ନୂଆଦିଲ୍ଲୀ: ମହାବୀର ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ବଡ ବୟାନ ଦେଇଛନ୍ତି RSS ମୁଖ୍ୟ ମହନ ଭାଗବତ। ଦେଶ ବିରୋଧି ଓ ଅଖଣ୍ତ ଭାରତ ବିରୁଦ୍ଧରେ ସ୍ୱର ଉଠାଉଥିବା ଶକ୍ତିମାନଙ୍କ ଉଦ୍ଦେଶ୍ୟରେ ଭାଗବତ କହିଛନ୍ତି,  ୧୫ ବର୍ଷ ନୁହଁ ଆବଶ୍ୟକ ହେଲେ ୧୫ ଦିନରେ ତିଆରି କରିବୁ ଅଖଣ୍ଡ ଭାରତ। ଏହା ସହିତ ବୀର ସାବରକରଙ୍କୁ ଭାରତ ରତ୍ନ ଓ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷାକୁ ନେଇ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ମୁଖ୍ୟ ପ୍ରତିକ୍ରିୟା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

କାଶ୍ମୀର ଆତଙ୍କବାଦୀଙ୍କର ହିନ୍ଦୁମାନଙ୍କୁ ଉପତ୍ୟାକାରେ ହତ୍ୟା ଧମକ ଆସିବାର ୨୪ ଘଣ୍ଟା ନପୁରୁଣୁ ସଙ୍ଘ ପ୍ରମୁଖ ମୋହନ ଭାଗବତ ଏକା ସଙ୍ଗରେ ଅଖଣ୍ଡ ଭାରତ ପ୍ରସଙ୍ଗ, କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା କଥା ଓ ସାବରକରଙ୍କୁ ଭାରତ ରତ୍ନ ଦିଆଯିବା କଥା ଉଠାଇଛନ୍ତି। ଆରଏସଏସ୍ ଓ ବିଜେପି ସରକାରଙ୍କ ଉପରେ ନିଶାନା ସାଧି ଶିବସେନା ନେତା ସଞ୍ଜୟ ରାଉତ ପୂର୍ବରୁ କହିଥିଲେ ଯେ, ଅଖଣ୍ଡ ଭାରତ କଥା ନ ଉଠାଇ ଜାମ୍ମୁ କାଶ୍ମୀରକୁ ପ୍ରଥମେ ଭାରତରେ ମିଶାଇ ଦେଖାଯାଉ। 


ସଞ୍ଜୟ ରାଉତଙ୍କୁ ଜବାବ ଦେବାକୁ ଯାଇ ଗୁରୁବାର ମୋହନ ଭାଗବତ କରିଛନ୍ତି ଯେ, ୧୫ ବର୍ଷ ନୁହଁ ୧୫ ଦିନ ଭିତରେ ଅଖଣ୍ଡ ଭାରତ ଗଠନ କରିବାର କ୍ଷମତା ଭାରତର ରହିଛି। ଏହା ସହ କାଶ୍ମୀର ପଣ୍ଡିତଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଉପତ୍ୟାକାରେ ଅବସ୍ଥାନ କରାଯାଉ। ଶହୀଦ ବୀର ସାବରକରଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ସଙ୍ଘ ପ୍ରମୁଖ କହିଛନ୍ତି।


Also Read: ଆଜି ଓଡ଼ିଆ ନବବର୍ଷ: ଜାଣନ୍ତୁ, ପଣା ସଂକ୍ରାନ୍ତି ପଛରେ ଥିବା ବୈଜ୍ଞାନିକ କାରଣ


ଏଠାରେ ଉଲ୍ଲେଖଯୋଗ୍ୟ, କାଶ୍ମୀର ଏକ ବିବାଦୀୟ ପ୍ରସଙ୍ଗ ଓ ମୋଦି ସରକାରଙ୍କ ଶାସନ ସମୟରେ ୩୭୦ ଧାରାର ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରକୁ ସମ୍ପୂର୍ଣ୍ଣ ରୂପେ ଭାରତରେ ମିଶାଇ ଦିଆଯାଇଛି। କିନ୍ତୁ ଅଖଣ୍ଡ ଭାରତ କଥା ଉଠିଲେ ପାକିସ୍ତାନ ଅଧିକୃତ କାଶ୍ମୀର, ସିଆଚୀନ, ତିଦ୍ଧତ, ପାକିସ୍ତାନ, ଆଫଗାନିସ୍ତାନ ଇତ୍ୟାଦିକୁ ଆମ ଦେଶର ସୀମାରେ ମିଶାଇବାର କଥା ଆସୁଛି। ହେଲେ ଏଥିପାଇଁ ଭାରତକୁ ସାମରୀକ ଦୃଷ୍ଟିରୁ ଏବଂ ଆଣବୀକ ଅସ୍ତ୍ରରେ ସଜ୍ଜିତ ଦୁଇଟି ପଡୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନ ସହିତ 'ଟୁ ଫ୍ରଣ୍ଟ ୱାର' ଯୁଦ୍ଧ ଲଢିବାକୁ ହେବ। 


ଅଖଣ୍ଡ ଭାରତ ପ୍ରୟାସ ହୁଏତ ତୃତୀୟ ବିଶ୍ୱ ଯୁଦ୍ଧକୁ ନିମନ୍ତ୍ରଣ କରିପାରେ। ସବୁଠାରୁ ବଡକଥା ହେଲା ଆମ ଦେଶର ସେନାଧ୍ୟକ୍ଷ, ବାୟୁସେନା ପ୍ରମୁଖ, ଭାରତର ଦୁଇ ସାମୁଖ୍ୟ ଯୁଦ୍ଧ ଲଢିବାକୁ ସାମର୍ଥ୍ୟ ଥିବା କଥା ଉଲ୍ଲେଖ କରିବା ପରେ ଏକଥା ସମ୍ଭବ ନୁହଁ। କୋରୋନା ମହାମାରୀ ପରର ଆର୍ଥିକାବସ୍ଥା ଓ ଦକ୍ଷିଣ ଏସିଆରେ ଶାନ୍ତି ପାଇଁ ଭାରତର ପ୍ରୟାସକୁ ନଜରରେ ରଖିଲେ ଅଖଣ୍ଡ ଭାରତ ଗଠନ ପ୍ରୟାସ ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରିପାରେ। କିନ୍ତୁ ବିଶାଳ ସେନାବାହିନୀ ଓ ଆଣବୀକ କ୍ଷମତା ସମ୍ପନ୍ନ ରାଷ୍ଟ୍ର ହୋଇଥିବାରୁ ଦୁଇ ସାମୁଖ୍ୟ ଯୁଦ୍ଧ ଲଢିବାରେ ଭାରତକୁ ସାବଧାନତା ଆଣିବା ଉଚିତ।