ନୂଆଦିଲ୍ଲୀ: Raigad Co Operative Bank: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ତରଫରୁ ସରକାରୀ, ସମବାୟ ଏବଂ ବେସରକାରୀ ବ୍ୟାଙ୍କଗୁଡିକକୁ ନେଇ ସମୟ ସମୟରେ ଅନେକ ନିଷ୍ପତ୍ତି ନିଆଯାଇଥାଏ । ନିକଟ ଅତୀତରେ ଆରବିଆଇ ମୁମ୍ବାଇ (Mumbai) ର ରାୟଗଡ କୋ-ଅପରେଟିଭ୍ ବ୍ୟାଙ୍କ (Raigad Co Operative Bank) ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ଯାହା ପରେ ଗ୍ରାହକମାନେ କେବଳ ଗୋଟିଏ ସୀମା ମଧ୍ୟରେ ଏହି ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ (Limited Cash Withdraw) । ଯଦି ଆପଣଙ୍କର ଏଥିରେ ଏକ ଆକାଉଣ୍ଟ ଅଛି, ତେବେ ଜାଣନ୍ତୁ ଆରବିଆଇ କାହିଁକି ଏହି ପ୍ରତିବନ୍ଧକ ଲଗାଇଛି ଓ ଆପଣ ବର୍ତ୍ତମାନ କେତେ ଟଙ୍କା ଉଠାଇ ପାରିବେ ।


COMMERCIAL BREAK
SCROLL TO CONTINUE READING

ଆପଣ କେବଳ ଉଠାଇ ପାରିବେ ୧୫,୦୦୦ ଟଙ୍କା 


ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମୁମ୍ବାଇର ରାୟଗଡ ସମବାୟ ବ୍ୟାଙ୍କ (Raigad Co Operative Bank) ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ବ୍ୟାଙ୍କର ଆର୍ଥିକ ସ୍ଥିତିର ଅବନତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି । ବ୍ୟାଙ୍କର ଗ୍ରାହକଙ୍କ ପାଇଁ  ୧୫,୦୦୦ ଟଙ୍କା ଉଠାଇବା ସୀମା ଧାର୍ଯ୍ୟ କରାଯାଇଛି । ଅର୍ଥାତ ବର୍ତ୍ତମାନଠାରୁ ଗ୍ରାହକମାନେ ଏହାଠାରୁ ଅଧିକ ଟଙ୍କା ବାହାର କରିବାକୁ ସକ୍ଷମ ହେବେ ନାହିଁ ।


ଦେଇପାରିବେ ନାହିଁ କାହାକୁ ଋଣ


ଏହି ପ୍ରତିବନ୍ଧକ ପରେ ସମବାୟ ବ୍ୟାଙ୍କ (Raigad Co Operative Bank) ରିଜର୍ଭ ବ୍ୟାଙ୍କ (RBI) ର ଅନୁମତି ନ ନେଇ କାହାକୁ ଋଣ ଦେଇପାରିବ ନାହିଁ । ଏହା ସହିତ କୌଣସି ନିବେଶ ମଧ୍ୟ କରିପାରିବେ ନାହିଁ । ଏହା ବ୍ୟତୀତ ନୂତନ ଜମା ଗ୍ରହଣ କରିବାକୁ ସମର୍ଥ ହେବ ନାହିଁ ।


ଏହା ବି ପଢ଼ନ୍ତୁ:-ଅଗ୍ନିପଥ ଯୋଜନା ନିଯୁକ୍ତିରେ ଜାତି ପ୍ରମାଣପତ୍ର ମାଗିବା ଉପରେ ଉଠିଲା ପ୍ରଶ୍ନ, ଏବେ ସେନା ତରଫରୁ ଆସିଲା ଏହି ସ୍ପଷ୍ଟୀକରଣ


ଏହା ବି ପଢ଼ନ୍ତୁ:-ନୁପୂର ଶର୍ମାଙ୍କ ହତ୍ୟା ଯୋଜନା, ପାକିସ୍ତାନରୁ ଆସିଲା ରିଜୱାନ


ଏହା ବି ପଢ଼ନ୍ତୁ:-ସିନ୍ଦେଙ୍କ ଝଟକା ସମ୍ଭାଳିବା ପୂର୍ବରୁ ଉଦ୍ଧବଙ୍କୁ ଏବେ ଭାଇ ରାଜ ଠାକରେ ବି ଦେବାକୁ ଲାଗିଲେ ଟେନସନ୍


 


୬ ମାସ ପର୍ଯ୍ୟନ୍ତ ଲାଗୁ ରହିବ ଏହି ପ୍ରତିବନ୍ଧକ


ସୋମବାର ରିଜର୍ଭ ବ୍ୟାଙ୍କ (RBI) ଏକ ବୟାନରେ କହିଛି ଯେ ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କ ସଞ୍ଚୟ ଓ ଚାଲୁ ଆକାଉଣ୍ଟରୁ ୧୫,୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ବ୍ୟାଙ୍କ ଉପରେ ଏହି ପ୍ରତିବନ୍ଧକ ୬ ମାସ ପାଇଁ ଲାଗୁ ହେବ । ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ରାୟଗଡ ସମବାୟ ବ୍ୟାଙ୍କ (Raigad Co Operative Bank) କୁ ଦିଆଯାଇଥିବା ନିର୍ଦ୍ଦେଶ ଏହାର ବ୍ୟାଙ୍କିଙ୍ଗ ଲାଇସେନ୍ସ ବାତିଲ କରିବାର ଉଦ୍ଦେଶ୍ୟ ନୁହେଁ ।