ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ପାଇଁ ପଡ଼ୋଶୀ ଦେଶ ଠାରୁ ସାହାଯ୍ୟ ମାଗିବାକୁ ବାଧ୍ୟ ହୋଇଥିଲା ଶ୍ରୀଲଙ୍କା।
Trending Photos
ଶ୍ରୀଲଙ୍କାରେ ଆର୍ଥିକ ସଂକଟ ସହ ରାଜନୈତିକ ଅସ୍ଥିରତା ଯୋଗୁଁ ମନ୍ତ୍ରୀମଣ୍ଡଳ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେଇଦେଇଛନ୍ତି। ଏହା ସହିତ ସରକାର ବିରୋଧରେ ରାଜରାସ୍ତାକୁ ଆସି ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେପଟେ ଆତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି। ତୈଳ ଦର ଓ ଇନ୍ଧନ ଓ ରନ୍ଧନ ଗ୍ୟାସ ପାଇଁ ଲମ୍ୱା ଲାଇନ୍ ଲାଗୁଥିବା ଦେଖିବାକୁ ମିଳିଛି। ସେପଟେ ଶ୍ରୀଲଙ୍କାର ଏପରି ବଡ଼ ସଂକଟ ମଧ୍ୟରେ ସହଯୋଗର ହାତ ବଢ଼ାଇଛି ଭାରତ। ଶ୍ରୀଲଙ୍କାକୁ ୨୪ ଘଣ୍ଟା ମଧ୍ୟରେ ଭାରତ ୭୬ ହଜାର ଟନ୍ ଇନ୍ଧନ ପଠାଇଛି।
ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯେବେ ପଡ଼ୋଶୀ ଦେଶ ଶ୍ରୀଲଙ୍କା (Sri Lanka) ବଡ଼ ଆର୍ଥିକ ସଂକଟ ଦେଇ ଗତି କରୁଛି। ଏହି ସମୟରେ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ଆର୍ଥିକ ସଂକଟରେ (Economic Crisis) ଦେଖି, ସାହାଯ୍ୟ କରିବାକୁ ଆଗକୁ ଆସିଛି ଭାରତ (India)। ରୋଷେଇ ଗ୍ୟାସ ପାଇଁ ଲାଗିଥିବା ଲମ୍ୱା ଲାଇନକୁ ଦେଖିଲେ ଶ୍ରୀଲଙ୍କାର ଆର୍ଥିକ ସଂକଟ କେତେ ଗଭୀର ତାହାର ଆକଳନ କରାଯାଇପାରିବ। ଲୋକେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପାଇଁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ପୁରାପୁରି ଭାବେ ପ୍ରଭାବିତ ହୋଇଛି। ଲୋକେ ଅନେକ ଘଣ୍ଟା ଧରି ବିଦ୍ୟୁତ୍ କାଟର ସମ୍ମୁଖୀନ ହେଉଛନ୍ତି।
ଶ୍ରୀଲଙ୍କା ପାଖରେ ବୈଦେଶିକ ପୁଞ୍ଜି ସରିଯାଇଛି। ସେଥିପାଇଁ ସେ ବାହାର ଦେଶରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସକ୍ଷମ ହେଉନାହିଁ। ଭୋଜନ ଓ ଇନ୍ଧନର ଅଭାବ ସହିତ ଶ୍ରୀଲଙ୍କା ଏକ ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛି। ୨ ବର୍ଷରୁ ଅଧିକ ସମୟ ଧରି କୋରୋନା ସାରା ଦେଶରେ ଲୋକଙ୍କ ରୋଜଗାରକୁ ଠପ୍ କରିଦେଇଥିଲା। ଏବେ ଶ୍ରୀଲଙ୍କା ବୈଦେଶିକ ମୁଦ୍ରା ସଙ୍କଟ ଦେଇ ଗତି କରୁଛି। ଯେଉଁଥି ପାଇଁ ବାହାର ଦେଶରୁ ଖାଦ୍ୟପଦାର୍ଥ ଓ ଇନ୍ଧନ ଆମଦାନୀ କରିବାର କ୍ଷମତାକୁ ପ୍ରଭାବିତ କରିଛି।
ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ପାଇଁ ପଡ଼ୋଶୀ ଦେଶ ଠାରୁ ସାହାଯ୍ୟ ମାଗିବାକୁ ବାଧ୍ୟ ହୋଇଥିଲା ଶ୍ରୀଲଙ୍କା। ଆର୍ଥିକ ସଂକଟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବା ପରେ ଶ୍ରୀଲଙ୍କ କ୍ୟାବିନେଟ୍ ରେ ୨୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହି ସମୟରେ ଶ୍ରୀଲଙ୍କା ଉପରେ ଶନିବାର ସନ୍ଧ୍ୟା ୬ଟାରେ ଲାଗୁ ହୋଇଥିବା ୩୬ ଘଣ୍ଟିଆ କର୍ଫ୍ୟୁ ସୋମବାର ସକାଳ ୬ଟାରେ ହଟାଇ ଦିଆଯାଇଛି। ଦେଶର ଜରୁରୀକାଳୀନ ପରିସ୍ଥିତିରେ ଭାରତ ସହଯୋଗର ହାତ ବଢ଼ାଇଛି।