ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଶୁକ୍ରବାର ବ୍ୟାଙ୍କଗୁଡ଼ିକରେ ଫିକ୍ସଡ୍ ଡିପୋଜିଟ୍ (Fixed Deposit/Term Deposit) ର ପରିପକ୍ୱତା ଅବଧି (Maturity period) ପରେ ବିନା ଦାବିରେ ଥିବା ରାଶି ଉପରେ ସୁଧ ହାର ନିୟମକୁ ବଦଳାଇ ଦେଇଛି । ବର୍ତ୍ତମାନ ଯଦି ଫିକ୍ସଡ୍ ଡିପୋଜିଟ (Fixed Deposit) ର ଅବଧି ଶେଷ ହୋଇଯାଏ ଓ ରାଶି ପ୍ରଦାନ କରାଯାଇ ନଥାଏ ଏବଂ ବ୍ୟାଙ୍କ ପାଖରେ ଏହି ରାଶି ବିନା ଦାବିରେ ପଡ଼ିରହିଥାଏ, ତେବେ ସଞ୍ଚୟ ଜମା ଉପରେ ଦିଆଯିବାକୁ ଥିବା ସୁଧ ହାର ଅନୁସାରେ ଏହା ଉପରେ ସୁଧ ପ୍ରଦାନ କରାଯାଇଥାଏ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୭୨୫ ସଂକ୍ରମିତ


RBI ସର୍କୁଲାରରେ କହିଛି ଯେ, "ଏହାର ସମୀକ୍ଷା ଉପରେ ... ନିଷ୍ପତ୍ତି ନିଆଯାଇଛି ଯେ ଯଦି ଫିକ୍ସଡ୍ ଡିପୋଜିଟ୍ ପରିପକ୍ୱ ହୁଏ ଏବଂ ରାଶି ପ୍ରଦାନ କରା ନ ଯାଏ ଏବଂ ବିନା ଦାବିରେ ବ୍ୟାଙ୍କରେ ରହିଥାଏ, ତା’ହେଲେ ଏଥିରେ ସୁଧ ହାର ସଞ୍ଚୟ ଜମା ଉପରେ ମିଳୁଥିବା ସୁଧ ହାର ପରି ମିଳିବ ।"


ଅଧିକ ପଢ଼ନ୍ତୁ:-୧୧୧ ଟଙ୍କା ପାର କଲା ପେଟ୍ରୋଲ, ଜାଣନ୍ତୁ ଆଜି କେଉଁ ମୂଲ୍ୟରେ ବିକ୍ରି ହେଉଛି ଡିଜେଲ


ସମସ୍ତ ବାଣିଜ୍ୟିକ ବ୍ୟାଙ୍କ, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ସ୍ଥାନୀୟ ଆଞ୍ଚଳିକ ବ୍ୟାଙ୍କରେ ଜମା ପାଇଁ ଏହି ନୂତନ ନିୟମ ପ୍ରଯୁଜ୍ୟ ହେବ । ଫିକ୍ସଡ୍ ଜମା (Fixed Deposit) ହେଉଛି ଏକ ଜମା ରାଶି ଯାହା ଏକ ନିର୍ଦ୍ଦିଷ୍ଟ ସୁଧରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବ୍ୟାଙ୍କରେ ରଖାଯାଏ । ଏଥିରେ ରିକରିଂ,  ସଞ୍ଚୟୀ, ପୁନଃନିବେଶ ଜମା ଏବଂ ନଗଦ ପ୍ରମାଣପତ୍ର ଭଳି ଜମା ମଧ୍ୟ ଅନ୍ତର୍ଭୁକ୍ତ ଥାଏ ।