ପ୍ରଧାନ ମନ୍ତ୍ରୀ ଉଜ୍ଵଳା ଯୋଜନା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଓ ସେହି ସମୟରେ ପାଞ୍ଚ କୋଟି ବିପିଏଲ ପରିବାରର ମହିଳା ସଦସ୍ୟଙ୍କୁ ଏଲପିଜି ସଂଯୋଗ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
Trending Photos
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ମଙ୍ଗଳବାର ଉତ୍ତରପ୍ରଦେଶର ମହୋବାଠାରେ ଦାରିଦ୍ର୍ୟ ସୀମାରେଖା ତଳେ (BPL) ହିତାଧିକାରୀଙ୍କ ମଧ୍ୟରେ ଏଲପିଜି ସଂଯୋଗ ବଣ୍ଟନ କରି ଉଜ୍ଵଳା ଯୋଜନାର (Ujjwala Yojana) ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ଏହି ଅବସରରେ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଯୋଜନାର ହିତାଧିକାରୀମାନଙ୍କ ସହିତ ଯୋଗାଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ (Hardeep Singh Puri) ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ମଧ୍ୟ ଉପସ୍ଥିତ ଥିଲେ ।
ପ୍ରଧାନ ମନ୍ତ୍ରୀ ଉଜ୍ଵଳା ଯୋଜନା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଓ ସେହି ସମୟରେ ପାଞ୍ଚ କୋଟି ବିପିଏଲ ପରିବାରର ମହିଳା ସଦସ୍ୟଙ୍କୁ ଏଲପିଜି ସଂଯୋଗ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୨୦୧୮ ମସିହାରେ ଏହି ଯୋଜନାର ଉଦ୍ଦେଶ୍ୟରେ ଦଳିତ, ଆଦିବାସୀ, ଚା ବଗିଚା, ଅତି ପଛୁଆ ଶ୍ରେଣୀ ସମେତ ବିଭିନ୍ନ ବର୍ଗର ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଆଠ କୋଟି ମହିଳାଙ୍କୁ ଏଲପିଜି ସଂଯୋଗ ଯୋଗାଇବା ପାଇଁ ଏକ ନୂତନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୨୦୧୯ ରେ ଏହି ଲକ୍ଷ୍ୟ ହାସଲ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ୩୦ ଟି କବରରେ ମିଳିଲା ୧୩୯ ଟି ଅପରଚିତ ମୃତଦେହ, ତଦନ୍ତ ଆରମ୍ଭ କଲେ ସରକାର
ଚଳିତ ବର୍ଷର ବଜେଟରେ ପ୍ରଧାନ ମନ୍ତ୍ରୀ ଉଜ୍ଵଳା ଯୋଜନା (PM Ujjwala Yojana) ଅଧୀନରେ ଅତିରିକ୍ତ ଏକ କୋଟି ଏଲପିଜି ସଂଯୋଗ ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ, ଏହି ସୁବିଧାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ମାଗଣା ଏଲପିଜି ସଂଯୋଗ ଯୋଗାଇବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପର୍ଯ୍ୟାୟରେ ହିତାଧିକାରୀଙ୍କୁ ପ୍ରଥମ ରିଫିଲ୍ ମାଗଣାରେ ଯୋଗାଇବା ସହିତ ଷ୍ଟୋଭ୍କୁ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ । PMAO କହିଛି ଯେ ଏହାର ନାମଲେଖା ପ୍ରକ୍ରିୟାରେ ବହୁତ କମ୍ ଡକ୍ୟୁମେଣ୍ଟ୍ ଆବଶ୍ୟକ ହେବ ଓ ପ୍ରବାସୀମାନଙ୍କ ପାଇଁ ରାସନ କାର୍ଡ କିମ୍ବା ଆବାସିକ ପ୍ରମାଣପତ୍ର ପ୍ରଦାନ କରିବାର କୌଣସି ବାଧ୍ୟତା ନାହିଁ ।