Russia Ukraine Crisis: ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଉଦ୍ଧାର ଅଭିଯାନ
Advertisement
Article Detail0/zeeodisha/odisha1108712

Russia Ukraine Crisis: ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଉଦ୍ଧାର ଅଭିଯାନ

ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟ ଛାତ୍ର ତଥା ଅନ୍ୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଭାରତ ସରକାର।

Russia Ukraine Crisis: ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଉଦ୍ଧାର ଅଭିଯାନ

ନୂଆଦିଲ୍ଲୀ: ଋଷିଆ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟ ଛାତ୍ର ତଥା ଅନ୍ୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଭାରତ ସରକାର। ଏନେଇ ଏକ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ। ଯାହାର ମୂଲ୍ୟ ଭାରତ ସରକାର ବହନ କରିବେ।

ପ୍ରାୟ ୨୦ ହଜାର ଭାରତୀୟ ନାଗରିକ ୟୁକ୍ରେନ ଠାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ହଜାର ଛାତ୍ର ଅଛନ୍ତି। ଯେଉଁମାନେ ସେଠାରେ ଡାକ୍ତରୀ ପଢିବାକୁ ଯାଇଛନ୍ତି।ରୁଷ-ୟୁକ୍ରେନ ମଧ୍ୟରେ ସାମରିକ ସଂଘର୍ଷ ଆରମ୍ଭ ହେବା ମାତ୍ରେ ଫସି ରହିଥିବା  ଭାରତୀୟ ଛାତ୍ରମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସୋସିଆଲ ମିଡିଆ ଜରିଆରେ ସେମାନେ ବାରମ୍ବାର ଭିଡିଓ ସେୟାର କରି ସେମାନଙ୍କୁ ଉଦ୍ଧାର କରିବା ଲାଗି ସରକାରଙ୍କୁ ଅନୁରୋଧ କରୁଛନ୍ତି।

ଫସିରହିଥିବା ଭାରତୀୟ ଛାତ୍ର କହିଛନ୍ତି ଋଷିଆ ଆକ୍ରମଣ ପରେ ୟୁକ୍ରେନ ଠାରେ ପରିସ୍ଥିତି ବିଗିଡିବାରେ ଲାଗିଛି। ଖାଦ୍ୟ ସାମଗ୍ରୀର ଅଭାବ ସେଠାରେ ଦେଖାଗଲାଣି। ଏଟିଏମ ରେ ନଗଦ ଅର୍ଥ ସରିଯାଉଛି ଏବଂ ଲୋକଙ୍କ ମଧ୍ୟରେ ପଳାୟନ ଆରମ୍ଭ ହୋଇଗଲାଣି। ୟୁକ୍ରେନ ରାଜଧାନୀ କୀୱ ଉପରେ ଋଷିଆ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ବୋମାମାଡ କରାଯିବା ଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। 

Also Read: Russia Ukraine Crisis: ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ଉଦ୍ଧାର ଅଭିଯାନ 

ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି ଭାରତ ସରକାର। ଗୁରୁବାର ସନ୍ଧ୍ୟାରେ କ୍ୟାବିନେଟ ସୁରକ୍ଷା କମିଟି ବୈଠକ ଯୋଗ ଦେଇ କରି  ସାମ୍ପ୍ରତିକ ପରିସ୍ଥିତି ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଯାଇଛି। ଖୁବ ଶୀଘ୍ର ଏହି ଅଭିଯାନ ଆରମ୍ଭ ହେବ। 

ଅନ୍ୟପଟେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ୟୁକ୍ରେନ ପ୍ରତିପକ୍ଷ ଦିମିତ୍ରୋ କୁଲେବାଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ଫସି ରହିଥିବା ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ୟୁକ୍ରେନ ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ସେ। 
  
କିପରି କାର୍ଯ୍ୟକାରୀ ହେବ ଉଦ୍ଧାର ଅଭିଯାନ? 
ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ପ୍ରଥମେ ସଡ଼ ମାର୍ଗ ଜରିଆରେ ପ୍ରଥମେ ପଡୋଶୀ ପୋଲାଣ୍ଡ ଏବଂ ହଙ୍ଗେରୀ ଅଣାଯିବ ଏବଂ ପରେ ସେଠାରୁ ବିମାନ ଯୋଗେ ସ୍ୱଦେଶ ଫେରାଇ ଅଣାଯିବ। ଏନେଇ ସରକାର ୟୁକ୍ରେନ, ହଙ୍ଗେରୀ, ପୋଲାଣ୍ଡ ପ୍ରଭୃତି ଦେଶର ସରକାରଙ୍କ ସହଯୋଗ ଲୋଡିଛନ୍ତି। 

ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ୟୁକ୍ରେନର ଲୀୱ ଏବଂ ଚେର୍ନିୱିତ୍ସି ସହରରେ କ୍ୟାମ୍ପ ଅଫିସ୍ ସ୍ଥାପନ କରିଛି। ଯାହା ଫଳରେ ସେଠାରୁ ପଡୋଶୀ ହଙ୍ଗେରୀ, ରୋମାନିଆ ଏବଂ ପୋଲାଣ୍ଡ ଭଳି ଦେଶକୁ ଫସି ରହିଥିବା ଭାରତୀୟ ପଳାୟନ କରିପାରିବେ। ଋଷିଆ ଆକ୍ରମଣ ପରେ ୟୁକ୍ରେନ ସରକାର ଦେଶର ବାୟୁ ସୀମାକୁ ବନ୍ଦ କରି ଦେଇଛନ୍ତି।

Also Read: Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ

ଅନ୍ୟପଟେ ଭାରତ ସରକାର ସ୍ଲୋଭାକିଆ, ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ଭଳି ଦେଶର ରାସ୍ତା ଜରିଆରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି। ଅନେକ ଭାରତୀୟ ନାଗରିକ ମଧ୍ୟ ସଡ଼କ ପଥରେ ୟୁକ୍ରେନ-ରୋମାନିଆ ସୀମାରେ ପହଞ୍ଚୁଛନ୍ତି। ସେମାନଙ୍କୁ ରୋମାନିଆ ରାଜଧାନୀ ବୁକାରେଷ୍ଟ ନିଆଯିବ। ଯେଉଁଠୁ ସେମାନଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗେ ସ୍ୱଦେଶ ଫେରାଇ ଅଣାଯିବ।