ଛାତ୍ରଙ୍କୁ ଉଲଗ୍ନ କରି ଚପଲରେ ମାଡ଼ ଘଟଣା: ୮ ସହପାଠୀ ବିଦା, ୱାର୍ଡନ ଉପରେ କାର୍ଯ୍ୟାନୁଷ୍ଠାନ
Advertisement

ଛାତ୍ରଙ୍କୁ ଉଲଗ୍ନ କରି ଚପଲରେ ମାଡ଼ ଘଟଣା: ୮ ସହପାଠୀ ବିଦା, ୱାର୍ଡନ ଉପରେ କାର୍ଯ୍ୟାନୁଷ୍ଠାନ

ପୀଡିତ ଛାତ୍ର ଜଣକ ନିଜ ହଷ୍ଟେଲ୍ ରୁମ (College Hostel) ରେ ଥିବା ବେଳେ ତାଙ୍କର ଦୁଇ ଜଣ ସହପାଠୀ ସେଠାକୁ ଆସି ତାଙ୍କୁ ତାଙ୍କ ରୁମରୁ ଟାଣି ଅନ୍ୟ ଏକ ରୁମକୁ ନେଇଥିଲେ। ସେଠାରେ ତାଙ୍କ ହାତ ଗୋଡ଼ ବାନ୍ଧି ଉଲଗ୍ନ କରି ଚପଲରେ ମାଡ଼ (Assault) ମାରିଥିଲେ।

ଫାଇଲ ଫଟୋ

ସମ୍ବଲପୁର: ଶାସନସ୍ଥିତ ଏକ ଘରୋଇ ଆବାସିକ ସ୍କୁଲରେ ରେଗିଙ୍ଗ ଅଭିଯୋଗ ହୋଇଛି। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ସହପାଠୀମାନେ ରୁମ ଭିତରେ ଉଲଗ୍ନ କରି ଚପଲରେ ମାଡ଼ ମାରିଛନ୍ତି। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ପୀଡିତଙ୍କର ବାପା ରେଗିଙ୍ଗ ଅଭିଯୋଗ ଆଣିଛନ୍ତି। ଘଟଣାଟି ୧୭ ତାରିଖ ରାତିରେ ହୋଇଥିଲା। 

ସୂଚନାନୁସାରେ, ପୀଡିତ ଛାତ୍ର ଜଣକ ନିଜ ହଷ୍ଟେଲ୍ ରୁମ (College Hostel) ରେ ଥିବା ବେଳେ ତାଙ୍କର ଦୁଇ ଜଣ ସହପାଠୀ ସେଠାକୁ ଆସି ତାଙ୍କୁ ତାଙ୍କ ରୁମରୁ ଟାଣି ଅନ୍ୟ ଏକ ରୁମକୁ ନେଇଥିଲେ। ସେଠାରେ ତାଙ୍କ ହାତ ଗୋଡ଼ ବାନ୍ଧି ଉଲଗ୍ନ କରି ଚପଲରେ ମାଡ଼ (Assault)  ମାରିଥିଲେ। ତେବେ କାହିଁକି ତାଙ୍କୁ ମାଡ଼ ମାରିଲେ ତାହା ମଧ୍ୟ ଛାତ୍ର ଜଣକ ଜାଣିନାହାନ୍ତି। ସେପଟେ ଏହି ଘଟଣା ପରେ ୧୮ ତାରିଖ ମାଡ଼ ଖାଇଥିବା ଛାତ୍ର ଜଣକ ସ୍କୁଲ କତ୍ତୃପକ୍ଷଙ୍କୁ ଏନେଇ ଜଣେଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସ୍କୁଲ କତ୍ତୃପକ୍ଷ ଶୁଣିନଥିଲେ ବୋଲି ଅଭିଯୋଗ ହୋଇଛି। 

Also Read: ଭଉଣୀ ପାଇଁ ଭିକ୍ଷାବୃତ୍ତି; ମାମାକୁ ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଛି ବବଲୁ

ତେବେ ଏହି ଘଟଣା ପରିବାର ବର୍ଗ ଜାଣିଲା ପରେ ମଙ୍ଗଳବାର ଏନେଇ ସ୍କୁଲ ଏମଡିଙ୍କୁ ଜଣାଇଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଏକ ଶୃଙ୍ଖଳା କମିଟି ଗଠନ କରିଥିଲେ। କିଛି ଛାତ୍ରଙ୍କୁ ଏନେଇ ପଚରାଉଚରା ପରେ ସେହି ଘଟଣାରେ ସାମିଲ ଥିବା ୮ ଜଣ ଛାତ୍ରଙ୍କୁ କଲେଜ କତ୍ତୃପକ୍ଷ ହଷ୍ଟେଲରୁ ବିଦା କରିଥିବା ଶୁଣିବାକୁ ମିଳୁଛି। ହଷ୍ଟେଲ ୱାର୍ଡନଙ୍କୁ ମଧ୍ୟ ଏହି ଘଟଣାରେ ବିଦା କରାଯିବ ବୋଲି ଜଣାପଡିଛି। କିନ୍ତୁ ଏନେଇ କଲେଜ Private College) କର୍ତ୍ତୃପକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରତିକ୍ରିୟା ଦେବା ପାଇଁ ମନା କରି କରିଛନ୍ତି।

ସୂଚନାଯୋଗ୍ୟ, ରାଗିଂ ଏକ ଦଣ୍ଡନୀୟ ଅପରାଧ। ବର୍ତ୍ତମାନ ସୟମରେ ରାଜ୍ୟର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନରେ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ ନିକଟ ଅତିତରେ ପଶ୍ଚିମ ଓଡିଶର ଅନେକ ସ୍କୁଲ, କଲେଜ ଏପରି କି ଭିସୁଟରେ ମଧ୍ୟ ରେଗିଂ ଅଭିଯୋଗ ଆସୁଛି। ଏଣୁ ଏନେଇ ଶିକ୍ଷାନୁଷ୍ଠାନ ଗୁଡିକ ପିଲାଙ୍କୁ ସଚେତନ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।