Russia Ukrain War: ବର୍ତ୍ତମାନ ଋଷର ଅର୍ଥନୀତି ଉପରେ ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି। ଶତାବ୍ଦୀରେ ପ୍ରଥମ ଥର ପାଇଁ ଋଷ ବିଦେଶୀ ମୁଦ୍ରା ଉପରେ ଋଣ ପରିଶୋଧ କରିବାରେ ବିଫଳ ହୋଇଛି। ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ଲାଗୁ କରାଯାଇଥିବା କଡା ପ୍ରତିବନ୍ଧକ ପରେ ଋଷ ପାଇଁ ବିଦେଶୀ ଋଣଦାତାଙ୍କୁ ଟଙ୍କା ଫେରସ୍ତ କରିବାର ପ୍ରାୟ ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ଅନେକ ମାସ ଧରି, ଋଷ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଉପାୟ ଖୋଜୁଥିଲା କିନ୍ତୁ ଭାଦିମିର ପୁଟିନ କୌଣସି ବାଟ ପାଇଲେ ନାହିଁ। ଶେଷରେ ରବିବାର ପ୍ରାୟ ୧୦୦ ମିଲିୟନ୍ ଡଲାର ସୁଧ ଦେବାର ସମୟ ସୀମା ଅତିକ୍ରମ କରିଛି। ଫଳରେ ଋଷ ଡିଫଲ୍ଡର ଭାବେ ପରିଗଣିତ ହୋଇଥିବା ବ୍ଲୁମବର୍ଗର ରିପୋର୍ଟରେ କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

ମାର୍ଚ୍ଚ ଆରମ୍ଭରୁ ଅର୍ଥାତ ୟୁକ୍ରେନ ସହ ଜାରି ତିକ୍ତତା ମଧ୍ୟରେ ଋଷର ୟୁରୋବଣ୍ଡଗୁଡିକ ନିମ୍ନ ସ୍ତରରେ କାରବାର କରୁଥିଲା। ଋଷର ବୃହତ୍ତମ ବ୍ୟାଙ୍କଗୁଡିକ ବିଶ୍ୱ ଆର୍ଥିକ ପ୍ରଣାଳୀରେ ଚାଲିଥାଏ, ଯେଉଁଥିପାଇଁ ଋଷର କେନ୍ଦ୍ରୀୟ ବ୍ୟାଙ୍କର ଟଙ୍କା ମଧ୍ୟ ବ୍ୟବହାର କରାଯାଉନାହିଁ। ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଋଷ ଅନେକ କ୍ଷତି ସହିଛି। କିନ୍ତୁ ବର୍ତ୍ତମାନ ଋଣ ପରିଶୋଧ କରିବାରେ ବିଫଳତା ଋଷର ବୁଡ଼ି ଯାଉଥିବା ଅର୍ଥନୀତିର ଏକ ନୂଆ ପ୍ରତୀକ ପାଲଟିଛି। ବିଗତ କିଛି ବର୍ଷ ମଧ୍ୟରେ ଋଷର ଅର୍ଥନୀତି ମନ୍ଥର ଗତି ଚାଲୁଛି। ଋଷରେ ବିଶିଷ୍ଟ ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ରହିଛି।


Also Read; Alia Bhatt pregnant: ବିବାହର ତିନି ମାସ ନପୁରୁଣୁ ରଣବୀରଙ୍କୁ ଆଲିଆ ଦେଲେ ଖୁସି ଖବର


ଋଣ ପ୍ରତିଶୋଧରେ ବିଫଳ ହେବାପରେ ଋଷ କହିଛି ଯେ, କୌଣସି ପ୍ରକାରର ବିଲ୍ ଜମା ସହିତ ଆକାଉଣ୍ଟକୁ ସମାଧାନ କରିବାକୁ ଦିଆଯାଉ ନାହିଁ। ଗତ ସପ୍ତାହରେ ରୁବଲରେ ୪୦ ବିଲିୟନ ଡଲାରର ବକେୟା ଋଣ ପରିଶୋଧ କରିବ ଋଷ ବୋଲି ଘୋଷଣା କରିଥିଲା। ଋଷ କହିଛି ଯେ, ପାଶ୍ଚାତ୍ୟ ଦେଶରୁ କୃତ୍ରିମ ଭାବରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି ଯାହା ଫଳରେ ଋଣ ଠିକ୍ ସମୟରେ ଫେରସ୍ତ କରିହେଉ ନାହିଁ। ବରିଷ୍ଠ ବୈଦେଶିକ ଋଣ ବିଶେଷଜ୍ଞ ହାସନ ମଲିକ କୁହନ୍ତି, 'ସରକାରଙ୍କ ନିକଟରେ ଋଣ ପରିଶୋଧ କରିବାର କ୍ଷମତା ଥିବ କିନ୍ତୁ କୌଣସି ବାହ୍ୟ ସରକାର ଡିଫଲ୍ଡର କରିଦେବ ଏହା ଏକ ବିରଳ ଘଟଣ।'


ଏକ ଔପଚାରିକ ଘୋଷଣା ସାଧାରଣତଃ ଏକ ରେଟିଂ ସଂସ୍ଥାରୁ ଆସିଥାଏ। କିନ୍ତୁ ୟୁରୋପୀୟ ପ୍ରତିବନ୍ଧକ ହେତୁ ସଂସ୍ଥାଗୁଡ଼ିକୁ ଋଷର ମୂଲ୍ୟାୟନରୁ ଦୂରେଇ ରହିଛନ୍ତି। ଯଦି ସମୟ ପୂର୍ବରୁ ବଣ୍ଡର ୨୫% ମାଲିକମାନଙ୍କ ଋଣ ପରିଶୋଧ ନହେଲେ ତାହାକୁ ଡିଫଲ୍ଡର ଭାବେ ଧରାଯିବ। ବଣ୍ଡ୍ ଡକ୍ୟୁମେଣ୍ଟ୍ ଅନୁଯାୟୀ, ସେମାନେ ତୁରନ୍ତ କିଛି କରିବେ ନାହିଁ। ନିଜ ଟଙ୍କା ଫେରିପାରିବାକୁ ସେମାନେ ଯୁଦ୍ଧ ପରେ ସ୍ଥିତି ସୁଧୁରିବା ପାର୍ଯ୍ୟନ୍ତ କିମ୍ବା ଆଉ ତିନି ବର୍ଷ ଅପେକ୍ଷା କରିପାରିବେ।


Also Read; ନିଜ ସ୍ତନ୍ୟପାନ କରାଇ ପିତାର ଜୀବନ ବଞ୍ଚାଇଲେ ଝିଅ, ପଢ଼ନ୍ତୁ ପୁରା କାହାଣୀ


 


ଟୋକିଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅର୍ଥନୀତିଜ୍ଞ ଟାକାହାଇଡ କିୟୁଚି କହିଛନ୍ତି ଯେ, ଅଧିକାଂଶ ଋଣଦାତା ୱେଟ୍ ଏଣ୍ଡ ୱାଚ୍ ନୀତି ଅନୁସରଣ କରିବେ। ଋଷର ୧୯୮୮ ଆର୍ଥିକ ସଙ୍କଟ ସମୟରେ ରୁବଲ୍ ହ୍ରାସ ପାଇଥିବାବେଳେ ରାଷ୍ଟ୍ରପତି ବୋରିସ୍ ୟେଲତିସିନ୍ ସରକାର ସ୍ଥାନୀୟ ଋଣରେ ୪୦ ବିଲିଅନ୍ ଡଲାର ପରିଶୋଧ କରିବାରେ ବିଫଳ ହୋଇଥିଲେ। ଶେଷ ଥର ପାଇଁ ଋଷ ୧୯୧୮ ମସିହାରେ ବିଦେଶୀ ଋଣ ପରିଶୋଧ କରିପାରିନଥିଲା, ଯେତେବେଳେ ଭ୍ଲାଡିମିର୍ ଲେନିନଙ୍କ ଅଧୀନରେ ବୋଲସୋଭିକସ୍ମାନେ ପୁରୁଣା ଋଣ ଭାରରେ ଥିଲେ। ମଲିକଙ୍କ ଅନୁଯାୟୀ, ଏହି ଋଣ ଆଜି ଏକ ଟ୍ରିଲିୟନ ଡଲାରରେ ପହଞ୍ଚିଛି।