Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ
Advertisement
Article Detail0/zeeodisha/odisha1108663

Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ

ଋଷିଆ-ନାଟୋ ଗୋଷ୍ଠୀ ମଧ୍ୟରେ ରହିଥିବା ପାର୍ଥକ୍ୟକୁ କେବଳ ଗମ୍ଭୀର ଚର୍ଚ୍ଚା ମଧ୍ୟରେ ସମାଧାନ କରାଯାଇ ପାରିବ।

Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷ ପ୍ରସଙ୍ଗରେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୂଟନୈତିକ ଆଲୋଚନା ମାଧ୍ୟମରେ ତୁରନ୍ତ ହିଂସା ବନ୍ଦ କରିବାକୁ ସମସ୍ତ ପକ୍ଷଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପ୍ରଶାସନ ଅପେକ୍ଷା ଭାରତର ଆଭିମୁଖ୍ୟ ଉପରେ ଅଧିକ ଆଲୋଚନା ହେଉଛି। ଅନ୍ୟପଟେ ରାଷ୍ଟ୍ରପତି ବାଇଡେନ ମଧ୍ୟ କହିଛନ୍ତି ସେ ଋଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ସହ ପରାମର୍ଶ କରିବେ।

Also Read: Russia-Ukraine Crisis: ଭୟାନକ ହେବାରେ ଲାଗିଛି ସ୍ଥିତି; ପୁଣି ବିଶ୍ୱ ମାନଚିତ୍ରରେ ଦୃଶ୍ୟମାନ ହୋଇପାରେ USSR

ନିକଟରେ ପୂର୍ବ ୟୁକ୍ରେନରେ ଅବସ୍ଥିତ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍ (Donetsk Peoples Republic) ଏବଂ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ (Luhansk Peoples Republic) ଅଞ୍ଚଳର ସ୍ୱାଧୀନତା ଏବଂ ସାର୍ବଭମତ୍ୱକୁ ସ୍ୱୀକୃତି ଦେଇଥିଲେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। 

ଗତ ମଙ୍ଗଳବାର ଯେତେବେଳେ ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଆୟୋଜିତ ଏକ ବୈଠକରେ ଆଭିମୁଖ୍ୟ ରଖିବା ଅବସରରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୂର୍ତ୍ତି ସମସ୍ତ ପକ୍ଷକୁ ସଂଯମତା ରକ୍ଷା କରିବାକୁ ନିବେଦନ କରିଥିଲେ। ଗୋଟିଏ ପଟେ ପାଶ୍ଚାତ୍ୟ ଦେଶ ରାଷ୍ଟ୍ରପତି ପୁତିନଙ୍କ ବିରୋଧରେ ସ୍ୱର ଉଠାଇଥିବା ବେଳେ ଭାରତ ଋଷିଆକୁ ନିନ୍ଦା କରି ନାହିଁ କିମ୍ବା ୟୁକ୍ରେନର ସାର୍ବଭୌମତ୍ୱ ବାବଦରେ କୌଣସି ପ୍ରତିକ୍ରିୟା ରଖିନଥିଲା। ଭାରତର ଏହି ଆଭିମୁଖ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ଅନେକ ଲୋକ ଏହାକୁ ଠିକ୍ ବୋଲି କହିଥିଲେ। 

Also Read: ୟୁରୋପ ମହାଦେଶରେ ଶୁଭିଲା ମହାଯୁଦ୍ଧର ପଦଧ୍ୱନି: ଋଷିଆ-ୟୁକ୍ରେନ କିଏ କାହାକୁ କରିବ ସମର୍ଥନ

ନିକଟରେ ପୂର୍ବ ୟୁକ୍ରେନରେ ଅବସ୍ଥିତ ଯେଉଁ ୨ ଅଞ୍ଚଳକୁ ରାଷ୍ଟ୍ରପତି ପୁତିନ ସ୍ୱତନ୍ତ୍ର କ୍ଷେତ୍ର ଭାବେ ଘୋଷଣା କରିଥିଲେ ସେଠାରେ ଗତ ୨୦୧୪ ବର୍ଷରୁ ସଂଘର୍ଷ ଆରମ୍ଭ ହୋଇଯାଇଛି। ଏଠାରେ ସକ୍ରିୟ ରହିଥିବା ଋଷୀୟ ସମର୍ଥିତ ବିଛିନ୍ନତାବାଦୀ ୟୁକ୍ରେନ ବିରୋଧି ଯୁଦ୍ଧ ଜାରି ରଖିଛନ୍ତି। ଅନ୍ୟପଟେ ଏହାର ଦକ୍ଷିଣ ଭାଗରେ ଅବସ୍ଥିତ କ୍ରୀମୀୟା ଉପଦ୍ୱୀପ ବର୍ତ୍ତମାନ ଋଷିଆ ନିୟନ୍ତ୍ରଣରେ ରହିଛି। ଡୋନେସ୍କ, ଲୁହାନସ୍କ ଭଳି ଅଞ୍ଚଳରେ ସୈନ୍ୟ ସଞ୍ଚାଳନ କରିବା ପାଇଁ ନିକଟ ଅତୀତରେ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି। 

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷ ପ୍ରସଙ୍ଗରେ ରାଷ୍ଟ୍ରପତି ପୁତିନଙ୍କ ସହ ଚର୍ଚ୍ଚା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଋଷିଆ-ନାଟୋ ଗୋଷ୍ଠୀ ମଧ୍ୟରେ ରହିଥିବା ପାର୍ଥକ୍ୟକୁ କେବଳ ଗମ୍ଭୀର ଚର୍ଚ୍ଚା ମଧ୍ୟରେ ସମାଧାନ କରାଯାଇ ପାରିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ବାର୍ତ୍ତାଳାପ ସମୟରେ ପୁତିନ ୟୁକ୍ରେନ ସଂଘର୍ଷ ବାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ହିଂସାକୁ ତୁରନ୍ତ ବନ୍ଦ କରିବାକୁ ନିବେଦନ କରିଛନ୍ତି। କୂଟନୈତିକ ଆଲୋଚନା ପଥକୁ ଫେରିବା ପାଇଁ ସମସ୍ତ ପକ୍ଷଙ୍କୁ ମିଳିତ ଉଦ୍ୟମ କରିବାକୁ କହିଛନ୍ତି। 

Also Read: War on Preparation: ୟୁକ୍ରେନ୍-ଚେଚେନ୍-ତାଲିବାନ୍ ସହ ଲଢିବେ ଋଷିଆନ୍

ସଂଘର୍ଷ ଆରମ୍ଭ ହୋଇଯିବା ପରେ ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲିଖ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବିଶ୍ୱରେ ସେହି ନେତାଙ୍କ ମଧ୍ୟରୁ ଜଣେ ଯାହାଙ୍କ କଥା ରାଷ୍ଟ୍ରପତି ପୁତିନ ଶୁଣିଥାନ୍ତି। ଋଷିଆ ଦ୍ୱାରା ଆକ୍ରମଣ କରାଯିବା ପରେ ସହାଯ୍ୟ ସହଯୋଗ କରିବା ପାଇଁ ଭାରତକୁ ନିବେଦନ କରିଥିଲା ୟୁକ୍ରେନ।