Coronavirus, ନୂଆଦିଲ୍ଲୀ: ଯୁଦ୍ଧରେ ବ୍ୟସ୍ତ ଥିବା ଋଷରେ କୋରୋନା ବିସ୍ଫୋରଣ ହୋଇଛି। ଦୈନିକ ସଂକ୍ରମଣରେ ଛଅ ମାସର ରେକର୍ଡ ଭାଙ୍ଗିଛି। ଗତ ଦୁଇ ଦିନ ହେଲା ଦେଶରେ ଦିନକୁ ୫୦୦୦୦ରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହେଉଛି। ଶନିବାର ସରକାରୀ କୋଭିଡ ଟାସ୍କଫୋର୍ସ ଦେଇଥିବା ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଋଷରେ ୫୧,୬୯୯ଟି ନମୂନା ପଜିଟିଭ୍ ଚିହ୍ନଟ ହୋଇଛି। ଶେଷ ଥର ପାଇଁ ମାର୍ଚ୍ଚ ୯ ତାରିଖରେ ୫୦ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍ ମାମଲା ଟିହ୍ନଟ ହୋଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ତିନି ମାସରୁ ଊର୍ଦ୍ଧ୍ୱ ସମୟ ହେଲା ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଲାଗିରହିଛି। ଏହାରି ଭିତରେ ଋଷରେ ଆଉ ଏକ ସଙ୍କଟ ସୃଷ୍ଟି ହୋଇଛି। ଗତ ଛଅ ସପ୍ତାହ ହେଲା ଦେଶରେ ଘୁ ଘୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି। ଶୁକ୍ରବାର ଦୈନିକ ସଂକ୍ରମଣ ଛଅ ମାସର ରେକର୍ଡ ଭାଙ୍ଗିଛି। ଶୁକ୍ରବାର ୫୦୦୦୦ ମାର୍କ ପାର କରିଥିଲା। ଶନିବାର ପୁଣି ଥରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୫୧,୬୯୯ଟି କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ସମାନ ସମୟରେ ୯୨ ଜଣଙ୍କ ମୃତ୍ୟୁ କୋରୋନା କାରଣରୁ ହୋଇଛି। 


Also Read: Covid-19 Vaccination: କ'ଣ ଆପଣ ବି ଟିକା ନେଇ ନାହାନ୍ତି କି? ସରକାର ନେବାକୁ ଯାଉଛନ୍ତି ଏବି ବଡ଼


ଗତ ଜୁଲାଇରୁ ଋଷରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି। ଯହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳିଛି। କୋରୋନାର ପ୍ରଥମ ଲହର ବେଳେ ଅର୍ଥାତ ୨୦୨୦ରେ ଋଷ ଦେଶବ୍ୟାପୀ ଲକଡାଉନ ଲଗାଇଥିଲା। ଭାରତ ପରି ସେଠାରେ ମଧ୍ୟ ଟିକା ଅଭିଯାନ ଚାଲିଥିଲା। କିନ୍ତୁ ଏହାର ଗତି ଅତ୍ୟନ୍ତ ମନ୍ଥର ଥିଲା। ଅନ୍ୟପଟେ ଭ୍ଲାଦିମୀର ପୁଟିନ ସରକାର ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ବ୍ୟସ୍ତ ରହି କୋରୋନାକୁ ଅଣଦେଖା କରିଛନ୍ତି। ତେବେ ଏହି ଭଳି ପରିସ୍ଥିତି ଲାଗିରୁହେ ତେବେ ଦେଶରେ ପୁଣିଥରେ ଲକଡାଉନ ଲାଗିପାରେ ବୋଲି କୁହାଯାଉଛି।


ଅନ୍ୟପଟେ ଭାରତରେ ଶନିବାର ୭,୨୧୯ଟି କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୫ଜଣଙ୍କ ମୃତ୍ୟୁ କୋରୋନାରେ ହୋଇଛି। ବର୍ତ୍ତମାନ ୦.୧୩ ପ୍ରତିଶତ ସକ୍ରୀୟ ମାମଲା ରହିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୭ ହଜାର ୯୬୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୨୧୩.୦୧ କୋଟି ଡୋଜ୍ କୋଭିଡ ଟିକାକରଣ ହୋଇଛି। ଦୈନିକ ପଜିଟିଭ୍ ରେଟ୍ ୧.୯୮ ପ୍ରତିଶତ ଅଛି। ସପ୍ତାହରେ ଏହି ହାର ୨.୪୨ ପ୍ରତିଶତ ହେବ।


Also Read: IVAD: କେମିତି ଆସିବ 'ରାମ ରାଜ୍ୟ'? ବିଲୁପ୍ତ ହେଲେଣି 'ଜଟାୟୁ'ଙ୍କ ବଂଶଜ 


ରାଜ୍ୟରେ ଜୁଲାଇ ଶେଷ ସପ୍ତାହରୁ ଦୈନିକ କୋରୋନା ସଂକ୍ରମଣ ହ୍ରସ ପାଉଛି। ଗତ ସପ୍ତାହେ ହେଲା ପ୍ରତିଦିନ ୩୦୦ରୁ କମ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। କିନ୍ତୁ ଏହାରି ମଧ୍ୟରେ ଏକ ସତର୍କ ଘଣ୍ଟି ବାଜିଛି। ରାଜ୍ୟରେ ଖୁବଶୀଘ୍ର ମାଗଣା କୋରୋନା ଟିକା ବଣ୍ଟନ ବନ୍ଦ ହେବାକୁ ଯାଉଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ସରୁଛି। ଆଉ ମାତ୍ର ୨୭ ଦିନ ଲୋକଙ୍କୁ ବିନା ଦେୟରେ କୋରୋନା ଟିକା ଦିଆଯିବ। ତେଣୁ ତୁରନ୍ତ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି।