ନୂଆଦିଲ୍ଲ: ଋଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସାମରିକ ସଂଘର୍ଷ ଖୁବ ଶୀଘ୍ର ସମାଧାନ ହେବାର ଆଶା ନାହିଁ। ଋଷିଆ ବିଶ୍ୱ ସମୁଦାୟର କଥା ନିଶୁଣିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରୁଛନ୍ତି ଆମେରିକା ନେତୃତ୍ୱାଧିନ ନାଟୋ ଦେଶ। ଏହି ପ୍ରସଙ୍ଗରେ ଭାରତ ସାମ୍ନାରେ ଏକ ବଡ଼ କୂଟନୈତିକ ପ୍ରଶ୍ନ ଉଠିପାରେ ଯେ ଋଷିଆ କିମ୍ବା ଆମେରିକା ମଧ୍ୟରେ  କାହାକୁ ଜଣଙ୍କୁ ବାଛିବାକୁ ହେବ।


COMMERCIAL BREAK
SCROLL TO CONTINUE READING

ଗତ ୧୯୬୨ ମସିହାରେ ହୋଇଥିଲ ଭାରତ-ଚୀନ ଯୁଦ୍ଧ। ଏହି ଯୁଦ୍ଧରେ ଋଷିଆ ନିରପେକ୍ଷ ରହିଥିବା ବେଳେ ଚୀନ୍ ବିରୋଧରେ ଆମେରିକା ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲା। ୧୯୭୨ ମସିହାରେ ହୋଇଥିବା ଯୁଦ୍ଧରେ ଆମେରିକା ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ କରିଥିବା ବେଳେ ଋଷିଆ ମଜବୁତ ଭାବେ ଭାରତ ସପକ୍ଷରେ ଛିଡ଼ା ହୋଇଥିଲା। ହେଲେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସଂକଟ ମଧ୍ୟରେ ଭାରତୀୟ କୂଟନୀତିର ହେବ ପରୀକ୍ଷଣ।


ସୋଭିଏତ ସଂଘ କହ ଭାରତର ଏକ ଐତିହାସିକ ରଣନୀତିକ ସମ୍ପର୍କ ରହିଛି। ସାମରିକ କ୍ଷେତ୍ରରେ ଯେତେବେଳେ ଅଧିକାଂଶ ଦେଶ ପକ୍ଷରୁ ଭାରତକୁ ସହଯୋଗ ମିଳିନଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ଋଷିଆ ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲା। ଗତ ୧୯୬୦ ଦଶକରେ ହୋଇଥିବା ଚୁକ୍ତିନାମା ଅନୁସାରେ ଋଷିଆ ଭାରତୀୟ ବାୟୁସେନାକୁ ମିଗ୍-୨୧ ଯୁଦ୍ଧ ବିମାନ ପ୍ରଦାନ କରିଥିଲା। ଯାହାକି ବାୟୁସେନାରେ ବ୍ୟବହୃତ ହେଉଛି। ଯୁଦ୍ଧ ଟ୍ୟାଙ୍କ, ତୋପ, ଯୁଦ୍ଧ ଜାହାଜ, ବୃହତ ମାଲବାହୀ ବିମାନ, ଆଣବିକ ବୁଡ଼ାଜାହାଜ ଭଳି ଅସ୍ତ୍ରଶସ୍ତ୍ର ପାଇ ଶକ୍ତିଶାଳୀ ହୋଇଥିଲା ଭାରତୀୟ ସେନା। ବର୍ତ୍ତମାନ ସମୟରେ ମଧ୍ୟ ଭାରତୀୟ ସେନା ବ୍ୟବହାର କରୁଥିବା ୬୦-୭୦% ସାମରିକ ଉପକରଣ ପାରମ୍ପରିକ ସହଯୋଗୀ ଋଷିଆ ଦ୍ୱାରା ନିର୍ମିତ। ମାତ୍ର ୨୦୦୦ ମସିହା ପରେ ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବାର ସମୟ ଆରମ୍ଭ ହେଲା।


Also Read: Russia Ukraine Crisis: ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଉଦ୍ଧାର ଅଭିଯାନ


ଭାରତ, ଆମେରିକା ପାଖରୁ  P8I ଅନୁସନ୍ଧାନ ବିମାନ, C-17 ଏବଂ C130J Super Hercules ମାଲବାହାକ ବିମାନ, Apache Attack ହେଲିକପ୍ଟର, Chinook Cargo ହେଲିକପ୍ଟର ଭଳି ସାମରିକ ପାଇବା ଲାଗି ଚୁକ୍ତି କରିଥିଲା। ହେଲେ ଉଭୟ ଦେଶର ସମ୍ପର୍କରେ ସବୁଠାରୁ ବଡ ମୋଡ଼ ସେତେବେଳେ ଆସିଲା ଯେତେବେଳେ ଭାରତ ଆମେରିକା ସହିତ ମିଶି ଭଳି Basic Exchange & Cooperation Aagreement (BECA), Logistics Exchange Memorandum of Agreement (LEMOA), Communications Compatibility & Security Agreement (COMCASA) ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଥିଲା। 


ଏହାମଧ୍ୟରୁ BECA ଚୁକ୍ତି ମାଧ୍ୟମରେ ଉପଗ୍ରହ ଦ୍ୱାରା ସଂଗୃହୀତ ସାମରିକ ତଥ୍ୟ ଭାରତ ଆମେରିକା ପାଖରୁ ପାଇଥାଏ। ଯାହା ଦକ୍ଷିଣ ଲଦାଖ ଠାରେ ଚୀନ୍ ସହିତ ଚାଲିଥିବା ଉତ୍ତେଜନା ସମୟରେ ଅତ୍ୟନ୍ତ ଉପଯୋଗୀ ଥିଲା | COMCASA ଦ୍ୱାରା  ଭାରତ-ଆମେରିକୀୟ ସୈନ୍ୟ ପରସ୍ପର ସହିତ ସିଧାସଳଖ ଯୋଗାଯୋଗ କରିପାରିବେ। ଯାହା ଉଭୟ ଯୁଦ୍ଧ ଏବଂ ଶାନ୍ତି ପରିସ୍ଥିତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସବୁଠାରୁ ବିଶେଷ କଥା ହେଉଛି LEMO ଯାହା ଅଧୀନରେ ଉଭୟ ଦେଶର ସୈନ୍ୟବାହିନୀ ପରସ୍ପରର ସାମରିକ ଘାଟିକୁ ସେମାନଙ୍କର ସାମଗ୍ରୀ ଯୋଗାଣ, ମରାମତି ପାଇଁ ବ୍ୟବହାର କରିପାରିବେ। ଲଦାଖ ଠାରେ ହୋଇଥିବା ବିବାଦ ସମୟରେ ଆମେରିକା ଭାରତୀୟ ସୈନିକଙ୍କ ପାଇଁ ୩୫ ହଜାର ଶୀତକାଳୀନ ପୋଷାକ ପଠାଇଥିଲା। ଯାହା ବିଯୁକ୍ତ ୫୦ ଡିଗ୍ରୀ ତାପମାତ୍ରାରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା।


ଆମେରିକା-ଭାରତ, ଚୀନ୍ ବିରୋଧରେ ଏକ ସାଧାରଣ ଆଭିମୁଖ୍ୟ ଉଠାଇଛନ୍ତି। ଆମେରିକା ଜାଣେ ଯେ ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବହୁତ ଆବଶ୍ୟକତା ରହିଛି। ଭାରତ ଜାଣେ ଯେ ଚୀନ୍ ବିରୋଧରେ ଋଷିଆ ପକ୍ଷରୁ ସାହାଯ୍ୟ ପାଇବା ସମ୍ଭବ ନୁହେଁ। ଏହି କାରଣରୁ ଉଭୟ ଦେଶର ସାଧାରଣ ସ୍ୱାର୍ଥ ପାରସ୍ପରିକ ସହଯୋଗକୁ ବଢାଇଦେଇଛି। ଏହି କାରଣରୁ ଭାରତ-ଆମେରିକା ମଧ୍ୟରେ ହେଉଥିବା ମିଳିତ ସମରାଭ୍ୟାସ ସାମରିକ ତଥା ରଣନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରେ। 


Also Read: Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ


ଆମେରିକା-ଭାରତ ସମ୍ପର୍କ ଆତଙ୍କବାଦ ବିରୋଧି ଲଢେଇ ପାଇଁ ଆହୁରି ଅଧିକ ମଜବୁତ ହୋଇଛି। ଆମେରିକାୀୟ ଗୁପ୍ତଚର ସଂସ୍ଥା ଭାରତକୁ ଆତଙ୍କ ଦମନ ଅଭିଯାନରେ ଅନେକ ଥର ସାହାଯ୍ୟ କରିଛି। ଉଭୟ ଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ମଧ୍ୟ ଏକ ନୂତନ ସ୍ତରରେ ପହଞ୍ଚୁଛି। ହେଲେ ବୈଦେଶିକ ସମ୍ପର୍କ ପ୍ରସଙ୍ଗରେ ଭାରତ, ଆମେରିକା ନିର୍ଦ୍ଦେଶକୁ ଅନ୍ଧ ଭାବରେ ପାଳନ କରି ନାହିଁ। ଗତ ୨୦୧୮ ବର୍ଷରେ ଆମେରିକାର ଦୃଢ ବିରୋଧ ସତ୍ତ୍ୱେ ଭାରତ ଏହାର ପାରମ୍ପରିକ ସହୟୋଗୀ ଋଷିଆ ସହିତ S-400 ସହ AK-203 ରାଇଫଲ କିଣିବା ପାଇଁ ଚୁକ୍ତି କରିଥିଲା। ଏହି ଚୁକ୍ତି ପାଇଁ ଭାରତ Countering America's Adversaries Through Sanctions Act (CAATSA) ନିୟମକୁ ଅଣଦେଖା କରିଥିଲା।


ହେଲେ ଏଥର ବୈଦେଶିକ ସମ୍ପର୍କ ପ୍ରସଙ୍ଗରେ ନିଷ୍ପତ୍ତି ନେବା କଷ୍ଟକର ହେବ। କାରଣ ଆମେରିକା ସହିତ ହୋଇଥିବା ପ୍ରତିରକ୍ଷା ଚୁକ୍ତି ପରେ ଭାରତ ଏହାକୁ ସାହାଯ୍ୟ କରିବାକୁ ଆଇନଗତ ଭାବେ ବାଧ୍ୟ। ତାହା ହେଉଛି ଯଦି ଭବିଷ୍ୟତରେ ଆମେରିକା ଋଷିଆ ଉପରେ ଆକ୍ରମଣ କରିବାକୁ ଚାହେଁ ତାହେଲେ ଭାରତୀୟ ସାମରିକ ଘାଟି ବ୍ୟବହାର କରିପାରିବ। ଯଦି ଏପରି ହୁଏ ତାହେଲେ ଭାରତ ସ୍ପଷ୍ଟ ଭାବେ ଋଷିଆ ବିରୋଧୀ ଗୋଷ୍ଠୀରେ ସାମିଲ ହୋଇଯିବ। ଆଉ ଏଭଳି ଘଟଣା ଘଟିପାରେ ବୋଲି ଆଶା କରି ବସିଛନ୍ତି ଭାରତର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚୀନ୍-ପାକିସ୍ତାନ। 


Also Read: Russia-Ukraine Crisis:ଭାରତୀୟ ଅର୍ଥନୀତି ଉପରେ ପଡ଼ିବ କେଉଁ ପ୍ରଭାବ? ଜବାବ ରଖିଲେ ଅର୍ଥମନ୍ତ୍ରୀ


ପାକିସ୍ତାନ ପ୍ରଧାନମନ୍ତ୍ରୀ ଏପରି ଏକ ସମୟରେ ଋଷିଆ ଗସ୍ତ କରିଛନ୍ତି ଯେତେବେଳେ ୟୁକ୍ରେନ ସହ ସାମରିକ ସଂଘର୍ଷରେ ମାତିଛି ଋଷୀୟ ସେନା। ଅନ୍ୟପଟେ ଚୀନ୍ ସମଗ୍ର ବିଶ୍ୱକୁ ସୂଚାଇ ଦେଇଛି ଯେ ଏବେ ଋଷିଆ ସହିତ ଖୋଲାଖୋଲି ଭାବେ ଛିଡ଼ା ହୋଇଛି। ଯଦି ଭାରତୀୟ କୂଟନୀତି ଆମେରିକା ସହିତ ଯାଏ ତାହେଲେ ଭାରତ ବିରୋଧରେ ଏକ ନୂଆ ଗୋଷ୍ଠୀ ସୃଷ୍ଟି ହୋଇପାରେ। ଯେଉଁଥିରେ ଋଷିଆ-ପାକିସ୍ତାନ-ଚୀନ୍ ଭଳି ଦେଶ ସାମିଲ ଥିବେ। ଯାହା ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ। ଯଦି ଆମେରିକାର ବୈଦେଶିକ ନୀତିର ଇତିହାସ ଉପରେ ନଜର ପକାଯାଏ ତାହେଲେ ଏହାକୁ ବିଶ୍ୱାସ କରିବା ଆତ୍ମହତ୍ୟା କରିବା ସହ ସମାନ ହେବ।