Sri Lanka Crisis: ନୂତନ ବର୍ଷ ପାଳନ ପୂର୍ବରୁ ବଡ଼ ଉପହାର ଦେଲା ଭାରତ
Advertisement
Article Detail0/zeeodisha/odisha1150808

Sri Lanka Crisis: ନୂତନ ବର୍ଷ ପାଳନ ପୂର୍ବରୁ ବଡ଼ ଉପହାର ଦେଲା ଭାରତ

ଭାରତୀୟ ଉଚ୍ଚାୟୁକ୍ତ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଶ୍ରୀଲଙ୍କାର ନୂତନ ବର୍ଷ ପାଳନ ପୂର୍ବରୁ ଭାରତୀୟ ଚାଉଳ କୋଲମ୍ବୋ ଠାରେ ପହଞ୍ଚିଛି। 

Sri Lanka Crisis: ନୂତନ ବର୍ଷ ପାଳନ ପୂର୍ବରୁ ବଡ଼ ଉପହାର ଦେଲା ଭାରତ

କୋଲମ୍ବୋ: ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କା ପାଇଁ ପାରମ୍ପାରିକ ନୂତନ ବର୍ଷ ପାଳନ ପୂର୍ବରୁ ଭାରତ ପକ୍ଷରୁ ଏକ ବଡ ଉପହାର ଦିଆଯାଇଛି। ଭାରତ ପ୍ରଦାନ କରିଥିବା ଏହି ଉପହାରରୁ ଶ୍ରୀଲଙ୍କା ଆର୍ଥିକ ସ୍ତରରେ ଆଶ୍ୱସ୍ତି ପାଇପାରେ। ଭାରତ ପକ୍ଷରୁ ଶ୍ରୀଲଙ୍କା ଲାଗି ପଠାଯାଇଥିବା ୧୧ ହଜାର ଟନ୍ ଚାଉଳ ମଙ୍ଗଳବାର ସେଠାରେ ପହଞ୍ଚିଛି। ପାରମ୍ପାରିକ ନୂତନ ବର୍ଷ ହେଉଛି ଶ୍ରୀଲଙ୍କାର ସବୁଠାରୁ ବଡ ପର୍ବ।

ଭାରତୀୟ ଉଚ୍ଚାୟୁକ୍ତ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଶ୍ରୀଲଙ୍କାର ନୂତନ ବର୍ଷ ପାଳନ ପୂର୍ବରୁ ଭାରତୀୟ ଚାଉଳ କୋଲମ୍ବୋ ଠାରେ ପହଞ୍ଚିଛି। ଗତ ସପ୍ତାହେ ମଧ୍ୟରେ ଭାରତୀୟ ସହାୟତାରେ ଶ୍ରୀଲଙ୍କାକୁ ୧୬ ହଜାର ଟନ୍ ଚାଉଳ ଯୋଗାଇ ଦିଆଯାଇଛି। ଶ୍ରୀଲଙ୍କାକୁ ଭାରତ ପକ୍ଷରୁ ଆଗକୁ ଆହୁରି ସହୟତା ପ୍ରଦାନ କରାଯିବ। 

Also Read: Sri Lanka Crisis: ନୂତନ ବର୍ଷ ପାଳନ ପୂର୍ବରୁ ବଡ଼ ଉପହାର ଦେଲା ଭାରତ

ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ମଙ୍ଗଳବାର ଘୋଷଣା କରିଛି ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଏକ ରିଲିଫ୍ ପ୍ୟାକେଜ୍  ନ ମିଳିବା ପର୍ଯ୍ୟନ୍ତ ବିଦେଶୀ ଋଣ ପରିଶୋଦ କରାଯାଇ ପାରିବ ନାହିଁ। ଏନେଇ ଶ୍ରୀଲଙ୍କା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ସରକାର ସାଧାରଣ ଋଣ ସେବାକୁ ସ୍ଥଗିତ ରଖନ୍ତୁ। ଏହି ନିୟମ ୧୨ ଅପ୍ରେଲ ବକେୟା ଋଣ ପାଇଁ ଏହା ପ୍ରଯୁଜ୍ୟ ହେବ।

ବର୍ତ୍ତମାନ ଶ୍ରୀଲଙ୍କା ଭୟାନକ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛି। ଦରଦାମ ବୃଦ୍ଧି ସବୁ ସୀମା ଅତିକ୍ରମ କରିସାରିଛି। ଲୋକେ ଦେଶର ରାଜରାସ୍ତାକୁ ଓହ୍ଲାଇ ଏନେଇ ବିକ୍ଷୋଭ କରୁଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଏପରି ଯେ ଚା ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀ ମୂଲ୍ୟ ତିନି ଅଙ୍କରେ ପହଞ୍ଚିଛି। 

Also Read: ଦେଶରେ କାହିଁକି ସୃଷ୍ଟି ହେଲା ଆର୍ଥିକ ସଂକଟ? କାରଣ କହିଲେ ଶ୍ରୀଲଙ୍କା ନାଗରିକ

ଦେଶର ଆର୍ଥିକ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଦେଶକୁ ଦେବାଳିଆ ଘୋଷିତ କରିଛନ୍ତି ଶ୍ରୀଲଙ୍କା ସରକାର। ଏହି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ୫୧ ବିଲିୟନ ଡଲାର ବକେୟା ବିଦେଶୀ ଋଣ ପରିଶୋଧ କରାଯାଇ ପାରିବ ନାହିଁ ବୋଲି ଶ୍ରୀଲଙ୍କା ଘୋଷଣା କରିଛି।

ବିଗତ ଏକ ବର୍ଷ ମଧ୍ୟରେ ଶ୍ରୀଲଙ୍କା ଉପରେ ମୋଟ ଋଣର ପରିମାଣ ୧୬୦୦% ବୃଦ୍ଧି ପାଇଛି। ଗତ ବର୍ଷ ଅପ୍ରେଲ୍ ମାସରେ ଶ୍ରୀଲଙ୍କା ଉପରେ ମୋଟ ୩୫୦୦ କୋଟି ଡଲାର ମୂଲ୍ୟର ଋଣଥିଲା ଯାହା ଚଳିତ ବର୍ଷ ଅପ୍ରେଲରେ ୫୧୦୦ କୋଟି ଡ଼ଲାର ମୂଲ୍ୟକୁ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କାର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଦକ୍ଷିଣ ଏସୀୟ ଦେଶକୁ ଋଣ ଦେଉଥିବା ବୈଦେଶିକ ସରକାର ସମେତ ଋଣଦାତା ମଙ୍ଗଳବାର ଅପରାହ୍ନରୁ ସେମାନଙ୍କର ଯେକୌଣସି ସୁଧ ଦେୟ  ଶ୍ରୀଲଙ୍କା ଟଙ୍କା ମାଧ୍ୟମରେ କରିପାରିବେ। 

ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା ଯେତିକି ଋଣ ନେଇଛି ତାହାର ୧୫ ପ୍ରତିଶତ ଚୀନ ପାଖରୁ, ୪୭% ଋଣ ଖୋଲା ବଜାରରୁ, ୧୩% ଏସୀୟାନ୍ ଡେଭଲପ୍ ମେଣ୍ଟ ବ୍ୟାଙ୍କ ପାଖରୁ, ୱାର୍ଲ୍ଡ ବ୍ୟାଙ୍କ ପାଖରୁ ୧୦%, ଜାପାନ ପାଖରୁ ୧୦%, ଭାରତ ପକ୍ଷରୁ ୨% ଏବଂ ଅନ୍ୟ ସ୍ଥାନରୁ ୩% ପ୍ରତିଶତ ଋଣ ନିଆଯାଇଛି।

Also Read: ଶେଷ ହୋଇଆସିଲାଣି ଭାରତ ଦେଇଥିବା ଋଣ; ଆହୁରି ଅଧିକ ସହାୟତା ଲୋଡ଼ିଲା ଶ୍ରୀଲଙ୍କା

ବିଦେଶରୁ ନେଇ ଋଣ ପରିଶୋଘ କରିବା ପାଇଁ ଶ୍ରୀଲଙ୍କା ପାଖରେ ବର୍ତ୍ତମାନ କୌଣସି ସମ୍ବଳ ନାହିଁ। ବିଗତ ୨ ବର୍ଷ ପୂର୍ବେ ଶ୍ରୀଲଙ୍କାର ଅର୍ଥନୈତିକ ଅଭିବୃଦ୍ଧି ହାର ଭାରତ ତୁଳନାରେ ବହୁତ ଅଧିକ ଥିଲା। ଗତ ୨୦୨୦ ବର୍ଷରେ ଶ୍ରୀଲଙ୍କାର ମୁଣ୍ଡପିଛା ଆୟ ବଜାର ବିନିମୟ ମୂଲ୍ୟ ବାର୍ଷିକ ୪୦୫୩ ଡଲାର ଏବଂ କ୍ରୟ ଶକ୍ତି ସମାନତା ଆଧାରରେ ବାର୍ଷିକ ୧୩,୫୩୭ ଡଲାର ଥିଲା। ଅର୍ଥାତ୍ ସେହି ସମୟରେ ଭାରତ ତୁଳନାରେ ଏହା ବହୁତ ଅଧିକ। ମିଳିତ ଜାତିସଂଘ ମାନବ ବିକାଶ ରିପୋର୍ଟ ଆଧାରରେ ମଧ୍ୟ ୨୦୨୦ ବର୍ଷରେ ଶ୍ରୀଲଙ୍କା ସ୍ଥିତି ଭାରତ ଅପେକ୍ଷା ଭଲ ଥିଲା। ଏହି ରିପୋର୍ଟ ଆଧାରରେ ଭାରତ ୧୩୧ ନମ୍ବର ସ୍ଥାନରେ ରହିଥିବା ବେଳେ ଶ୍ରୀସଙ୍କା ୭୨ ତମ ସ୍ଥାନରେ ରହିଥିଲା। ହେଲେ ପରେ ଶ୍ରୀଲଙ୍କା ଧୀରେ ଧୀରେ ଚୀନ ଋଣ ବୋଝରେ ଡୁବିଗଲା ଏବଂ ବର୍ତ୍ତମାନ ଦେଶ ଆର୍ଥିକ ଦୃଷ୍ଟିକୋଣରୁ ଦେବାଳିଆ ହୋଇସାରିଛି।