RG Kar Case: ପଶ୍ଚିମବଙ୍ଗ ଆରଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଣିଥରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ଜୁନିଅର ଡାକ୍ତର । ପୂର୍ବରୁ ସରକାରଙ୍କ ସହ ହୋଇଥିବା ବୈଠକ ଅନୁଯାୟୀ, ଦାବି ପୁରଣ ହୋଇନଥିବା କାରଣରୁ ପୁଣି ଏପରି କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି ଜୁନିଅର ଡାକ୍ତର । ସରକାର ଦେଇଥିବା ସବୁ ପ୍ରତିଶୃତି ପୂରଣ କଲେନି ବୋଲି ଡାକ୍ତରଙ୍କ ଅଭିଯୋଗ ରହିଛି ।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ୪୨ ଦିନ ଧରି ବିକ୍ଷୋଭ କରିଥିଲେ ଜୁନିଅର ଡାକ୍ତରମାନେ । ସରକାରଙ୍କ ସହ ଆଲୋଚନା ପରେ ସେପ୍ଟେମ୍ବର ୨୧ରୁ ଆଂଶିକ ଭାବେ ପୁଣିଥରେ ସେମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ଡାକ୍ତରଙ୍କ କହିବାନୁଯାୟୀ,  ଆଜି ଆନ୍ଦୋଳନ ୫୨ ଦିନରେ ପହଞ୍ଚିଥିବା ବେଳେ ସରକାର ଡାକ୍ତରଙ୍କ ସୁରକ୍ଷା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ଆମେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଡାକରା ଦେଇଛୁ ବୋଲି ଡାକ୍ତରମାନେ ଗଣମାଧ୍ୟମକୁ କହିଛନ୍ତି । ଆସନ୍ତାକାଲି ବୁଧବାର ଦିନ କଲେଜ ଛକ ଠାରୁ କେନ୍ଦ୍ରୀୟ କୋଲକାତାର ଏସପ୍ଲାନେଡ ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରାର ଡାକରା ଦେଇଛନ୍ତି ଜୁନିଅର ଡାକ୍ତରମାନେ । ଏହି ବିକ୍ଷୋଭ ଶୋଭାଯାତ୍ରାରେ ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ମଧ୍ୟ ଡାକରା ଦିଆଯାଇଛି । ଏଥିସହ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସିବିଆଇ ବିଳମ୍ୱ କରୁଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନ କରୁଥିବା ଡାକ୍ତର । ତୁରନ୍ତ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଅନ୍ୟପଟେ ଡାକ୍ତରଙ୍କ ଆନ୍ଦୋଳନ କାରଣରୁ ରୋଗୀସେବା ପ୍ରଭାବିତ ହୋଇଛି ।


Also Read- ଚୂଡ଼ାନ୍ତ ହେଉଛି ଆୟୁଷ୍ମାନ ଭାରତ, ଲାଭ ପାଇବେ ୧ କୋଟି


Also Read- କେନ୍ଦ୍ର ବିଜେପି ନେତାଙ୍କୁ ଭେଟି କି ସଙ୍କେତ ଦେଉଛନ୍ତି ଅଚ୍ୟୁତ, ସ୍ୱାର୍ଥ ପାଇଁ ବିଜେଡି ରଥ ସାଜିଥିଲା କି?