ନିଜ ସ୍ତନ୍ୟପାନ କରାଇ ପିତାର ଜୀବନ ବଞ୍ଚାଇଲେ ଝିଅ, ପଢ଼ନ୍ତୁ ପୁରା କାହାଣୀ
Advertisement

ନିଜ ସ୍ତନ୍ୟପାନ କରାଇ ପିତାର ଜୀବନ ବଞ୍ଚାଇଲେ ଝିଅ, ପଢ଼ନ୍ତୁ ପୁରା କାହାଣୀ

କୌଣସି ଏକ ଦୋଷ ପାଇଁ ସିମନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତାଙ୍କୁ ଭୋକ ଉପବାସରେ କାରାଗାରରେ ରଖାଯାଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ସିମନଙ୍କୁ ଭୋକରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।

ସୌ- ସୋସିଆଲ ମିଡିଆ

ଏହି ପେଣ୍ଟିଂକୁ ଦେଖିବା ପରେ ହୁଏତ ଆପଣଙ୍କ ମନରେ ଅନେକ ନକାରାତ୍ମକ କିମ୍ବା ସକରାତ୍ମକ ଚିନ୍ତାଧାରା ଆସିବ। କିନ୍ତୁ ପେଣ୍ଟିଂର ବାସ୍ତବତା ଜାଣିବା ପରେ ଆପଣଙ୍କ ଆଖିରେ ଲୁହ ଆସିପାରେ। ଏହା ହେଉଛି ୟୁରୋପର ସବୁଠାରୁ ମହଙ୍ଗା ପେଣ୍ଟିଂ। ଏହି ପେଣ୍ଟିଂକୁ ୟୁରୋପୀୟ ଚିତ୍ରକର 'Hans Sebald Beham' ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ରୋମାନ ଚ୍ୟାରିଟି ସହିତ ଏହି ପେଣ୍ଟିଂ ଉପଲବ୍ଧ। 

ପେଣ୍ଟିଂଟି ପିତା ଓ ପୁତ୍ରିର ପବିତ୍ର ସମ୍ପର୍କ ଏବଂ ଯତ୍ନଶୀଳ ପ୍ରକୃତିର ଦର୍ଶାଉଛି। ଜଣେ ମହିଳା ପ୍ରେମ ଏବଂ ବଳିଦାନରେ ପରିପୂର୍ଣ୍ଣ। ସେ ନିଜ ଜୀବନରେ ଯାହା ବି ଭୂମିକା ନିଅନ୍ତି ତାହାକୁ ନିସ୍ୱାର୍ଥପର ଭାବେ ତୁଲାଇଥାନ୍ତି। ସେ କେବେ ମାଆ, କେବେ ଭଉଣୀ ତ ଆଉ କେବେ ପତ୍ନୀର ଭୂମିକା ନେଇଥାନ୍ତି। ତେବେ ଉକ୍ତ ପେଣ୍ଟିଂଟି ଝିଅ (ପେରୋ) ଏବଂ ତାଙ୍କ ପିତା (ସିମନ୍)ଙ୍କ କାହାଣୀ ଉପରେ ଆଧାରିତ।

Also Read: Alia Bhatt pregnant: ବିବାହର ତିନି ମାସ ନପୁରୁଣୁ ରଣବୀରଙ୍କୁ ଆଲିଆ ଦେଲେ ଖୁସି ଖବର

କୌଣସି ଏକ ଦୋଷ ପାଇଁ ସିମନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତାଙ୍କୁ ଭୋକ ଉପବାସରେ କାରାଗାରରେ ରଖାଯାଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ସିମନଙ୍କୁ ଭୋକରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ସିମନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ପରେ ତାଙ୍କ ଝିଅ ପେରୋ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପିତାଙ୍କୁ ପ୍ରତିଦିନ ସାକ୍ଷାତ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। ଆଉ ତାଙ୍କୁ ଅନୁମତି ମଧ୍ୟ ଦିଆଯାଇଥିଲା। କିନ୍ତୁ ସେ କୌଣସି ଖାଦ୍ୟ ପଦାର୍ଥ ନେଇ ଜେଲକୁ ଯାଇପାରିବେ ନାହିଁ ବୋଲି କୋର୍ଟ ଆଦେଶ ଦେଇଥିଲେ। ଫଳରେ ସମିନଙ୍କୁ ଦେଖା କରିବା ପୂର୍ବରୁ ପେରୋଙ୍କୁ ଜେଲ ଅଧିକାରୀମାନେ ଯାଞ୍ଚ କରୁଥିଲେ। 

ଉପବାସରେ ଥିବାରୁ କିଛି ଦିନ ପରେ କାରାଗାରରେ ଥିବା ସିମନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଲା। ତାଙ୍କ ପିତାଙ୍କ ଏପରି ଅବସ୍ଥା ଦେଖି ପେରୋ ନିଜକୁ ରୋକିପାରିଲେନାହିଁ। ସେ ଜଣେ ଯତ୍ନଶୀଳ ମାତା ନଜରେ ତାଙ୍କ ପିତାଙ୍କୁ ଚାହିଁଲେ। ଆଉ ତାଙ୍କୁ ଜୀବନ୍ତ ରଖିବା ପାଇଁ, ସେ ଜେଲ ଅଧିକାରୀଙ୍କ ଅଜାଣତରେ ପ୍ରତିଦିନ ସିମନଙ୍କୁ ନିଜର ସ୍ତନ୍ୟପାନ କରାଉଥିଲେ। ଏଭଳି ଅନେକ ଦିନ ଚାଲିଲା। ସିମନଙ୍କ ଶରୀର କ୍ଷୀଣ ହେବା ପରିବର୍ତ୍ତେ ହୃଷ୍ଟପୃଷ୍ଟ ହେଉଥିଲା। ଜେଲରେ ରହିବାର ଏତେ ଦିନ ପରେ ଯେତେବେଳେ ସିମନ ମରି ଜାଣି ଅଧିକାରୀମାନେ ଆଚମ୍ବିତ ହୋଇଗେଲେ। 

Also Read: ଅବିକଳ ରାଇମୋହନ; ସିନିୟରଙ୍କୁ ଝୁରୁଛନ୍ତି ଜୁନିୟର

ସିମନ ଜୀବିତ ରହିବାର କାରଣ ଜାଣିବା ପାଇଁ ସୁରକ୍ଷାକର୍ମୀମାନେ ତାଙ୍କ ଉପରେ ୨୪ ଘଣ୍ଟା ନଦର ରଖିଲେ। ଦିନେ ପେରୋ ତାଙ୍କ ବାପାଙ୍କୁ ସ୍ତନ୍ୟପାନ କରାଉଥିବାର ସେମାନେ ଦେଖିଲେ ଓ ତାଙ୍କୁ ମଧ୍ୟ ଜେଲରେ ବନ୍ଦ କରିଦେଲେ। ପରେ ଉଭୟଙ୍କୁ କୋର୍ଟରେ ହାଜର କରାଗଲା। ବିଚାରପତି ପେରୋ ଓ ସିମନଙ୍କ ସମ୍ପୂର୍ଣ୍ଣ କାହଣୀ ଶୁଣିଲେ। ଆଉ ପିତା-ପୁତ୍ରୀଙ୍କ ନିସ୍ୱାର୍ଥପର ସମ୍ପର୍କରେ ବିଚାରପତି ପ୍ରଭାବିତ ହୋଇ ଉଭୟଙ୍କୁ ଜେଲରୁ ମୁକ୍ତ କରିଦେଲେ। ପଶ୍ଚିମ ଦେଶରେ ପେରୋ ଓ ସିମନଙ୍କ ପରି ଅନେକ ସମାନ୍ତର କୀମ୍ବଦନ୍ତି ଅଛି।