New Sri Lankan PM Ranil Wickramasinghe:ଅର୍ଥନୈତିକ ସଂକଟ କାରଣରୁ ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୂତନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରାନିଲ ବିକ୍ରମସିନ୍ଧେ। ଗତ ମେ ୯ ତାରିଖ ଶନିବାର ମହିନ୍ଦା ରାଜପକ୍ଷେ ଗାଦି ଛାଡି଼ବା ପରେ ପଞ୍ଚମ ଥର ଲାଗି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ସେ।     


COMMERCIAL BREAK
SCROLL TO CONTINUE READING

ଗତ ୨୦୨୦ ବର୍ଷରେ ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ରାନିଲ ବିକ୍ରମସିନ୍ଧେ। ୧୯୭୦ ଦଶକରେ ସେ ରାଜନୀତିରେ ପ୍ରବେଶ କରି ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୩ ମସିହାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିଭିନ୍ନ ମନ୍ତ୍ରଣାଳୟ ମୁଖ୍ୟ ଥିଲେ ଏବଂ ୧୯୯୪ ମସିହାରୁ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ନାମକ ମୁଖ୍ୟ ହୋଇଥିଲେ ସେ। ଯଦିଓ ସେ ଏକ ଭିନ୍ନ ଦଳରେ ଅଛନ୍ତି ହେଲେ ତାଙ୍କୁ ରାଜପକ୍ଷେ ପରିବାରର ନିକଟତର ବୋଲି ବିବେଚନା କରାଯାଏ। 


Also Read: Sri Lanka Crisis: ନୂତନ ବର୍ଷ ପାଳନ ପୂର୍ବରୁ ବଡ଼ ଉପହାର ଦେଲା ଭାରତ


ବର୍ତ୍ତମାନ ଦେଶର ସଂସଦରେ କେବଳ ଜଣେ ମାତ୍ର ଥାଇ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ଅଧ୍ୟକ୍ଷ ରାନିଲ ବିକ୍ରମସିନ୍ଧେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ଯିଏ ଗତ ଥର ଅନୁଷ୍ଠିତ ହୋଇଥିବା ସଂସଦ ନିର୍ବାଚନ ହାରି ଯାଇଥିଲେ। ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦଲ ଭାର ଗ୍ରହଣ କରିବା ପରେ ଶ୍ରୀଲଙ୍କା ପୋଦୁଜାନା ପେରାମୁନା, ଜନବାଲବେଗାୟା ସମେତ ଅନ୍ୟ ଦଳ ତାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପଟେ ରାନିଲ ବିକ୍ରମସିନ୍ଧେ ଦେଶର ସଂସଦରେ ବହୁମତ ହାସଲ କରିବାରେ ସକ୍ଷମ ହେବେ ବୋଲି କହିଛନ୍ତି ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ବି.ଅବେୟବାରଦେନା। 


Also Read: ପାକିସ୍ତାନ ପରେ ଏହି ଦେଶର ସଂସଦରେ ଆଗତ ହେବ ଅବିଶ୍ୱାସ ପ୍ରସ୍ତାବ


ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ଅଧ୍ୟକ୍ଷ ରାନିଲ ବିକ୍ରମସିନ୍ଧେଙ୍କ ନେତୃତ୍ୱାଧିନ ଅନ୍ତରୀଣ ସରକାର ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ। ଏହି ସମୟ ଅବଧି ମଧ୍ୟରେ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ଲାଗି ଅନେକ ପଦକ୍ଷେପ ନେବାକୁ ହେବ। ଶ୍ରୀଲଙ୍କା ରାଜନୀତିରେ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ହେଉଛି ଅନ୍ୟତମ ପୁରୁଣା ଦଳ। ଗତ ୨୦୨୦ ବର୍ଷରେ ଅନୁଷ୍ଠିତ ହୋଇଥିବା ସଂସଦ ନିର୍ବାଚନରେ ଏହି ଦଳକୁ କେବଳ ଗୋଟିଏ ମାତ୍ର ଆସନ ମିଳିଥିଲା। ଏପରିକି ନିଜେ ଦଳ ଅଧ୍ୟକ୍ଷ ରାନିଲ ବିକ୍ରମସିନ୍ଧେ ରାଜଧାନୀ କଲମ୍ବୋରୁ ନିର୍ବାଚନ ହାରି ଯାଇଥିଲେ।   


ପୂର୍ବରୁ ୪ ଥର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ରାନିଲ ବିକ୍ରମସିନ୍ଧେ। ଗତ ୨୦୧୮ ଅକ୍ଟୋବରରେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ତାଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ। ମାତ୍ର ଏହାର ୨ ମାସ ପରେ  ପୁନର୍ବାର ତାଙ୍କୁ ଏହି ପଦରେ ପୁନଃସ୍ଥାପନ କରିବାକୁ ପଡିଥିଲା। 


Also Read: ଶ୍ରୀଲଙ୍କାର ସଂକଟ କାଳରେ ଭାରତ ପଠାଇଲା ଏହି ଜରୁରୀ ସାମଗ୍ରୀ


ରାନିଲ ବିକ୍ରମସିନ୍ଧେଙ୍କ ବାବଦରେ ଏହା କୁହାଯାଏ ଯେ ସେ ଚୀନ ସମର୍ଥକ ମହିନ୍ଦା ରାଜପକ୍ଷେଙ୍କ ତୁଳନାରେ ଭାରତ ପ୍ରତି ଅଧିକ ନିକଟତର। ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ସହିତ ଭାରତ ସହ ଶ୍ରୀଲଙ୍କା ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।