Top 10 News: ୭ ଜଣ ରୋଡ ରୋମିଓ ଗିରଫ୍ କଲା ଚନ୍ଦକା ପୋଲିସ୍, ଦିଲ୍ଲୀର CM ଭାବେ ଶପଥ ନେଲେ ଆତିଶୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2440890

Top 10 News: ୭ ଜଣ ରୋଡ ରୋମିଓ ଗିରଫ୍ କଲା ଚନ୍ଦକା ପୋଲିସ୍, ଦିଲ୍ଲୀର CM ଭାବେ ଶପଥ ନେଲେ ଆତିଶୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର ଏ ବିଷୟକୁ ନେଇ ସଚେତନ ଅଛନ୍ତି । ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 21 September 2024

Top 10 News Headlines 21 September 2024: H1. Bharatpur PS Case: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ୍ । ଚନ୍ଦକା ପୋଲିସ୍ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ସେମାନଙ୍କ ମୋବାଇଲ ଓ ତା ମଧ୍ୟରୁ ଗୋଟେ ଭିଡିଓ ଓ ଗୋଟେ ଅଡିଓ ଜବତ କରିଛି ପୋଲିସ୍। ତେବେ ୭ ଜଣ ସମସ୍ତେ ଛାତ୍ର ବୋଲି ଜଣାପଡିଛନ୍ତି। ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସ ସୂଚନା ଦେଇଛନ୍ତି। ୭ ଜଣଙ୍କୁ ଗିରଫ କରିବା ସହ ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ହୋଇଛି।

H2. Odisha vigilance arrests Chief Construction Engineer: ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନ.ଭି ହରିହର ରାଓଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି। ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ୪୬ ଲକ୍ଷରୁ ଅଧିକ ନଗଦ ଟଙ୍କା, ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଦୁଇଟି ବେନାମୀ ଫ୍ଲାଟ, ଚାରୋଟି ଦାମିକିଆ ହୋମଷ୍ଟେଡ୍ ପ୍ଲଟ୍ ଏବଂ ଏନଭି ହରିହର ରାଓଙ୍କ ନାମରେ ୧ କୋଟିରୁ ଅଧିକ ବ୍ୟାଙ୍କ ଜମା ଥିବା ଜଣାପଡିଛି।

Also Read: Bengaluru Police: ଶ୍ରଦ୍ଧା ୱାଲକର ଭଳି ପୁଣି ଘଟିଲା ଆଉ ଏକ ଘଟଣା, ଫ୍ରିଜରେ ମିଳିଲା ଝିଅର ୩୦ ଖଣ୍ଡ; ସମସ୍ତେ ଚକିତ

H3. CM Mohan Charan Majhi on three-day Keonjhar visit: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ କେନ୍ଦୁଝର ଷ୍ଟାଡିଅମ ଖେଳ ପଡିଆ ଠାରେ ପ୍ରାତଃଭ୍ରମଣ କରିଥିଲେ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ଚିରାଚରିତ ଷ୍ଟାଇଲରେ ପୁରୁଣା ବନ୍ଧୁ, ସାଧାରଣ ଲୋକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ସହିତ କେନ୍ଦୁଝର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

H4. Ratna Bhandar GPR Survey: ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ଜିପିଆର ସର୍ଭେ କାର୍ଯ୍ୟ କରାଯିବ । ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ସରିଛି ପେନିଟ୍ରେଟିଂ ରାଡର ସର୍ଭେ । ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ହୋଇଛି ଜି ପି ଆର ସର୍ଭେ । ୩ ଘଣ୍ଟା ୫୦ ମିନିଟ୍ ଧରି ଏନ୍ ଜି ଆର୍ ଆଇ ର ତିନି ଜଣିଆ ବିଶେଷଜ୍ଞ ଟିମ୍ ଭିତର ରତ୍ନଭଣ୍ଡାରର ଚଟାଣ ଯାଞ୍ଚ କରିଛନ୍ତି ।ଏ ହାର ରିପୋର୍ଟ କୁ ଅଧାର କରି ହେବ ଭିତର ରତ୍ନଭଣ୍ଡାରର ମରାମତି।

Also Read: Horoscope 22 September 2024: ୨୨ ସେପ୍ଟେମ୍ବରରେ ସୂର୍ଯ୍ୟଦେବ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

H5. Delhi CM Atishi: ଅରବିନ୍ଦ କେଜ୍ରିୱାଲଙ୍କ ପରେ ଦିଲ୍ଲୀରେ ଆତିଶୀଙ୍କ ଶାସନ ଆରମ୍ଭ ହୋଇଛି। ଦିଲ୍ଲୀର ସିଏମ ଭାବେ ଆତିଶୀ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଆଜି ରାଜ ଭବନରେ ସିଏମ୍ ପଦବୀ ପାଇଁ ତାଙ୍କୁ ଶପଥ ଗ୍ରହଣ କରିଥିଲେ। ଆତିଶୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟତମ ନେତା ଭାବରେ ବିବେଚନା କରାଯାଏ, ଯାହାଙ୍କୁ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ବିଶ୍ୱାସ କରି ନଜ ସିଏମ ଚେୟାର ଦେଇଛନ୍ତି। ଆତିଶୀଙ୍କ କ୍ୟାବିନେଟରେ ୫ ଜଣ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ଆତିଶୀଙ୍କ ସହ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

H6. Centre notifies appointment of 8 new judges: ଆଠଟି ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନିଯୁକ୍ତି ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ "X" ରେ ଏକ ପୋଷ୍ଟ କରିଛନ୍ତି। କହିରଖୁଛୁ ଯେ ଏହି ନିଯୁକ୍ତିଗୁଡ଼ିକ ଦୀର୍ଘ ସମୟ ଧରି ଅଟକି ରହିଥିଲା। ମୁଖ୍ୟ ବିଚାରପତିଙ୍କ ସମ୍ବନ୍ଧରେ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ ୧୧ ଜୁଲାଇରେ କରାଯାଇଥିଲା।

H7. Shradha like murder in bengaluru: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା, ତାଙ୍କ ଶରୀରକୁ ୩୦ରୁ ଅଧିକ ଖଣ୍ଡ କରି ଫ୍ରିଜରେ ରଖାଯାଇଥିଲା। ଏହି ଘଟଣା ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲାକୁ ମନେ ପକାଇଥାଏ। ମୃତକ ୨୬ ବର୍ଷୀୟ ଝିଅ ବୋଲି ଜଣାପଡିଛି।

Also Read: Railway Jobs: ଦଶମ ପାସ୍ କରିବାଙ୍କ ପାଇଁ ସରକାରୀ ଚାକିରି ସୁଯୋଗ, ରେଳବାଇ ଦେଉଛି ବମ୍ପର ନିଯୁକ୍ତି, ଜାଣନ୍ତୁ ପୂରା ଡିଟେଲ୍ସ

H8. New IAF Chief: ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବେ ଏୟାର ମାର୍ଶଲ ଅମର ପ୍ରୀତ ସିଂଙ୍କୁ ନିଯୁକ୍ତ କରାଯାଇଛି। ଅମର ପ୍ରୀତ ସିଂ ବର୍ତ୍ତମାନ ବାୟୁସେନାର ଡେପୁଟି ଚିଫ୍ ଭାବରେ କାର୍ଯ୍ୟ କରୁଛନ୍ତି। ସେ ୩୦ ସେପ୍ଟେମ୍ବର ୨୦୨୪ ରେ ଏୟାର ଚିଫ୍ ମାର୍ଶଲ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶଲ ବିବେକ ରାମ ଚୌଧୁରୀ ସେହି ଦିନ ଅବସର ନେବେ।

H9. Bangladesh will send 3000 tons of fish to India: ଦୁର୍ଗା ପୂଜା ପୂର୍ବରୁ ବାଂଲାଦେଶ ଭାରତୀୟମାନଙ୍କୁ ଏକ ବିଶେଷ ଉପହାର ଦେବାକୁ ଯାଉଛି। ଦୀର୍ଘ ସମୟ ଅପେକ୍ଷା ପରେ ବାଂଲାଦେଶ ତିନି ହଜାର ଟନ୍ ହିଲସା (ଇଲିସି) ମାଛ ଭାରତ ପଠାଇବାକୁ ଘୋଷଣା କରିଛି। ଶନିବାର ଦିନ ବାଂଲାଦେଶ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଏହାକୁ ନେଇ ଏକ ଅଧିସୂଚନା ଜାରି କରିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି।

H10. IND vs BAN 1st Test Day 3: ଚେନ୍ନାଇ ଗ୍ରାଉଣ୍ଡରେ ଭାରତ ବନାମ ବାଂଲାଦେଶ ପ୍ରଥମ ଟେଷ୍ଟ ଖେଳାଯାଉଛି। ତୃତୀୟ ଦିନରେ ମଧ୍ୟ ଭାରତର ଆଧିପତ୍ୟ ଜାରି ରହିଥିଲା। ଚେନ୍ନାଇର ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ ଅଛି। ଆୟୋଜକ ଇଣ୍ଡିଆ ବାଂଲାଦେଶ ପାଇଁ ୫୧୫ ରନ୍‌ର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଖରାପ ଆଲୋକ ଯୋଗୁଁ ଶନିବାର ଦିନ ଖେଳ ଶେଷ ହୋଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶର ଦ୍ୱିତୀୟ ଇନିଂସ ସ୍କୋର ୩୭.୨ ଓଭରରେ ୧୫୮/୪ ଥିଲା।

Also Read: IND vs BAN: ଚେନ୍ନାଇ ଟେଷ୍ଟରେ ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ, ତୃତୀୟ ଦିନରେ ଗିଲ୍-ପନ୍ତ ଏବଂ ଅଶ୍ୱିନ୍ କଲେ କମାଲ୍