ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍‍ ତଥା  ପୁଲିସ ଆଧୁନୀକୀକରଣ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ ହାଉସିଂ କର୍ପୋରେସନ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୧୯୯୫ ବ୍ୟାଚ ଆଇପିଏସ୍‍ ଶ୍ରୀ ସୌମେନ୍ଦ୍ରଙ୍କୁ ନିଜ ଦାୟିତ୍ୱ ସହ କର୍ପୋରେସନ୍‍ର ଦାୟିତ୍ୱ ତୁଲାଇବାକୁ ହେବ। ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଏବଂ ଗୁଇନ୍ଦା ନିର୍ଦ୍ଦେଶକ  ଭାବେ ଅନେକ ଦିନ ଦାୟିତ୍ୱ ତୁଲାଇଛନ୍ତି।


COMMERCIAL BREAK
SCROLL TO CONTINUE READING