Russia UAV Attacks: ଋଷର କାଜାନ ସହରରେ ଭୟଙ୍କର ଡ୍ରୋନ (UAV) ଆକ୍ରମଣ ହୋଇଛି । ଯାହା ଆମେରିକାର ଇତିହାସରେ ଘଟିଥିବା 9/11 ଆକ୍ରମଣ ଘଟଣାକୁ ମନେ ପକାଇଦେଇଛି । ଏହି ଆକ୍ରମଣ କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାରେ ଘଟିଥିଲା। ଆକ୍ରମଣ କାରଣରୁ ଅନେକ କ୍ଷତି ହୋଇଥିବା ଆକଳନ କରାଯାଉଛି । ତେବେ ଋଷ କହିଛି ଯେ, ଡ୍ରୋନ ଗୁଡିକୁ ନଷ୍ଟ କରାଯାଇଛି।


COMMERCIAL BREAK
SCROLL TO CONTINUE READING

କାଜାନର ଉଚ୍ଚ ମହଲା କୋଠା ଉପରେ UAV ଆକ୍ରମଣର ଚିତ୍ର ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ବିଭିନ୍ନ ଦିଗରୁ ଆସୁଥିବା ଘାତକ ଡ୍ରୋନ୍ (UAV) କୋଠା ସହିତ ଧକ୍କା ହେଉଛି । ଡ୍ରୋନ୍ ବିଲ୍ଡିଂକୁ ଧକ୍କା ଦେବା ପରେ ଏକ ବଡ ବିସ୍ଫୋରଣ ଘଟୁଥିବା ଦେଖିବାକୁ ମିଳିଛି। ଏହି ଆକ୍ରମଣରେ ପଛରେ ୟୁକ୍ରେନର ହାତ ଥିବା ଋଷ ସିଧାସଳଖ ଅଭିଯୋଗ କରିଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ, ଏହି ଡ୍ରୋନ୍ ଆକ୍ରମଣ ୟୁକ୍ରେନ ଦ୍ୱାରା ହୋଇଛି ।


ସୂଚନା ମୁତାବକ ଉକ୍ତ କୋଠାରେ ଅନେକ ଲୋକ ରହୁଥିଲେ। ତେଣୁ ଏହି ଆକ୍ରମଣରେ ମୃତାହତ ତଥ୍ୟ ସାମ୍ନାକୁ ଆସିନଥିଲେ ମଧ୍ୟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପୁଣିଥରେ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ନିକଟସ୍ଥ ବଡ଼ କୋଠା ଗୁଡିକୁ ସତର୍କ କରାଯାଇଛି । ଏଥି ସହିତ ଋଷର କାଜାନ ସହର ବିମାନବନ୍ଦରରେ ବିମାନ ଚଳାଚଳ ମଧ୍ୟ ବାତିଲ କରାଯାଇଛି। ଡ୍ରୋନ୍ ଆକ୍ରମଣ କାରଣରୁ ନିଆଁ ଲାଗିଥିବା କୋଠାରେ ଅପରେସନ୍ ଆରମ୍ଭ ହୋଇଛି । ସମସ୍ତ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି ।


ସୂଚନାଯୋଗ୍ୟ ଯେ, 2024 ମସିହାରେ ଋଷର କାଜାନ ସହରରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ପାଇଁ କାଜାନରେ ଅନୁଷ୍ଠିତ 16 ତମ ବ୍ରିକ୍ସ ସମ୍ମିଳନୀରେ ସଂଯୁକ୍ତ ଆରବ ଏମିରେଟ୍ସ, ଇରାନ, ଇଜିପ୍ଟ ଏବଂ ଇଥିଓପିଆ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲେ।


Also Read- Lucky Zodiac Sign: ୨୧ ଡିସେମ୍ୱରରେ ପ୍ରୀତି ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ


Also Read- Airtel Plan: 5G Unlimited ପ୍ଲାନରୁ ମିଳିବ ବଡ଼ ସୁବିଧା, ପଢନ୍ତୁ ପୂରା ଖବର