ହାଇଦ୍ରାବାଦ: ଦେଶରେ ଦିନକୁ ଦିନ କୋରୋନା ଭାଇରସ ତାର ପ୍ରକୋପ କମାଇବାରେ ଲାଗିଛି । ସବୁ ରାଜ୍ୟରେ ବି କୋରୋନା ସଂକ୍ରମଣ କମିବା ସହ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି । ଯାହାଫଳରେ କିଛି କିଛି ରାଜ୍ୟ ଅନଲକ୍ ପ୍ରକ୍ରିୟା ଜାରି ରଖିଛନ୍ତି । ହେଲେ ଗତକାଲି ତେଲେଙ୍ଗାନା କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଥିଲା । ଆଜିଠାରୁ ପୁରା ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଲକଡାଉନକୁ ହଟାଇ ଦିଆଯାଇଛି । ତେବେ ରାଜ୍ୟରେ ସବୁ କିଛି ଧିରେ ଧିରେ ଲକଡାଉନ ହଟୁଥିବା ବେଳେ ସ୍କୁଲ ଓ କଲେଜ ଖୋଲିବା ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର ।


COMMERCIAL BREAK
SCROLL TO CONTINUE READING

କୋରୋନା ଭାଇରସ (Corona Pandemic) କମିବା କାରଣରୁ ତେଲେଙ୍ଗାନା ରାଜ୍ୟରେ ସରକାର ଏବେ ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେଲେଙ୍ଗାନା ସରକାର (Telangana Government) ଜୁଲାଇ ମାସ ୧ ତାରିଖରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କୁହାଯାଇଛି । କାରଣ ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖି ଗତ ଏକମାସ ଧରି ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିଲା ।


Also Read: ପୁରୁଣା ୫୦୦ ଟଙ୍କା ବଦଳରେ ଏହି ଉପାୟରେ ପାଆନ୍ତୁ ୧୦ ହଜାର ଟଙ୍କା !


ଏକ ଅଧିକାରୀକ ବିଜ୍ଞପ୍ତି ଅନୁସାରେ କୁହାଯାଇଛି ଯେ, ରାଜ୍ୟ ମନ୍ତ୍ରୀମଣ୍ଡଳ ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି ଯେ, ସବୁ ବିଭାଗ ର ଅଧିକାରୀଙ୍କୁ ଲକଡାଉନ (Lockdown)ରେ ଲଗାଯାଇଥିବା ସମସ୍ତ କଟକଣାକୁ ହଟାଇ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ଏ ନିଷ୍ପତ୍ତି ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗକ ଅଧିକାରୀଙ୍କ ଦ୍ୱାରା ରାଜ୍ୟରେ Covid-19 ମାମଲାର ହ୍ରାସ ପରେ ଏହାକୁ ବିଚାରକୁ ନିଆଯାଇ ନିଷ୍ପତ୍ତି ନିଆଯାଇଛି ।


Also Read: ଅନ୍ଧ ବିଶ୍ୱାସରୁ ଜଣଙ୍କୁ ହତ୍ୟା; ଗିରଫ ଭୟରେ ପୁରୁଷଶୂନ୍ୟ ହୋଇଗଲା ଗାଁ


ତେଲେଙ୍ଗାନା ମନ୍ତ୍ରୀମଣ୍ଡଳ ଏହା ମଧ୍ୟ କହିଛି ଯେ, ପଡ଼ୋଶୀ ରାଜ୍ୟରେ ବି ସଂକ୍ରମଣ ମାମଲା କମି କମି ଆସୁଛି । ଜୁନ ୮ରେ ମନ୍ତ୍ରୀମଣ୍ଡଳ ରାଜ୍ୟରେ ଲକଡାଉନ (Lockdown) ପର୍ଯ୍ୟାୟ କ୍ରମେ ବଢାଇଥିଲା । ସେପଟେ ଶିକ୍ଷା ବିଭାଗ ଏକ ଜୁଲାଇରେ ସବୁ ଶିକ୍ଷାନୁଷ୍ଠାନ ଓ ଇନଷ୍ଟିଚ୍ୟୁଟ୍ ଖୋଲିବା ନେଇ ନିର୍ଦ୍ଦେଶ ଜାରି କରିଛି । ଆଉ ଶ୍ରେଣୀ କକ୍ଷରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହିବ ବୋଲି ସେ କହିଛନ୍ତି । ଏହାର ଅର୍ଥ ଜୁଲାଇ ୧ ରେ ତେଲେଙ୍ଗାନା ରାଜ୍ୟରେ ସ୍କୁଲରେ ଅଫଲାଇନ କ୍ଲାସ (Ofline Class) ଆରମ୍ଭ ହେବ ।