SBI New Rules: ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ସୁରକ୍ଷା ପାଇଁ ନିୟମରେ ପରିବର୍ତ୍ତନ ଆଣିଛି । ନୂତନ ନିୟମ (SBI New Rules) ଅନୁଯାୟୀ, ବର୍ତ୍ତମାନ ଗ୍ରାହକମାନେ କେବଳ ସେହି ସମାନ ଫୋନରୁ ଷ୍ଟେଟ ବ୍ୟାଙ୍କର YONO ଆପ୍ଲିକେସନରେ ଲଗ୍ ଇନ୍ କରିପାରିବେ, ଯେଉଁ ଫୋନର ନମ୍ବରକୁ ସେମାନ ବ୍ୟାଙ୍କରେ ପଞ୍ଜୀକୃତ କରିଛନ୍ତି । ଏହି ନିୟମ ପରେ, ଆପଣ କୌଣସି ଫୋନ୍ ନମ୍ବରରୁ ବ୍ୟାଙ୍କିଙ୍ଗ (SBI Banking) ସେବା ନେଇପାରିବେ ନାହିଁ । ବ୍ୟାଙ୍କ କହିଛି ଯେ ଏହି ପଦକ୍ଷେପ ସହିତ ଗ୍ରାହକଙ୍କୁ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଠକେଇରୁ ରକ୍ଷା କରାଯାଇହେବ ।


COMMERCIAL BREAK
SCROLL TO CONTINUE READING

ଅନଲାଇନ୍ ଠକେଇର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି SBI YONO ଆପରେ ଏହି ନୂତନ ଅପଗ୍ରେଡ୍ କରିଛି । ଏହା ସହିତ ଗ୍ରାହକଙ୍କ କାରବାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ ଏବଂ ସେମାନେ ଅନଲାଇନ୍ ଠକେଇର ଶିକାର ହେବାରୁ ବଞ୍ଚି ପାରିବେ ।


ନୂତନ ପଞ୍ଜୀକରଣ ପାଇଁ ଗ୍ରାହକମାନେ ସେହି ସମାନ ଫୋନ୍ ବ୍ୟବହାର କରିବା ଉଚିତ ଯେଉଁଥିରେ ସେମାନେ ବ୍ୟାଙ୍କରେ ପଞ୍ଜୀକୃତ କରିଛନ୍ତି । ବର୍ତ୍ତମାନ ଏହି ନୂତନ ନିୟମ ଅନୁଯାୟୀ, ଆପଣ କୌଣସି ଫୋନ୍ ମାଧ୍ୟମରେ ଆପ୍ ଲଗ୍ ଇନ୍ କରିପାରିବେ ନାହିଁ, ଯେତେବେଳେ କି ପୁରୁଣା ଗ୍ରାହକମାନେ ଯେକୌଣସି ଫୋନରୁ ଲଗ୍ ଇନ୍ କରିପାରିବେ ।



SBI ର ନୂଆ ଅପଗ୍ରେଡ୍
ଏଟିଏମ୍ ଠକେଇର ବୃଦ୍ଧି ଘଟୁଥିବା ଘଟଣାକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ କାର୍ଯ୍ୟର ସୁରକ୍ଷାକୁ ଉନ୍ନତ କରିଛି । ଏହି ଅପଗ୍ରେଡ୍ ପରେ, ଯେତେବେଳେ ଆପଣ ATM ରୁ ୧୦ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କା ଉଠାଇବାକୁ ଯାଆନ୍ତି, ସେତେବେଳେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ବ୍ୟାଙ୍କରୁ ଏକ OTP ଆସିବ, ଯାହାକୁ ଏଟିଏମ୍ ମେସିନରେ ଟାଇପ୍ କରିବାକୁ ପଡିବ । ଆପଣ କେବଳ OTP ଏଣ୍ଟ୍ରି କରିବା ପରେ ATM ରୁ ଟଙ୍କା ଉଠାଇବାକୁ ସକ୍ଷମ ହେବେ । ୯,୯୯୯ ଟଙ୍କା କିମ୍ବା ତା’ଠାରୁ କମ୍ ଟଙ୍କା ପ୍ରତ୍ୟାହାର କରିବା ଆପି OTP ର ଆବଶ୍ୟକ ପଡିବ ନାହିଁ ।


ରାତି ୮ ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ୧୦,୦୦୦ ରୁ ଅଧିକ ନଗଦ ଟଙ୍କା ଉଠାଇବା ପାଇଁ, ମୋବାଇଲ୍ ଫୋନରେ ଡେବିଟ୍ କାର୍ଡ ପିନ୍ ସହିତ OTP ଏଣ୍ଟ୍ରି କରିବାକୁ ପଡିବ । ଏହି ସୁବିଧା ସମସ୍ତ ଷ୍ଟେଟ ବ୍ୟାଙ୍କ ଏଟିଏମରେ ଉପଲବ୍ଧ । ଅଣ- SBI ATM ରେ OTP ଆଧାରିତ ପ୍ରତ୍ୟାହାର ଉପଲବ୍ଧ ନାହିଁ ।


ଏହା ବି ପଢ଼ନ୍ତୁ: କ୍ରିପ୍ଟୋକରେନ୍ସିକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିବ RBI!


ଏହା ବି ପଢ଼ନ୍ତୁ: ସପ୍ତାହରେ ୨ ଦିନ ବଦଳରେ ୩ ଦିନ ମିଳିବ ଛୁଟି! FY-୨୩ ମଧ୍ୟରେ ଲାଗୁହେବ ଲେବର କୋଡ୍