ମସ୍କୋ: Coronavirus in Russia: ଋଷ (Russia) ରେ କୋରୋନା ଭୂତାଣୁ (Coronavirus) ଯୋଗୁଁ ଲଗାତର ରେକର୍ଡ ମୃତ୍ୟୁ ସମଗ୍ର ଦୁନିଆର ନିଦ ହଜାଇ ଦେଇଛି । ଦୁନିଆରେ ପ୍ରଥମ କୋଭିଡ-19 ଟିକା (COVID-19 Vaccine) ତିଆରି କରିବାର ଦାବି କରୁଥିବା ଏହି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଯୋଗୁଁ ୯୮୬ ଜଣଙ୍କର ମୃତ୍ୟୁ ଘଟିଛି । ମହାମାରୀ ଆରମ୍ଭରୁ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହେଉଛି ଦୈନିକ ସର୍ବାଧିକ ମୃତ୍ୟୁ ସଂଖ୍ୟା । ମଙ୍ଗଳବାର ଋଷ (Russia) ରେ କୋରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୯୭୩ ଥିଲା । ଏହା ସତ୍ତ୍ୱେ ଋଷର ସରକାରୀ ଅଧିକାରୀମାନେ ଦେଶରେ ଲକଡାଉନ (Lockdown) ଲଗାଇବେ ନାହିଁ ବୋଲି ଜିଦ୍ ଧରିଛନ୍ତି । ଆମେରିକା (America) ଓ ବ୍ରିଟେନ (Britain) ରେ ଟିକାକରଣ (Vaccination) ର ଦ୍ରୁତ ଗତି ସତ୍ତ୍ୱେ ସଂକ୍ରମଣରେ ବୃଦ୍ଧି ଘଟିଛି।


COMMERCIAL BREAK
SCROLL TO CONTINUE READING


ଋଷର ଅଧିକାରୀମାନେ ତାଲା ପକାଇବାକୁ ପ୍ରସ୍ତୁତ ନୁହଁନ୍ତି


ଋଷ (Russia) ର ଦି ନ୍ୟାସନାଲ କୋରୋନା ଭାଇରସ୍ ଟାସ୍କ ଫୋର୍ସର ରିପୋର୍ଟରେ କୁହାଯାଇଛି ଯେ (କୋଭିଡ-1 ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା) ଅକ୍ଟୋବରରେ ଦୈନିକ ରେକର୍ଡ ସହ ବଢ଼ିବାରେ ଲାଗିଛି । ଏଥିରେ କୁହାଯାଇଛି ଯେ ସେପ୍ଟେମ୍ବର ତୁଳନାରେ ଋଷରେ ପ୍ରତିଦିନ ୧୦୦ରୁ ଅଧିକ ଲୋକ ମରୁଛନ୍ତି । କୋରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିବନ୍ଧକ ଲଗାଇବା ସମ୍ପର୍କରେ ଋଷ (Russia) ର କେନ୍ଦ୍ର ସରକାର ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ହାତରେ ଏହି ନିଷ୍ପତ୍ତି ଦେଇଛନ୍ତି ।



ଋଷର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବୃଦ୍ଧି 


ସଂକ୍ରମଣର ବଢ଼ୁଥିବା ମାମଲା କାରଣରୁ ଋଷ (Russia) ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଚାପ ବଢ଼ିବାରେ ଲାଗିଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋ (Health Minister Mikhail Murashko) ମଙ୍ଗଳବାର ଏକ କ୍ୟାବିନେଟ ବୈଠକରେ କହିଛନ୍ତି ଯେ ଋଷର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମୋଟ କୋଭିଡ-19 ରୋଗୀଙ୍କ ମଧ୍ୟରୁ ୧୧ ପ୍ରତିଶତ ଗୁରୁତର କିମ୍ବା ଅତି ଗୁରୁତର ଅବସ୍ଥାରେ ଅଛନ୍ତି । ଋଷର କୋରୋନା ଭାଇରସ୍ ଟାସ୍କ ଫୋର୍ସ ଦେଶରେ ୭୮ ଲକ୍ଷରୁ ଅଧିକ ମାମଲାର ନିଶ୍ଚିତ କରିଛି, ଯେଉଁଥିରେ ୨,୧୯,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୟୁରୋପରେ କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ତାଲିକାରେ ଋଷ ଶୀର୍ଷରେ ପହଞ୍ଚିଛି ।



ଧୀର ଟିକାକରଣ ହେତୁ ସଂକ୍ରମଣର ଗତି ବଢ଼ିଛି


ଋଷ ସରକାର (Russia Gvernment) କହିଛନ୍ତି ଯେ ଗତ ମାସରୁ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ହେବାର କାରଣ ହେଉଛି ଟିକାକରଣ ହାରରେ ହ୍ରାସ ହେବା । ଶୁକ୍ରବାର ସରକାର କହିଛନ୍ତି ଯେ ଋଷ (Russia) ର ମୋଟ ଜନସଂଖ୍ୟାର ପ୍ରାୟ ୩୩ ପ୍ରତିଶତ ଅର୍ଥାତ୍ କେବଳ ୭୮ ଲକ୍ଷ ଲୋକଙ୍କର ଅତି କମରେ ଗୋଟିଏ ଟିକା ଲଗାଇଥିବାବେଳେ ପ୍ରାୟ ୨୯ ପ୍ରତିଶତ ଲୋକ ଅର୍ଥାତ୍ ୨୪ ଲକ୍ଷ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକା ଦିଆଯାଇଛି । 



ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପୁଟିନଙ୍କ ଅପିଲ 


ଋଷ (Russia) ରେ ବଢ଼ୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (President Vladimir Putin) ମଧ୍ୟ ଏକ ଜରୁରୀ ବୈଠକ କରିଛନ୍ତି । ଋଷର ସାଂସଦମାନଙ୍କ ସହ ଏହି ବୈଠକରେ ପୁଟିନ ଟିକାକରଣ ଉପରେ ଜୋର ଦେଇଛନ୍ତି । କୋଭିଡ-19 ବୁଷ୍ଟର ଡୋଜ ନେବାକୁ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ସାଂସଦମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ଗତ ମାସରେ ପୁଟିନ ମଧ୍ୟ କୋଭିଡରେ ସଂକ୍ରମିତ ହେବା ପରେ ଆଇସୋଲେଶନରେ ଥିଲେ । 



ଆମେରିକା-ବ୍ରିଟେନରେ ମଧ୍ୟ ନୂଆ ମାମଲା ବୃଦ୍ଧି 


ଆମେରିକା (US) ରେ ଗତ ୭ ଦିନ ମଧ୍ୟରେ କୋରୋନା ସଂକ୍ରମଣର ଗତି ବୃଦ୍ଧି ପାଇଛି । ଅକ୍ଟୋବର ୧୨ରେ ଆମେରିକାରେ ୮୪,୦୮୬ ନୂତନ ମାମଲା ଚିହ୍ନଟ ହୋଇଥିବାବେଳେ ଅକ୍ଟୋବର ୧୧ରେ ଏହି ସଂଖ୍ୟା ୬୨,୪୦୮ ଥିଲା । ଏହାର ଗୋଟିଏ ଦିନ ପୂର୍ବେ ଅର୍ଥାତ୍ ଅକ୍ଟୋବର ୧୦ରେ ୬୩,୨୭୧ ଲୋକ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ । ବ୍ରିଟେନ (UK) ରେ ମଧ୍ୟ ଅକ୍ଟୋବର ୧୩ରେ ୪୨,୭୭୬ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ଅକ୍ଟୋବର ୧୦ରେ ନୂତନ ମାମଲା ସଂଖ୍ୟା ୩୮,୫୨୦ ଥିଲା ।


ଏହା ବି ପଢ଼ନ୍ତୁ:-ବୋର୍ଡ ପରୀକ୍ଷାକୁ ନେଇ CBSE ର ବଡ଼ ଘୋଷଣା, ପରୀକ୍ଷା ପ୍ୟାଟର୍ନରେ ହେଲା ଏହି ପରିବର୍ତ୍ତନ


ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା, ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍


ଏହା ବି ପଢ଼ନ୍ତୁ:-ପାକିସ୍ତାନ ସରକାର ଉପରେ ଭାରି ସେନା: ଆର୍ମି ମୁଖ୍ୟ ବାଜୱାଙ୍କ ଆଗରେ ଅସହାୟ ପିଏମ ଇମ୍ରାନ


ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ୧୫ ଟଙ୍କା ଯାଏ ଶସ୍ତା ହେବ ଖାଇବା ତେଲ