Russia Ukraine War: ଆମେରିକା ଜାରି କଲା ଲୋମହର୍ଷଣକାରୀ ଫଟୋ, ବାଇଡେନ୍ ବଢାଇଲେ ଟେନସନ୍
Advertisement
Article Detail0/zeeodisha/odisha1130847

Russia Ukraine War: ଆମେରିକା ଜାରି କଲା ଲୋମହର୍ଷଣକାରୀ ଫଟୋ, ବାଇଡେନ୍ ବଢାଇଲେ ଟେନସନ୍

ଋଷର ଆକ୍ରମଣ ଓ ୟୁକ୍ରେନର ମୁକାବିଲା ଭିତରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ସେନା ଋଷର ଜବରଦସ୍ତ ମୁକାବିଲା କରୁଥିବାରୁ ଋଷ ଅଧିକ ଆକ୍ରମଣାତ୍ମକ ହେଉଛି। ଦିନକୁ ଦିନ ଅତି କଠୋର ହେବା ସହ ଋଷ ବିଧ୍ୱଂସକାରୀ ମିସାଇଲ ବ୍ୟବହାର କରୁଛି।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ଯାହାକୁ ନେଇ ବିଶ୍ୱ ସମୁଦାୟ ମଧ୍ୟ ଚିନ୍ତାରେ ଅଛନ୍ତି। ୨୭ତମ ଦିନରେ ବି ଭୀଷଣ ଯୁଦ୍ଧ ଜାରି ରହିଛି। ୟୁକ୍ରେନର ବିଭିନ୍ନ ସହର ଉପରେ କିଞ୍ଝଲ ସୁପରସୋନିକ ପ୍ରହାର ପରେ ପରେ ଋଷ ସେନା ଏବେ କ୍ରୁଜ୍ ମିସାଇଲ ମାଡ଼ କରିଛି। ବିସ୍ଫୋରଣରେ ଧ୍ୱଂସ କେମିକାଲ ପ୍ଲାଣ୍ଟ ହୋଇଯାଇଛି। ଋଷ ସେନା ଉପରେ ୟୁକ୍ରେନ ମଧ୍ୟ ଏୟାର ଷ୍ଟ୍ରାଇକ କରିଛି। ଆମେରିକା ଏହାରି ମଧ୍ୟରେ ଋଷ ୟୁକ୍ରେନ ଯୁଦ୍ଧର ଏକ ଭୟାନକ ଫଟୋ ସେୟାର କରିଛି। 

ଋଷର ଆକ୍ରମଣ ଓ ୟୁକ୍ରେନର ମୁକାବିଲା ଭିତରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ସେନା ଋଷର ଜବରଦସ୍ତ ମୁକାବିଲା କରୁଥିବାରୁ ଋଷ ଅଧିକ ଆକ୍ରମଣାତ୍ମକ ହେଉଛି। ଦିନକୁ ଦିନ ଅତି କଠୋର ହେବା ସହ ଋଷ ବିଧ୍ୱଂସକାରୀ ମିସାଇଲ ବ୍ୟବହାର କରୁଛି। ଋଷର ମାରାତ୍ମକ ଆକ୍ରମଣ ୟୁକ୍ରେନରେ ଭୟଙ୍କର ବିନାଶ ଘଟାଇଛି। ୟୁକ୍ରେନ ସହରଗୁଡିକର ବିନାଶର ନୂତନ ଚିତ୍ର ଗୁଡିକ ଯାହା ଉପଗ୍ରହ ମାଧ୍ୟମରେ ସାମ୍ନାକୁ ଆସିଛି, ଯେଉଁଥିରେ ବିନାଶର ପରିମାଣ ସ୍ପଷ୍ଟ ଦୃଶ୍ୟମାନ ହେଉଛି। 

Also Read: ବିବାଦରେ Bachchan Pandey; ପୂରଣ କରିପାରୁନି ଟାର୍ଗେଟ୍, ତିନି ଦିନର ଆୟ ମାତ୍ର ଏତିକି ଟଙ୍କା

ଆମେରିକୀୟ କମ୍ପାନୀ ମ୍ୟାକ୍ସାର୍ ଟେକ୍ନୋଲୋଜି ହୃଦୟବିଦାରକ ସେଟେଲାଇଟ୍ ଚିତ୍ରଗୁଡ଼ିକୁ ପ୍ରକାଶ କରିଛି। ଯେଉଁଥିରେ ୟୁକ୍ରେନର ରାସ୍ତାଘଟା ନିର୍ଜନ ପାଲଟି ଯାଇଛି। ଘର, କୋଠା ଗୁଡିକ ବ୍ୟାପକ କ୍ଷୟକ୍ଷତି ହୋଇଛି। ମିଶାଇଲ ଓ ବୋମାମାଡରେ ସହର ପ୍ରାୟ ଧ୍ୱଂସ ସ୍ତୁପ ପାଲଟି ଯାଇଛି। ଚାରିଆଡେ କେବଳ ଧୂଆଁ ଧୂଆଁ ଦେଖାଯାଉଛି। ଏହି ଚିତ୍ରଗୁଡ଼ିକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ସମଗ୍ର ୟୁକ୍ରେନ କେଉଁ ଦୁଃଖଦ ପରିସ୍ଥିତିର ସାମ୍ନା କରୁଛି।

ଚିତ୍ରଗୁଡ଼ିକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ଋଷର ଆକ୍ରମଣ ପରେ ୟୁକ୍ରେନରେ କେତେ ବିପଜ୍ଜନକ ବିନାଶ ଘଟିଛି। ସେଥିପାଇଁ ବର୍ତ୍ତମାନ ୟୁକ୍ରେନର ଅଧିକାଂଶ ଅଞ୍ଚଳ ସମ୍ପୂର୍ଣ୍ଣ ନିଛାଟିଆ ବା ଖାଁ ଖାଁ ଦେଖାଯାଉଛି। ଏହା ଭିତରେ ମିଳିତ ଜାତିସଂଘ କହିଛି ଯେ, ଋଷର ଆକ୍ରମଣ ପରେ ପ୍ରାୟ ୩.୫ ମିଲିୟନ୍ ୟୁକ୍ରେନ ବାସିନ୍ଦା ଦେଶ ଛାଡିଛନ୍ତି। ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ହେବାପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଚାହୁଁଛନ୍ତି। ହେଲେ ପୁଟିନଙ୍କ ଦାବି ଆଗରେ ସେ ମୁଣ୍ଡ ନୁଆଁଇବାକୁ ଚାହୁଁ ନାହାନ୍ତି।

Also Read: ରାଜନୀତି ପିଚରେ ହରଭଜନ ସିଂହ; ରାଜ୍ୟସଭାରୁ କରିବେ ଓପନିଂ, ଉତ୍ସାହିତ ହୋଇ କହିଲେ...

ଯୁଦ୍ଧ ଭିତରେ ଋଷ ତରଫରୁ ବିଭିନ୍ନ ପ୍ରକାରର ମିଶାଇଲ ମାଡ କରାଯିବାପରେ ବି ହାର ମାନିବାକୁ ଜେଲେନସ୍କି ପ୍ରସ୍ତୁତ ନାହାନ୍ତି। ପୁଟିନ ଧମକ ପରେ ଧମକ ଦେଇ ଚାଲିଥିଲେ ବି ଜେଲେନସ୍କି ଆତ୍ମସମର୍ପଣ ପାଇଁ ସିଧାସିଧା ମନା କରି ଦେଇଛନ୍ତି। ଶେଷ ପ୍ରର୍ଯ୍ୟନ୍ତ ଯୁଦ୍ଧ କରିବାକୁ ସେ ଘୋଷଣା କରିଛନ୍ତି।  ଯୁଦ୍ଧ ସଙ୍କଟ ଭିତରେ ଶୁକ୍ରବାର ନାଟୋ ଦେଶର ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପୋଲାଣ୍ଡ ଯିବେ। ଯାହା ବିଶ୍ୱଯୁଦ୍ଧ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।