ୍ୟତର ପୂଜକ ହେବା ପାଇଁ ପ୍ରସ୍ତୁତ କରାଯାଉଛି। ଏନେଇ ଜେଲ ଅଧିକ୍ଷକ ଦିନେଶ ନରଗୱେ କହିଛନ୍ତି ଯେ, ଆମ ଜେଲର ଅଧିକାଂଶ ଅନ୍ତେବାସୀ ଅବସାଦରେ ଅଛନ୍ତି ନତୁବା ହିଂସାତ୍ମକ ଚିନ୍ତାଧାରାରେ ଅଛନ୍ତି।
Also Read: ଜାଣନ୍ତୁ କେଉଁ କାର୍ଡ ଅଧିକ ଲାଭଦାୟକ, ବିଏନପିଏଲ୍ ନା Credit Card
ସେମାନଙ୍କ ମଧ୍ୟରୁ ଅନେକ ଗରିବ କିମ୍ୱା ଅର୍ଦ୍ଧଶିକ୍ଷିତ । ତେଣୁ ଅନ୍ତେବାସୀ (Jail Border)ଙ୍କୁ ପ୍ରଶିକ୍ଷିତ କରିବା କଥା ଆମେ ଚିନ୍ତା କରିଥିଲୁ। ଯାହା ଫଳରେ ସେମାନେ ନିଜ ପାରିପାର୍ଶ୍ୱରେ ସକରାତ୍ମକ ଉର୍ଜା ପ୍ରାପ୍ତ କରିପାରିବେ। ତେବେ ଏହା ବାଧ୍ୟତାମୂଳକ ନ ଥିଲା। ଇଚ୍ଛୁକ ଅନ୍ତେବାସୀଙ୍କୁ ଜେଲ କର୍ତ୍ତୃପକ୍ଷ ଏହି ତାଲିମ ଦେବାର ବ୍ୟବସ୍ଥା କରିଥିଲେ। କଏଦୀମାନଙ୍କୁ ଆଧ୍ୟାତ୍ମିକତା, ପୂଜାନୀତି, ବେଦ ପାଠ, ସଂସ୍କାର, ପ୍ରେମ, ଶାଳୀନତା ତଥା ସହନଶୀଳତାର ଶିକ୍ଷା ଦିଆଯାଉଛି। ତାଲିମ ନେଇଥିବା କିଛି କଏଦୀଙ୍କ କହିବାନୁଯାୟୀ, ସେମାନେ ପ୍ରଥମେ ଚିନ୍ତାଗ୍ରସ୍ତ ରହୁଥିଲେ। କିନ୍ତୁ ଆଧ୍ୟାତ୍ମିକତା ଶିକ୍ଷା ପରେ ସେମାନଙ୍କୁ ଶାନ୍ତି ମିଳୁଛି। ସେମାନେ ମଧ୍ୟ ସମାଜର ଏକ ଅଂଶ ବୋଲି ଭାବି ପାରୁଛନ୍ତି।
Also Read: Russia Ukraine War: ଆମେରିକା ଜାରି କଲା ଲୋମହର୍ଷଣକାରୀ ଫଟୋ, ବାଇଡେନ୍ ବଢାଇଲେ ଟେନସନ୍
ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ (Gayatri Shaktipitha) ଦ୍ୱାରା ଅନ୍ତେବାସୀଙ୍କୁ ବୌଦ୍ଧିକ ତଥା ଆଧ୍ୟାତ୍ମିକ ଶିକ୍ଷା ଦେବାର ଦାୟିତ୍ୱ ଗ୍ରହଣ କରାଯାଇଛି। ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ପରେ ଏହି କଏଦୀମାନଙ୍କୁ ଗାୟତ୍ରୀ ଅନୁଷ୍ଠାନ ଦ୍ୱାରା ରୋଜଗାର ମଧ୍ୟ ଯାଗାଇ ଦିଆଯିବ। ଯୋଗ୍ୟତା, ଶିକ୍ଷା ଲାଭର କ୍ଷମତା ତଥା ନୀତିନିୟମ ଶିଖିବାର ରୁଚି ଅନୁଯାୟୀ କଏଦୀଙ୍କୁ ଏହି ତାଲିମ ପାଇଁ ଚୟନ କରାଯାଇଛି। ବର୍ତ୍ତମାନ ପ୍ରାୟ ୫୦ ଜଣ ଅନ୍ତେବାସୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ପ୍ରଥମ ସେସନ ମାର୍ଚ୍ଚ ୨୮ତାରିଖରେ ଶେଷ ହେବ।