Reserve Bank of India: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ନିଷ୍ପତ୍ତି । ମାର୍ଚ୍ଚ ୩୧ ଅର୍ଥାତ୍ ରବିବାର ଦିନ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ରିଜର୍ଭ ବ୍ୟାଙ୍କ (Reserve Bank of India) ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସ (X)ରେ ସୂଚନା ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ମାର୍ଚ୍ଚ ୩୧ ତାରିଖ ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ( X )ରେ ଏନେଇ ଆରବିଆଇ ସୂଚନା ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ମାର୍ଚ୍ଚ ୩୧ ତାରିଖ ରବିବାର ହୋଇଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ (Bank) ଖୋଲା ରହିବ। ଚଳିତ ଆର୍ଥିକ ବର୍ଷର ୨୦୨୩-୨୪ (Financial Year 2023-24) ର ଶେଷ ଦିନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ବର୍ଷର ବାର୍ଷିକ ବନ୍ଦ ୩୧ ମାର୍ଚ୍ଚରେ ବୋଲି ଆରବିଆଇ କହିଛି। ତେଣୁ ସମସ୍ତ ବ୍ୟାଙ୍କ ଖୋଲା ରହିବ। ସମସ୍ତ ବ୍ୟାଙ୍କକୁ ପଠାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଘଟୁଥିବା କାରବାର ସେହି ବର୍ଷରେ ପଞ୍ଜୀକୃତ ହେବା ଉଚିତ, ତେଣୁ ସମସ୍ତ ବ୍ୟାଙ୍କକୁ କାର୍ଯ୍ୟ କରିବାକୁ କୁହାଯାଇଛି। ମାର୍ଚ୍ଚ ୩୧ ତାରିଖ ଦିନ ସମସ୍ତ ବ୍ୟାଙ୍କ ନିୟମିତ ସମୟ ଅନୁଯାୟୀ ଖୋଲିବ ଓ ବନ୍ଦ ହେବ। ଶନିବାର ଦିନ ସମସ୍ତ ବ୍ୟାଙ୍କ ଖୋଲା ରହିବ। ଏହା ବ୍ୟତୀତ,(ଏନଇଏଫଟି) NEFT ଓ RTGS (ଆରଟିଜିଏସ) କାରବାର ମଧ୍ୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏହା ବ୍ୟତୀତ ସରକାରୀ ଚେକ୍ କ୍ଲିୟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ସେୟାର ବଜାର ବନ୍ଦ ରହିବ।



ଏହାପୂର୍ବରୁ ଆୟକର ବିଭାଗ ଏହାର ସମସ୍ତ କାର୍ଯ୍ୟାଳୟ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା। ସମେତ ଶନିବାର ଓ ରବିବାରର ଛୁଟି ମଧ୍ୟ ବାତିଲ କରାଯାଇଛି । ଶୁକ୍ରବାର ଦିନ ଆୟକର ବିଭାଗ ଚଳିତ ମାସର ଲମ୍ବା ଛୁଟିକୁ ବାତିଲ କରିଦେଇଛି। ମାର୍ଚ୍ଚ ୨୯ରେ ଗୁଡ ଫ୍ରାଇଡେ, ୩୦ (ଶନିବାର) ଓ ମାର୍ଚ୍ଚ ୩୧ ରବିବାର ପଡୁଥିବାରୁ ୩ ଦିନ ବ୍ୟାଙ୍କ ଛୁଟି ରହୁଥିଲା। ଏହି କାରଣରୁ, ବିଭାଗର ଅନେକ କାର୍ଯ୍ୟ ଆର୍ଥିକ ବର୍ଷ ଶେଷରେ ଅଟକି ଯିବ। ୨୦୨୩-୨୪ ଆର୍ଥିକ ବର୍ଷ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବାକୁ ଯାଉଛି। ଏହି କାରଣରୁ ୨୯, ୩୦ ଓ ୩୧ ମାର୍ଚ୍ଚରେ ସାରା ଦେଶରେ ଆଇଟି କାର୍ଯ୍ୟାଳୟ ଖୋଲା ରହିବ ବୋଲି ଆୟକର ବିଭାଗ କହିଛି।