ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣ (Coronavirus Infection) ମଧ୍ୟରେ ଉତ୍ତର ପ୍ରଦେଶର ଘରୋଇ ସଂସ୍ଥାନରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି । ଭଲ ଖବର ଏହା ହେଉଛି ସରକାରୀ କର୍ମଚାରୀଙ୍କ ବ୍ୟତୀତ ବର୍ତ୍ତମାନ ଉତ୍ତରପ୍ରଦେଶରେ କୋରୋନା ସଂକ୍ରମିତ ଘରୋଇ କର୍ମଚାରୀ (Private employees) ଙ୍କୁ ମଧ୍ୟ ଦରମା ସହ ଛୁଟି ମିଳିବ । ଏହି ପରିପ୍ରେକ୍ଷୀରେ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ବିଭାଗୀୟ କମିଶନରଙ୍କୁ ଚିଠି ଲେଖିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୪୦ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା


ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଆଦେଶ ଅନୁଯାୟୀ, ବର୍ତ୍ତମାନ ବେସରକାରୀ କର୍ମଚାରୀମାନେ କୋରୋନା ସଂକ୍ରମିତ ହେଲେ ଛୁଟି ସହିତ ୨୮ ଦିନର ଦରମା ପାଇବେ । ଏଥିପାଇଁ କୋରୋନା ସଂକ୍ରମିତ କର୍ମଚାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ହେବ । ଏଥି ସହିତ  ସିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ବନ୍ଦ କରିଥିବା ପ୍ରତିଷ୍ଠାନଗୁଡିକର କର୍ମଚାରୀମାନଙ୍କୁ ମଧ୍ୟ ବେତନ ସହିତ ଛୁଟି ଦିଆଯିବ ।


ଅଧିକ ପଢ଼ନ୍ତୁ:-ଭାରତର କୋରୋନା ସଙ୍କଟକୁ ନେଇ ଏପରି କିଛି କହିଲା WHO


ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୩୩,୫୭୪ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭୂତାଣୁ ଯୋଗୁଁ ଗୋଟିଏ ଦିନରେ ୨୪୯ ଲୋକ ପ୍ରାଣ ହରାଇଛନ୍ତି । ଲକ୍ଷ୍ନୌରେ ସର୍ବାଧିକ ୪୫୬୬ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ।