Russia Ukraine War: ଆମେରିକାର ବଡ଼ ଘୋଷଣା, ବାଇଡେନଙ୍କ ଏହି ପଦକ୍ଷେପକୁ ବିଶ୍ୱ କରୁଛି ପ୍ରଶଂସା
ଆମେରିକା ରାଷ୍ଟ୍ରପତି ଏକ ବିବୃତ୍ତିରେ କହିଛନ୍ତି ଯେ, ମୁଁ ୟୁକ୍ରେନ ପାଇଁ ଏକ କାର୍ଯ୍ୟକ୍ରମ ଘୋଷଣା କରୁଛି, ଯାହାଦ୍ୱାରା ୟୁକ୍ରେନ ଶରଣାର୍ଥୀ ୟୁରୋପରୁ ସିଧାସଳଖ ଆମେରିକାକୁ ଆସିପାରିବେ।
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ୟୁକ୍ରେନ ଶରଣାର୍ଥୀମାନଙ୍କ ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଯାହାର ନାମ 'ୟୁନାଇଟ ଫର ୟୁକ୍ରେନ' ରଖାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୟୁକ୍ରେନ ଶରଣାର୍ଥୀଙ୍କୁ ୟୁରୋପରୁ ସିଧାସଳଖ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଆମେରିକା ରାଷ୍ଟ୍ରପତି ଏକ ବିବୃତ୍ତିରେ କହିଛନ୍ତି ଯେ, ମୁଁ ୟୁକ୍ରେନ ପାଇଁ ଏକ କାର୍ଯ୍ୟକ୍ରମ ଘୋଷଣା କରୁଛି, ଯାହାଦ୍ୱାରା ୟୁକ୍ରେନ ଶରଣାର୍ଥୀ ୟୁରୋପରୁ ସିଧାସଳଖ ଆମେରିକାକୁ ଆସିପାରିବେ।
ଆମେରିକା (Ukraine) ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କ ବିବୃତ୍ତି ଅନୁଯାୟୀ, ଏହି ନୂତନ ମାନବିକ ପାରୋଲ୍ କାର୍ଯ୍ୟକ୍ରମ ୟୁକ୍ରେନବାସୀଙ୍କ ପାଇଁ ଉପଲବ୍ଧ ଆଇନଗତ ସୁବିଧାକୁ ଅନ୍ତର୍ଭୁକ୍ତ କରିବ। ଇମିଗ୍ରେଟ୍ ଭିସା ଏବଂ ଶରଣାର୍ଥୀ ପ୍ରକ୍ରିୟାକରଣ ହେବା ସହ ୟୁକ୍ରେନବାସୀଙ୍କ ପାଇଁ ସୁରକ୍ଷିତ, ଆଇନଗତ ସ୍ଥାନାନ୍ତରଣ ପାଇଁ ଏହା ଏକ ଉପଯୋଗୀ ଚ୍ୟାନେଲ ଯୋଗାଇବ। ଆମେରିକାରେ ଯେଉଁମାନଙ୍କର ପରିଚିତ ଅଛନ୍ତି ଯେପରିକି ପରିବାର କିମ୍ବା ଏନଜିଓ, ସେମାନେ ଅଧିକ ଉପକୃତ୍ତ ହୋଇ ପାରିବେ।
Also Read: ଛାତ୍ରଙ୍କୁ ଉଲଗ୍ନ କରି ଚପଲରେ ମାଡ଼ ଘଟଣା: ୮ ସହପାଠୀ ବିଦା, ୱାର୍ଡନ ଉପରେ କାର୍ଯ୍ୟାନୁଷ୍ଠାନ
'ୟୁନାଇଟ ଫର ୟୁକ୍ରେନ' କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ବାଇଡେନ କହିଛନ୍ତି। ଏହା ଶୃଙ୍ଖଳିତ ହେବ ଏବଂ ନିଶ୍ଚିତ କରିବ ଯେ, ୟୁକ୍ରେନବାସୀଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ଆମେରିକା ସମ୍ମାନିତ କରେ ଏବଂ ଆମର ଦକ୍ଷିଣ ସୀମା ଅତିକ୍ରମ କରିବାର ଆବଶ୍ୟକତା ନାହିଁ ବୋଲି ହ୍ୱାଇଟ ହାଉସ (Whitehouse) ପକ୍ଷରୁ କୁହାଯାଇଛି। ଏହା ସହ ବୁଧବାର ୟୁକ୍ରେନ (Russia) ପାଇଁ ଜୋ ବାଇଡେନ ୮୦୦ ମିଲିୟନ ଡଲାରର ନୂତନ ସାମରିକ ସହାୟତା ଘୋଷଣା କରିଛନ୍ତି। ୟୁକ୍ରେନକୁ ସାମରିକ ସହାୟତା ବିସ୍ତାର କରିବାକୁ ସେ କଂଗ୍ରେସ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ, ଗତ ମାସରେ ସାମରିକ ଏବଂ ମାନବିକ ସହାୟତା ପାଇଁ ଅନୁମୋଦିତ ୧୩.୬ ବିଲିୟନ ଡଲାର ପ୍ରାୟ ଶେଷ ହୋଇଯାଇଛି। ନୂତନ ସାମରିକ ସହାୟତା ପ୍ୟାକେଜରେ ବହୁ ଆବଶ୍ୟକୀୟ ଭାରୀ ଅସ୍ତ୍ରଶସ୍ତ୍ର, ୧୪୪୦୦୦ ବୁଲେଟ୍ ଏବଂ ଡ୍ରୋନ୍ ରହିବ। ଏହା ୟୁକ୍ରେନ ପାଇଁ ପୂର୍ବରୁ ଅନୁମୋଦିତ ସାମରିକ ସହାୟତାର ପ୍ରାୟ ୨.୬ ବିଲିୟନ ଡଲାରର ସମ୍ପ୍ରସାରଣ ହେବ। ଏହା ବ୍ୟତୀତ ୟୁକ୍ରେନକୁ ଆମେରିକା ୫୦୦ ମିଲିୟନ ଡଲାରର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବ, ଯାହା ଦ୍ୱାରା କର୍ମଚାରୀଙ୍କ ବେତନ ଏବଂ ପେନ୍ସନ୍ ଦିଆଯାଇ ପାରିବ।