ଶପଥ ଗ୍ରହଣ କରିବା ସମୟରେ ହିନ୍ଦୁସ୍ତାନ ଶବ୍ଦ କହିବାକୁ ନେଇ ନାରାଜ ହୋଇଥିଲେ।
Trending Photos
ପାଟନା: ନିର୍ବାଚନ ସରିବା ପରେ ସୋମବାର (ନଭେମ୍ବର ୨୩, ୨୦୨୦) ସପ୍ତଦଶ ବିହାର ବିଧାନସଭାର (Bihar Legislative Assembly)ପ୍ରଥମ ଅଧିବେଶନ ବେଶ ଧମକାଦାର ଢଙ୍ଗରେ ଆରମ୍ଭ ହୋଇଯାଇଛି। ହେଲେ ପ୍ରଥମ ଦିନରୁ ଗୃହରେ ସ୍ୱାଭାବିକ ସ୍ଥିତି ପରିବର୍ତ୍ତେ ହଙ୍ଗାମା ଦେଖିବାକୁ ମିଳିଛି।
ପ୍ରଥମ ଥର ଲାଗି ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରି ସପ୍ତଦଶ ବିହାର ବିଧାନସଭାକୁ ପ୍ରବେଶ ହାଇଦ୍ରବାଦ ଲୋକସଭା ସାଂସଦ (Hyderabad Lok Sabha MP)ଅସାଦୁଦ୍ଦିନ ଓୱେସୀଙ୍କ (Asiduddin Owaisi)ନେତୃତ୍ୱାଧିନ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (AIMIM-All India Majlis-e-Ittehadul Muslimeen)।
ହେଲେ ଚଳିତ ବିଧାନସଭା ଅଧିବେଶନର ପ୍ରଥମ ଦିନରୁ ଗୃହରେ ଓୱେସୀଙ୍କ ଦଳର ବିଧାୟକ ଅଖତରୁଲ ଇମାନଙ୍କୁ (Akhtarul Iman)ନେଇ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ଶପଥ ଗ୍ରହଣ କରିବା ସମୟରେ ହିନ୍ଦୁସ୍ତାନ ଶବ୍ଦ କହିବାକୁ ନେଇ ନାରାଜ ହୋଇଥିଲେ। ଏପରିକି ଶପଥ ନେବା ସମୟରେ ଭାରତ ଶବ୍ଦ ବ୍ୟବାହାର କରିଥିଲେ। ଯାହାକୁ ବିରୋଧ କରିଥିଲେ ଶାସକ ଜେଡିୟୁ-ବିଜେପି (JDU-BJP)।
ଅଧିକ ପଢନ୍ତୁ: ଗୁପକାର ଗ୍ୟାଙ୍ଗ ଗୁପ୍ତ ଷଡଯନ୍ତ୍ରରେ ବର୍ବାଦ ହୋଇଯିବ କଂଗ୍ରେସ: କେନ୍ଦ୍ରମନ୍ତ୍ରୀ
ଏ ପ୍ରସଙ୍ଗରେ ମତ ରଖି ବିଜେପି ବିଧାୟକ ପ୍ରମୋଦ କୁମାର କହିଛନ୍ତି ଏହା ଦେଶ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ଯେଉଁଠି ହିନ୍ଦୁସ୍ତାନ (Hindustan)କହିବା ପାଇଁ ଲୋକଙ୍କୁ ଆପତ୍ତି ହେଉଛି। ଜନସାଧାରଣ ଏପରି ଲୋକଙ୍କୁ କଦାପି କ୍ଷମା କରିବେ ନାହିଁ। ଅନ୍ୟପଟେ ଜେଡିୟୁ ବିଧାୟକ ମଦନ ସାହନି କହିଛନ୍ତି ଏଆଇଏମଆଇଏମ ବିଧାୟକ ଏଭଳି କିଛି କହିନାହାଁନ୍ତି। ୫ଟି ଭାଷାରେ ଶପଥ ନେବା ପାଇଁ ବ୍ୟବସ୍ଥା ହୋଇଥିଲା।
ସବୁ ଭାଷାରେ ଭାରତ ଲେଖା ହୋଇଥିଲା। ହେଲେ ଉର୍ଦ୍ଦୁ (Urdu)ଭାଷାରେ ଭାରତ ପରିବର୍ତ୍ତେ ହିନ୍ଦୁସ୍ତାନ ଲେଖାଯାଇଥିଲା, ଯେଉଁଥିରେ ସେ କେବଳ ପଚାରିଥିଲେ ଏହା ଠିକ କି ନୁହେଁ। କଂଗ୍ରେସ ବିଧାୟକ ଆନନ୍ଦ ଶଙ୍କର କହିଛନ୍ତି ହିନ୍ଦୁସ୍ତାନ ଶବ୍ଦ ଉପରେ କାହାରି ଆପତ୍ତି ନାହିଁ।