ଫଡନାଭୀସଙ୍କୁ ସଞ୍ଜୟଙ୍କ ଜବାବ; `କରାଚୀ ନୁହେଁ ପ୍ରଥମେ ଫିଓକେ ଫେରାଇ ଆଣ`
ଶିବସେନା ନନ୍ଦଗାଓଁକରଙ୍କ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲା।
ମୁମ୍ବାଇ: 'ଅଖଣ୍ଡ ଭାରତ' (Akhand Bhaarat)ପ୍ରସଙ୍ଗକୁ ନେଇ ମୁହାଁମୁହାଁ ହୋଇଛନ୍ତି ଦୁଇ ପୂର୍ବତନ ସହଯୋଗୀ ବିଜେପି-ଶିବସେନା (BJP-Shivsena)। ଏହି ପ୍ରସଙ୍ଗରେ ମତ ରଖି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ (Ex Maharastra CM)ଦେବେନ୍ଦ୍ର ଫଡନାଭୀସ (Devendra Fadnavis)କହିଛନ୍ତି, " ଅଖଣ୍ଡ ଭାରତ ସ୍ୱପ୍ନ ପୁରଣ ହେବ। ଗୋଟିଏ ଦିନ ପାକିସ୍ତାନର ଆର୍ଥିକ ରାଜଧାନୀ କରାଚୀ ଭାରତ ବର୍ଷରେ ବିଲୟ ହେବ। "
ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭୀସଙ୍କ ଏପରି ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ରାଜ୍ୟସଭା ସାଂସଦ (Shivsena Rajya Sabha MP)ସଞ୍ଜୟ ରାଉତ (Sanjay Raut)। ବିଜେପି ନେତାଙ୍କୁ ଜବାବ ଦେବା ଉଦ୍ଦେଶ୍ୟରେ ଶିବସେନା ସାଂସଦ କହିଛନ୍ତି, "ପ୍ରଥମେ ପାକିସ୍ତାନ ଅଧିକୃତ କାଶ୍ମୀର-ପିଓକେ (POK-Pakistan Occupied Kashmir)ଦଖଲ କରି ଏହାକୁ ଭାରତକୁ ଫେରାଇ ଆଣ। "
ଫଡନାଭୀସଙ୍କୁ ଜବାବ ଦେବାକୁ ଯାଇ ସଞ୍ଜୟ କହିଛନ୍ତି, "ଯଦି କରାଚୀ ହିନ୍ଦୁସ୍ତାନକୁ ଆସୁଛି ତାହେଲେ ଆମେ ଏହାକୁ ସ୍ୱାଗତ କରିବୁ। ହେଲେ ପ୍ରଥମେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଫେରାଇ ଆଣ। ଏହା ପରେ ଆମେ ମଧ୍ୟ କରାଚିରେ ପହଞ୍ଚି ପାରିବ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭୀସ କହିଥିଲେ ଆମେ ଅଖଣ୍ଡ ଭାରତରେ ବିଶ୍ୱାସ କରୁ। ଆମେ ମାନିବା ଅନୁସାରେ କରାଚି ଦିନେ ଭାରତରେ ମିଶିବ। ଶିବସେନା ନେତାଙ୍କ ଦ୍ୱାରା କରାଚି ସୁଇଟ୍ (Karachi Sweet)ସଂସ୍ଥାରୁ କରାଚି ଶବ୍ଦ ହଟାଇବା ପାଇଁ କରାଯାଇଥିବା ଦାବି ଉପରେ ଉତ୍ତର ରଖି ଏହା କହିଥିଲେ ସେ।
ଅଧିକ ପଢନ୍ତୁ: ହିନ୍ଦୁସ୍ତାନ' ଶବ୍ଦ କହିବାକୁ ନେଇ ନାରାଜ ଓୱେସୀଙ୍କ ବିଧାୟକ; ବିଧାନସଭାରେ ଜୋରଦାର ହଙ୍ଗାମା
ନିକଟରେ ଶିବସେନା ନେତା ନୀତିନ ମଧୁକର ନନ୍ଦଗାଓଁକରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ମୁମ୍ବାଇର ବାନ୍ଦ୍ରାସ୍ଥିତ କରାଚୀ ସୁଇଟ୍ ଦୋକାନ ମାଲିକଙ୍କୁ ଦୋକାନ ନାଁରୁ କରାଚୀ ଶବ୍ଦ ହଚାଇବାକୁ ଚେତାବନୀ ଦେଇଥିଲେ। ତାଙ୍କର କହିବା ଅନୁସାରେ ପାକିସ୍ତାନ, ଭାରତ ବିରୋଧି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ରହୁଛି। ଏହି କାରଣରୁ କରାଚୀ ଶବ୍ଦ ବ୍ୟବହାର କରିବା ଠିକ ନୁହେଁ। ଶିବସେନା ନନ୍ଦଗାଓଁକରଙ୍କ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲା।
ଦଳୀୟ ନେତାଙ୍କ ବୟାନରୁ ନିଜକୁ ଦୂରେଇ ନେଇଥିଲା ଶିବସେନା। ଏହା ଦଳର ବୟାନ ନୁହେଁ ବୋଲି କୁହାଯାଇଥିଲା। କରାଚି ବେକରୀ (Karachi Bakery) ଏବଂ କରାଚି ମିଠା (Karachi Sweets)ଗତ ୬୦ ବର୍ଷ ଧରି ମୁମ୍ବାଇ (Mumbai)ଠାରେ ରହିଛି ଏବଂ ପାକିସ୍ତାନ ସହିତ କୌଣସି ସମ୍ପର୍କ ନାହିଁ। ଦୋକାନର ନାମ ପରିବର୍ତ୍ତନ କରିବାର କୌଣସି ଅର୍ଥ ନାହିଁ।