ରାସନ କାର୍ଡରେ ଏହିପରି ଯୋଡ଼ନ୍ତୁ ନିଜ ପତ୍ନୀ ଓ ପିଲାର ନାମ, ମାଗଣାରେ ମିଳିବ ଅନେକ ସୁବିଧା
ରାସନ କାର୍ଡ (Ration Card) ମାଧ୍ୟମରେ ମାଗଣା ଓ ଶସ୍ତା ଖାଦ୍ୟଶସ୍ୟ ବ୍ୟତୀତ ଆପଣ ଅନ୍ୟାନ୍ୟ ସୁବିଧା ପାଇପାରିବେ । ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ ।
ନୂଆଦିଲ୍ଲୀ: ରାସନ କାର୍ଡରେ (Ration Card) ଯଦି ଆପଣ ଏକ ନୂତନ ପରିବାର ସଦସ୍ୟଙ୍କ ନାମ ଯୋଡିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ । ଆପଣ ଏହି କାର୍ଯ୍ୟକୁ ସହଜରେ ଓ କିଛି ମିନିଟରେ କରିପାରିବେ । ଏକ ନୂତନ ନାମ ଯୋଡିବା ପାଇଁ ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ମୋଡ୍ (Online or offline mode) ଚୟନ କରିପାରିବେ ।
ରେସନ କାର୍ଡରେ ନୂତନ ସଦସ୍ୟଙ୍କ ନାମ ଯୋଡିବାକୁ ଆବଶ୍ୟକ ଡକ୍ୟୁମେଣ୍ଟ-
୧. ଏହିପରି ଯୋଡନ୍ତୁ ପିଲାର ନାମ
ଯଦି ଆପଣଙ୍କ ପିଲାର ନାମ ରାସନ କାର୍ଡରେ (Ration Card) ଯୋଡାବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଘରର ମୁଖ୍ୟଙ୍କ ରାସନ କାର୍ଡର (ଫଟୋ କପି ଓ ଅରିଜିନାଲ), ପିଲାର ଜନ୍ମ ପ୍ରମାଣପତ୍ର ଓ ଉଭୟ ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ ହେବ ।
ଅଧିକ ପଢ଼ନ୍ତୁ: NASA ଦେଲା ଚେତାବନୀ; ସମୁଦ୍ରରେ ବୁଡିଯିବ ଭାରତର ଏହି ୧୨ ଟି ସହର
୨. ଏପରି ଅନଲାଇନରେ ଯୋଡନ୍ତୁ ନୂତନ ସଦସ୍ୟଙ୍କ ନାମ
ଯଦି ଘରେ ବିବାହ ପରେ ବୋହୂର ନାମ ଯୋଡାଯାଏ, ତେବେ ମହିଳାଙ୍କ ଆଧାର କାର୍ଡ, ବିବାହ ପ୍ରମାଣପତ୍ର, ସ୍ୱାମୀଙ୍କ ରେସନ କାର୍ଡ (ଫଟୋ କପି ଓ ଅରିଜିନାଲ) ଓ ପ୍ରଥମ ପିତାମାତାଙ୍କ ଘରୁ ଆସିବାର ପ୍ରମାଣପତ୍ର ବାଧ୍ୟତାମୂଳକ ।
ଏହିପରି ଅନଲାଇନରେ ଯୋଡନ୍ତୁ ନାମ-
୧. ସର୍ବପ୍ରଥମେ ନିଜ ରାଜ୍ୟର ଖାଦ୍ୟ ଯୋଗାଣର ଅଫିସିଆଲ୍ ୱେବସାଇଟକୁ ଭିଜିଟ କରନ୍ତୁ ।
୨. ଯଦି ଆପଣ ଓଡ଼ିଶାରେ ଅଧିବାସୀ ତେବେ ଆପଣଙ୍କୁ ଏହି (http://www.foododisha.in/ebitaran.asp?lnk=31) ଲିଙ୍କରେ ଭିଜିଟ କରିବାକୁ ପଡିବ ।
୩. ବର୍ତ୍ତମାନ ଆପଣଙ୍କୁ ଏଠାରେ ଏକ ଲଗଇନ୍ ID ତିଆରି କରିବାକୁ ପଡିବ, ଯଦି ଆପଣଙ୍କର ପୂର୍ବରୁ ଏକ ID ଅଛି, ତେବେ ସେହି ID ସହିତ ଲଗ୍ ଇନ୍ କରନ୍ତୁ ।
୪. ଏଠାରେ ହୋମ୍ ପେଜରେ ଏକ ନୂତନ ସଦସ୍ୟ ଯୋଡିବାର ବିକଳ୍ପ ଦେଖିବାକୁ ପାଇବେ ।
୫. ଏହା ଉପରେ କ୍ଲିକ୍ କଲେ ଆପଣଙ୍କ ସାମ୍ନାରେ ଏକ ନୂତନ ଫର୍ମ ଆସିଯିବ ।
୬. ଏଠାରେ ଆପଣଙ୍କ ପରିବାରର ନୂତନ ସଦସ୍ୟଙ୍କ ସମସ୍ତ ସୂଚନା ସଠିକ୍ ଭାବରେ ପୂରଣ କରନ୍ତୁ ।
7. ଫର୍ମ ସହିତ ଆପଣଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସଫ୍ଟ କପି ମଧ୍ୟ ଅପଲୋଡ୍ କରିବାକୁ ପଡିବ ।
8. ଫର୍ମ ସବମିଟ ପରେ ଏକ ପଞ୍ଜୀକରଣ ନମ୍ବର ଆପଣଙ୍କୁ ମିଳିବ ।
9. ଏହା ସହିତ ଆପଣ ଏହି ପୋର୍ଟାଲରେ ଆପଣଙ୍କର ଫର୍ମର ସ୍ଥିତିକୁ ଟ୍ରାକ୍ କରିପାରିବେ ।
୧୦. ଅଧିକାରୀମାନେ ଫର୍ମ ଓ ଡକ୍ୟୁମେଣ୍ଟ ଯାଞ୍ଚ କରିବେ ।
୧୧. ଯଦି ସବୁକିଛି ସଠିକ୍ ତେବେ ଆପଣଙ୍କ ଫର୍ମ ଏକସେପ୍ଟ କରିଦିଆଯିବ ଓ ପୋଷ୍ଟ ମାଧ୍ୟମରେ ଆପଣଙ୍କ ଘରକୁ ରାସନ କାର୍ଡ ପଠାଇ ଦିଆଯିବ ।
ଅଧିକ ପଢ଼ନ୍ତୁ: ଏକ କୋଟି ନୂଆ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କିପରି ଉଠାଇବେ ଲାଭ
ରାସନରେ ନୂତନ ସଦସ୍ୟଙ୍କ ନାମ ଯୋଡିବା ପାଇଁ ଅଫଲାଇନ୍ ପ୍ରକ୍ରିୟା -
୧. ପ୍ରଥମେ ଆପଣଙ୍କୁ ନିକଟତମ ଖାଦ୍ୟ ଯୋଗାଣ କେନ୍ଦ୍ରକୁ ଯିବାକୁ ପଡିବ ।
୨. ସାଥିରେ ସମସ୍ତ ଉଲ୍ଲେଖିତ ଦଲିଲଗୁଡ଼ିକୁ ସାଙ୍ଗରେ ନେବାକୁ ପଡିବ ।
୩. ସେଠାରେ ଆପଣଙ୍କୁ ନୂତନ ସଦସ୍ୟଙ୍କ ନାମ ଯୋଡିବାର ଫର୍ମ ମିଳିଯିବ ।
୪. ଏହାପରେ ସମସ୍ତ ସବିଶେଷ ତଥ୍ୟ ଫର୍ମରେ ପୂରଣ କରି ଡକ୍ୟୁମେଣ୍ଟ୍ ସହିତ ଏହି ଫର୍ମକୁ ଏଠାରେ ଦାଖଲ କରନ୍ତୁ ।
୫. ଆପଣଙ୍କୁ ଏଠାରେ କିଛି ଆବେଦନ ଫି ମଧ୍ୟ ଦାଖଲ କରିବାକୁ ପଡିବ ।
୭. ଫର୍ମ ଦାଖଲ ପରେ ଅଧିକାରୀମାନେ ଆପଣଙ୍କୁ ଏକ ରସିଦ ଦେବେ, ଯାହାକୁ ଆପଣ ଯତ୍ନରେ ରଖିବା ଉଚିତ୍ ।
୮. ଏହି ରସିଦ ମାଧ୍ୟମରେ ଆପଣ ଅନଲାଇନ୍ ଆବେଦନର ସ୍ଥିତି ଯାଞ୍ଚ କରିପାରିବେ ।
୯. ଅଧିକାରୀମାନେ ଆପଣଙ୍କର ଫର୍ମ ଯାଞ୍ଚ କରିବେ ଓ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଆପଣ ଅତି କମରେ ୨ ସପ୍ତାହ ମଧ୍ୟରେ ଘରେ ଆପଣଙ୍କ ରାସନ ପାଇବେ ।