Advertisement
Article Detail0/zeeodisha/odisha2455004

କେନ୍ଦ୍ର ବିଜେପି ନେତାଙ୍କୁ ଭେଟି କି ସଙ୍କେତ ଦେଉଛନ୍ତି ଅଚ୍ୟୁତ, ସ୍ୱାର୍ଥ ପାଇଁ ବିଜେଡି ରଥ ସାଜିଥିଲା କି?

 ଡ. ସାମନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ହନପିକଟରେ ଭେଟିଛନ୍ତି। ହେଲେ ଡ. ସାମନ୍ତଙ୍କୁ ଭେଟିବାର ଖୁସିରେ ଏତେ ଉତ୍ସାହିତ ହୋଇଯାଇଛନ୍ତି ଯେ, ଶ୍ରୀମତୀ ପରିଡ଼ା ତାଙ୍କ ସହ ଫଟୋକୁ ଶେୟାର କରିଛନ୍ତି, ଯାହା ଅନ୍ୟ କୌଣସି ନେତା କରି ନାହାନ୍ତି। ଏହା ତାଙ୍କ ଭିତରେଥିବା ଖୁସି ତଥା ସମ୍ମାନକୁ ବ୍ୟକ୍ତ କରିବାର ନିଦର୍ଶନ। 

କେନ୍ଦ୍ର ବିଜେପି ନେତାଙ୍କୁ ଭେଟି କି ସଙ୍କେତ ଦେଉଛନ୍ତି ଅଚ୍ୟୁତ, ସ୍ୱାର୍ଥ ପାଇଁ ବିଜେଡି ରଥ ସାଜିଥିଲା କି?

ଭୁବନେଶ୍ୱର:  ଗତ ସାଧାରଣ ନିର୍ବାଚନ ପରେ ରାଜ୍ୟର ରାଜନୀତିକ ଦୃଶ୍ୟପଟ୍ଟରେ ନିଷ୍ପ୍ରଭ ହୋଇଯାଇଥିବା ଦୁଇଜଣ ବିଶିଷ୍ଟ ଚେହେରା ହେଉଛନ୍ତି କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ବିଜେଡିର ଏକଦା ସର୍ବେସର୍ବା ହୋଇଥିବା ଭିକେ ପାଣ୍ଡିଆନ୍‍। ଦଳ ନିର୍ବାଚନରେ ହାରିଲେ ନିଜକୁ ରାଜନୀତିରୁ ସନ୍ନ୍ୟାସ ଦେବେ ବୋଲି ଘୋଷଣା କରିଥିବା ପାଣ୍ଡିଆନ୍‍ ଏବେ ଗଣମାଧ୍ୟମ ସାମ୍ନାରେ ନାହାନ୍ତି। କିନ୍ତୁ ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱିତାରେ ହାରିଥିବା ଅଚ୍ୟୁତଙ୍କୁ ଏବେ ବିଜେପିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ସହ ଦେଖିବାକୁ ମିଳୁଛି। ଏପରିକ୍ଷେତ୍ରରେ ପ୍ରଶ୍ନ ଉଠୁଛି, ଡ. ସାମନ୍ତ ରାଜନୀତିରୁ ସନ୍ୟାସ ନେଇଛନ୍ତି ନା କେବଳ ଗୋଟିଏ ଦଳରୁ? ପୁଣି ବ୍ୟବସାୟିକ ସାମ୍ରାଜ୍ୟ ବଞ୍ଚାଇବା ଲାଗି କୌଣସି ଦଳରୁ ସାଂସଦ ହେବା ତାଙ୍କର ଏକ ସୁଚିନ୍ତିତ ଯୋଜନା ଥିଲା କି? 

ଜୁନ୍‍ ୮ ତାରିଖ ଦିନ ତିରୁପତିଠାରେ ମୁଣ୍ଡନ ହେବା ପରେ ଯେଉଁ ଫଟୋ ସେ ନିଜର ଟ୍ୱିଟର ହ୍ୟାଣ୍ଡଲରେ ଶେୟାର କରିଥିଲେ ସେଥିରୁ ସ୍ପଷ୍ଟ ହେଉଥିଲା ଯେ ଅଚ୍ୟୁତ ଆଉ ରାଜନୀତିରେ ରହିବେ ନାହିଁ। ଏହାପରେ ନିଜ ଦ୍ୱାରା ପ୍ରତିଷ୍ଠିତ ‘କଳିଙ୍ଗ ଟିଭି’ର ଏକ ନ୍ୟୁଜ୍‍କୁ ଶେୟାର କରି ସେ ସ୍ପଷ୍ଟ କରିଦେଇଥିଲେ ଯେ, ସେ ଆଉ ବିଜେଡିର ସଦସ୍ୟ ନୁହନ୍ତି। ଅର୍ଥାତ୍‍ ଲୋକ ପ୍ରତ୍ୟାଖ୍ୟାନ କଲେ ତ ସେ ବି ଦଳକୁ ପ୍ରତ୍ୟାଖ୍ୟାନ କରି ମୋଡ଼ ନେଇଛନ୍ତି।

ଜଣେ ବିଚକ୍ଷଣ ଶିକ୍ଷା ବ୍ୟବସାୟୀ ଭାବେ ଡ. ସାମନ୍ତ  ହୁଏତ ଏ କଥାକୁ ଭଲ ଭାବେ ଜାଣିଥିଲେ ଯେ, ଯେଉଁ ସାମ୍ରାଜ୍ୟ ସେ ଗଢ଼ିଛନ୍ତି ତାହା ତାଙ୍କର ରାଜନୀତିକ ପୃଷ୍ଠଭୂମି ହେତୁ ବିପଦରେ ପଡ଼ିପାରେ। ଏଣୁ ପରିବର୍ତ୍ତନକୁ ଗ୍ରହଣ କରିବାକୁ ଯାଇ ସେ କେବଳ ବିଜେଡି ଚିହ୍ନକୁ ପ୍ରତ୍ୟାଖ୍ୟାନ କରିଥିଲେ ତା ନୁହେଁ ବରଂ ପଦ୍ମ ଦଳର ବରିଷ୍ଠ ନେତାଙ୍କ ସହ ତାଳି ପକାଇବା ପାଇଁ ମଧ୍ୟ ଉଦ୍ୟମ କରିଛନ୍ତି। ଏ ଭିତରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଡ.  ସାମନ୍ତଙ୍କ ନାଁରେ ବେଆଇନ ଜମି ହଡ଼ପ ମାମଲାକୁ ପାଇଥିବା ଗଣମାଧ୍ୟମରେ ସ୍ପଷ୍ଟ ହୋଇସାରିଥିଲା। 

Add Zee News as a Preferred Source

ଏଣୁ ଦୁଇଟି ଡିମ୍‍ଡ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ହୋଇପାରିଥିବା ଏହି ବିରଳ ବ୍ୟକ୍ତି ନବୀନଙ୍କ ହାତ ଛାଡ଼ି ଧୀରେ ଧୀରେ ଗେରୁଆ ସାମ୍ରାଜ୍ୟରେ ପ୍ରବେଶ କରିବା ଆରମ୍ଭ କରିଲେ। ମିଳିଥିବା ସୂଚନା ଅନୁସାରେ ଏହି ପର୍ବ ତାଙ୍କର ଆରମ୍ଭ ହୋଇଥିଲା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କଠାରୁ। ତାଙ୍କସହ ସାକ୍ଷାତ କରିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ନୂଆକରି ଗଢ଼ା ହୋଇଥିବା ଓଡ଼ିଶା ସରକାରଙ୍କ ଏକ ସଂଯୋଗ ସେତୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ଡ. ସାମନ୍ତ। ପରେ ଏ ଗାଡ଼ି ଆଗକୁ ଗଡ଼ି ଚାଲିଲା, ଆଉ କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କ ଇଙ୍ଗିତ ଫସର ଫାଟିଲା। 
ସେହି ଧାରାକୁ ବଜାୟ ରଖି ଡ. ସାମନ୍ତ ଜଣେ ପରେ ଜଣେ ବିଜେପି ନେତାଙ୍କୁ ଭାରତର କୋଣେ ଅନୁକୋଣେ ଭେଟି ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଯାହା ତାଙ୍କୁ ଜଣେ ରାଜନୀତିକ ପରିବ୍ରାଜକଭାବେ ସେସିଆଲ ମିଡିଆରେ ଗଢ଼ି ତୋଳିଛି କହିଲେ ଅତ୍ୟୁକ୍ତି  ହେବ ନାହିଁ। କେନ୍ଦ୍ରରେ  ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଡ. ସାମନ୍ତ ଭେଟି ନିଜ ସାମାଜିକ ଗଣମାଧ୍ୟମରେ ତାହାର ଫଟୋ ଶେୟାର କରିଛନ୍ତି। ଏହା ଦର୍ଶାଉଛି ଯେ, ଡ. ସାମନ୍ତଙ୍କ ପହଞ୍ଚ ବିଜେପିରେ କେତେ ଲମ୍ବା ହୋଇ ସାରିଛି। 
ଅନ୍ୟ ପକ୍ଷରେ ରାଜ୍ୟରେ ବି ପ୍ରଭାବଶାଳୀ ନେତାଙ୍କୁ ଭେଟିବାରେ ହେଳା କରି ନାହାନ୍ତି ସେ। କିନ୍ତୁ ରାଜ୍ୟସ୍ତରୀୟ କୌଣସି ନେତାଙ୍କ ଫଟୋକୁ ସେ ନିଜ ହ୍ୟାଣ୍ଡଲରେ ଶେୟାର କରିବାକୁ ଉଚିତ ମଣି ନାହାନ୍ତି। ଏହା ହୁଏତ ତାଙ୍କୁ ରାଜ୍ୟର ବିଜେଡି ନେତାଙ୍କୁ ଈର୍ଷାରେ ପୋତିଦେବ ବୋଲି ସେ ଆଶଙ୍କା କରୁଥାଇପାରନ୍ତି।  

ଏହିକ୍ରମରେ ଡ. ସାମନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ହନପିକଟରେ ଭେଟିଛନ୍ତି। ହେଲେ ଡ. ସାମନ୍ତଙ୍କୁ ଭେଟିବାର ଖୁସିରେ ଏତେ ଉତ୍ସାହିତ ହୋଇଯାଇଛନ୍ତି ଯେ, ଶ୍ରୀମତୀ ପରିଡ଼ା ତାଙ୍କ ସହ ଫଟୋକୁ ଶେୟାର କରିଛନ୍ତି, ଯାହା ଅନ୍ୟ କୌଣସି ନେତା କରି ନାହାନ୍ତି। ଏହା ତାଙ୍କ ଭିତରେଥିବା ଖୁସି ତଥା ସମ୍ମାନକୁ ବ୍ୟକ୍ତ କରିବାର ନିଦର୍ଶନ। 

ମିଳିଥିବା ସୂଚନା ଅନୁସାରେ ଡ. ସାମନ୍ତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତାଙ୍କର ଶିକ୍ଷା ଜଗତର ପ୍ରତିଦ୍ୱନ୍ଦ୍ୱୀ ତଥା ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ମେନାଜରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ ଏହି ସୁଯୋଗ ଅପେକ୍ଷାରେ ରହିଛନ୍ତି।  

ପ୍ରଶ୍ନ ହେଉଛି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବୋଲି ଘୋଷଣା ପରେ କେବଳ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟି ତାଙ୍କ ସହ ଫଟୋ କାହିଁକି ଶେୟାର କରୁଛନ୍ତି ଡ. ସାମନ୍ତ? ଏହା କି ପ୍ରକାର ଇଙ୍ଗିତ ଦେଉଛି? ଭାରତର ସବୁଠାରୁ ଅଧିକ ସମ୍ମାନଜନକ ପିଏଚ୍‍ଡି ହାସଲ କରିଥିବା ଏହି ଆତ୍ମ ଘୋଷିତ ଶିକ୍ଷାବିତଙ୍କର ଏମିତି କି ଆବଶ୍ୟକତା ରହିଛି ବିଜେପି ଶିବିରରେ?  ବିଜେଡି ଶିବିରରେ ଥିବା ବେଳେ କ’ଣ ସେ ସେ ଆବଶ୍ୟକତାକୁ ପୂରଣ କରୁଥିଲେ? ଏହି ଦଳ କ’ଣ କେବଳ ତାଙ୍କ ସ୍ୱାର୍ଥ ସାଧନ ଲାଗି ଉଦ୍ଦିଷ୍ଟ ଥିଲା?

Also Read- Budh Vakri 2024: ବୁଧଙ୍କ ଚଳନ ପ୍ରଭାବ, ୨୬ ନଭେମ୍ୱର ପର୍ଯ୍ୟନ୍ତ ୩ ରାଶିକୁ ମିଳିବ ଲାଭ

Also Read- ୧୦୦ ଟନ୍ ଗୋବରରୁ ୩ଟନ୍ ସିଏନଜି, ଦେଶର ପ୍ରଥମ ଅତ୍ୟାଧୁନିକ ଗୋଶାଳା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

About the Author