ବିଶ୍ୱରେ ଚତୁର୍ଥ ସର୍ବବୃହତ୍ତ ସୁନ୍ନୀ ଇସଲାମୀୟ ଦେଶ ଦେଇଛି ସାଉଦି ଆରବ।
Trending Photos
ରିୟାଦ: ତବଲିଗ ଜମାତ ଉପରେ କଟକଣା ଲଗାଇଛି ମୁସଲିମ ଦେଶ ସାଉଦି ଆରବ। ଏହି ସୁନ୍ନୀ ଇସଲାମୀୟ ସଙ୍ଗଠନ ହେଉଛି ଆତଙ୍କବାଦର ଏକ ଦ୍ୱାର ଏବଂ ସମାଜ ପାଇଁ ବିପଦ ବୋଲି ସାଉଦି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶୁକ୍ରବାର ମସଜିଦ ଠାରେ ହେଉଥିବା ପ୍ରାର୍ଥନା ସଭାରେ ଏହି ସଙ୍ଗଠନ ବାବଦରେ ଲୋକଙ୍କୁ ଅବଗତ କରିବା ପାଇଁ ମସଜିଦ ପ୍ରଚାରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ସାଉଦି ସରକାରଙ୍କ (Saudi Govt) ଇସଲାମ ବ୍ୟାପାର ମନ୍ତ୍ରଣାଳୟ (Ministry of Islamic Affair) ପକ୍ଷରୁ କୁହାଯାଇଛି ଇସଲାମ ବ୍ୟାପାର ମନ୍ତ୍ରୀ (Saudi Islamic Affairs Minister) ଡକ୍ଟର ଅବଦୁଲତିଫ ଅଲ ଅଲଶେଖ (Dr. Abdullatif Al Alsheikh) ମସଜିଦ ପ୍ରଚାରକଙ୍କ (Mosque Preacher) ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଶୁକ୍ରବାର ଅନୁଷ୍ଠିତ ହେଉଥିବା ପ୍ରାର୍ଥନା ସଭାରେ ସେମାନେ ତବଲିଗ ଜମାତ (Tablighi Jamaat) ଏବଂ ଦାୱା (Dawah) ଭଳି ସଙ୍ଗଠନ ବାବଦରେ ଲୋକଙ୍କୁ ଅବଗତ କରାନ୍ତୁ। ଯାହାକୁ ଅଲ ଅହବାବ (Al Ahbab) କୁହାଯାଇଥାଏ।
ଏ ପ୍ରସଙ୍ଗରେ ସାଉଦି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ଏଣିକି ଦେଶର ମସଜିଦ ପ୍ରଚାରକ ଲୋକଙ୍କୁ ତବଲିଗ ଜମାତ ଏବଂ ଏଭଳି ସୁନ୍ନୀ ଇସଲାମୀୟ ସଙ୍ଗଠନ ଠାରୁ ସମାଜ ପାଇଁ ରହିଥିବା ବିପଦ ବାବଦରେ ଅବଗତ କରାଇବେ। ଆତଙ୍କବାଦକୁ ନଜରରେ ରଖି ତବଲିଗ ଜମାତ ଏବଂ ଦାୱା ଭଳି ସଙ୍ଗଠନ ଉପରେ ଦେଶରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ସାଉଦି ଇସଲାମ ବ୍ୟାପାର ମନ୍ତ୍ରଣାଳୟ (Saudi Islamic Affair Ministry) ପକ୍ଷରୁ କୁହାଯାଇଛି। ବିଶ୍ୱରେ ଚତୁର୍ଥ ସର୍ବବୃହତ୍ତ ସୁନ୍ନୀ ଇସଲାମୀୟ ଦେଶ (Sunni Islamic Country) ଦେଇଛି ସାଉଦି ଆରବ।
Also Read: Mosque Loud Speaker; Volume ନିୟନ୍ତ୍ରଣକୁ ନେଇ ବିତର୍କ ଜାରି, ବଦଳିବ ନାହିଁ ନିଷ୍ପତ୍ତି
ତବଲିଗ ଜମାତ ହେଉଛି ଏକ ସୁନ୍ନୀ ଇସଲାମିକ୍ ମିଶନାରୀ ଆନ୍ଦୋଳନ ଯାହା ମୁସଲମାନଙ୍କୁ ଉତ୍ସାହିତ କରିବା ଏବଂ ଇସଲାମୀୟ ଭବିଷ୍ୟଦ୍ବକ୍ତା ମହମ୍ମଦଙ୍କ ଅନୁଯାୟୀ ଧର୍ମକୁ ଫେରିବାକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ। ଏଥିରେ କେବଳ ମୁସଲମାନଙ୍କ ରୀତିନୀତି, ପୋଷାକ ଏବଂ ବ୍ୟକ୍ତିଗତ ଆଚରଣ ଉପରେ ଗୁରୁତ୍ୱାରୋପ ଦିଆଯାଇଥାଏ। ଏହାକୁ ୧୯୨୬ ମସିହାରେ ମହମ୍ମଦ ଇଲିଆସ୍ କାନ୍ଦଲାୱିଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା।