Saudi Arabia Ban Abaya Dres: ସଦ୍ୟ ସାଉଦି ଆରବ  ଶିକ୍ଷା ଏବଂ ପ୍ରଶିକ୍ଷଣ ମୂଲ୍ୟାଙ୍କନ ଆୟୋଗ ଏକ ବଡ  ଘୋଷଣା କରିଛି। ଏନେଇ କୁହାଯାଇଛି ଯେ ଦେଶର ଛାତ୍ରୀ ପରୀକ୍ଷା ସମୟରେ ପାରମ୍ପାରିକ ସାଉଦି ଆରବ ପୋଷାକ ଅବାୟା ପିନ୍ଧି ପାରିବେ ନାହିଁ। ପରୀକ୍ଷା ହଲ ଭିତରେ ଛାତ୍ରୀ ସ୍କୁଲ ୟୁନିଫର୍ମ ଅନୁସରଣ କରିବା ଆବଶ୍ୟକ ବୋଲି ଆୟୋଗ ଗୁରୁତ୍ୱାରୋପ କରିଛି। ଆୟୋଗ ଏହା ମଧ୍ୟ କହିଛି ସାର୍ବଜନୀନ ଶାଳୀନତା ଅଧୀନରେ ପୋଷାକର ପ୍ରଭାବଶାଳୀ ନିୟମ ପାଳନ କରାଯିବା ଆବଶ୍ୟକ। ଡିସେମ୍ବର ୧୮ ତାରିଖ ରବିବାର ଏ ସମ୍ପର୍କିତ ଘୋଷଣା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସାଉଦି ଆରବ (Saudi Arabia) ଶିକ୍ଷା ଏବଂ ପ୍ରଶିକ୍ଷଣ ମୂଲ୍ୟାଙ୍କନ ଆୟୋଗ (Education and Training Evaluation Commission) ପୂର୍ବରୁ ଶିକ୍ଷା ମୂଲ୍ୟାଙ୍କନ ପ୍ରାଧିକରଣ (Education Assessment Authority) ଭାବେ ଜଣାଶୁଣା ଥିଲା। ଏହା ଏକ ସରକାରୀ ସଙ୍ଗଠନ ଯାହା ସାଉଦି ଆରବ ଶିକ୍ଷା ମନ୍ତ୍ରଣାଳୟ (Saudi Arabia Ministry of Education) ସହିତ ଦେଶରେ ଶିକ୍ଷା ଏବଂ ପ୍ରଶିକ୍ଷଣ ତାଲିମ ପ୍ରଣାଳୀର ଯୋଜନା, ମୂଲ୍ୟାଙ୍କନ ଏବଂ ମାନ୍ୟତା ପ୍ରଦାନ ପାଇଁ ଦାୟୀ। ମନ୍ତ୍ରୀ ପରିଷଦର ଆଦେଶ ନମ୍ବର ୧୨୦ ପରେ ୨୦୧୭ ବର୍ଷରେ ଏକ ସରକାରୀ ସଂସ୍ଥା ଭାବରେ ପ୍ରତିଷ୍ଠିତ ଏହି ସଂସ୍ଥା ଆଇନଗତ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାଧୀନ। ଏହି ସଂସ୍ଥା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରିଥାଏ।


ପୂର୍ବରୁ ସାଉଦି ଆରବ ସରକାର ମହରମ ଅର୍ଥାତ୍ ପୁରୁଷ ଅଭିଭାବକ ବିନା ହଜ୍ କିମ୍ବା ଉମରା କରୁଥିବା ମହିଳାଙ୍କୁ ନେଇ ଏକ ବଡ଼ ଘୋଷଣା କରିଥିଲେ। ଏନେଇ କୁହାଯାଇଥିଲା ଯେ ଏଣିକି କୌଣସି ମହିଳା ହଜ କିମ୍ବା ଉମରା ଯାତ୍ରା ମହରମ ଅର୍ଥାତ ବିନା କୌଣସି ପୁରୁଷ ଅଭିଭାବକରେ କରିପାରିବେ। ସାଉଦି ଆରବ ମହରମ ବିନା ହଜ୍ ଯାତ୍ରା କରିବା ବ୍ୟତୀତ ମହିଳାଙ୍କ ଅଧିକାରକୁ ନେଇ ଅନେକ ବଡ଼ ପରିବର୍ତ୍ତନ କରିଛି। ଏତେ ବଡ ଏବଂ ନିର୍ଭୀକ ନିଷ୍ପତ୍ତି ନେଇଥିବାରୁ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ପ୍ରଶଂସା କରାଯାଉଛି। ସାଉଦି ଆରବ ଯୁବ ରାଜକୁମାର ସର୍ବଦା ତାଙ୍କର ବୈପ୍ଳବିକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।


Also Read: Saudi Arabia: ମହିଳାଙ୍କ ହଜ୍-ଉମରାହ ଯାତ୍ରା ବାବଦରେ ବଡ଼ ନିଷ୍ପତ୍ତି ନେଲେ ସାଉଦି ଆରବ ସରକାର


ଏହି ନିୟମ ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ଲାଗୁ ହୋଇସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ଏବଂ ଶିଶୁଙ୍କୁ କେବଳ ମେହରମ ସହିତ ହଜ୍ ଯିବାକୁ ଅନୁମତି ଦିଆଯାଇଥିଲା। ମେହରମ ହେଉଛି ସେହି ପୁରୁଷ ସାଥୀ ଯିଏ ପୁରା ହଜ୍ ସମୟରେ ମହିଳାଙ୍କ ସହିତ ରହିଥାନ୍ତି। ଅତୀତରେ କେତେକ ମାମଲାରେ ୪୫ ବର୍ଷରୁ ଅଧିକ ମହିଳାଙ୍କୁ ମେହରମ ବିନା ହଜ୍ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ସମସ୍ତ ମହିଳାଙ୍କ ପାଇଁ ଏହି ଅନୁମତି ଦିଆଯାଇ ନଥିଲା। ସାଉଦି ଆରବ ହଜ୍ ଏବଂ ଉମରାହ ମନ୍ତ୍ରୀ (Saudi Arabia Hajj and Umrah Minister) ତୌଫୀକ୍ ଅଲ ରବିୟା (Dr. Tawfiq bin Fawzan Al Rabiah) କହିଛନ୍ତି ଯେ ଜଣେ ମହିଳା ବିନା ମେହରମରେ ଉମରାହ କରିବା ପାଇଁ ଆସିପାରିବେ। ଏହି ଆଦେଶ ସାଉଦି ଆରବର ଦଶନ୍ଧି ପୁରୁଣା ପ୍ରଥାକୁ (Old Tradition) ସମାପ୍ତ କରିଦେଇଛି।