ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି ଗ୍ରାମର ୧୪ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।
Trending Photos
ବ୍ରହ୍ମପୁର: ଦେଶ ସ୍ୱାଧିନ ହେବାର ୭ ଦଶନ୍ଧି ପରେ ମଧ୍ୟ ସଚେତନାରୁ ଅଭାବ ବଞ୍ଚିତ ଅନେକ ଗ୍ରାମ। ବୈଜ୍ଞାନିକ ଯୁଗରେ ମଧ୍ୟ ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ହୋଇ ଅମାନବୀୟ କାଣ୍ଡ ବିହାଇବାକୁ ପଛାଉନାହାଁନ୍ତି ଅନେକ ଲୋକେ। ସଦ୍ୟ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ରାମେୟାପଲ୍ଲୀ ଗ୍ରାମରେ ଘଟିଯାଇଛି ଏଭଳି ଏକ ଘଟଣା। ଯେଉଁଠି ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ସଂଘବଦ୍ଧ ଭାବେ ପିଟି ପିଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି ଗ୍ରାମର ୧୪ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସେପଟେ ଗିରଫ ଭୟରେ ପୁରୁଷଶୂନ୍ୟ ହୋଇଯାଇଛି ଗାଁ। ଅନ୍ଧବିଶ୍ଵାସର (Superistition) ଅନ୍ଧ ଗଳିରେ ବଶୀଭୂତ ଗ୍ରାମବାସୀ। ଏବେ ମଧ୍ୟ ଗାଁ ଲୋକଙ୍କୁ ଘାରୁଛି ଗୁଣି ଗାରେଡି ଭୟ। ଗୁଣିଆ ସନ୍ଦେହରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଗଞ୍ଜାମ (Ganjam) ଜିଲ୍ଲା ଚମାଖଣ୍ଡି ଥାନା (Chamakhandi Police Station) ଅନ୍ତର୍ଗତ ରାମେୟାପଲ୍ଲୀ ଗ୍ରାମରେ ଘଟିଯାଇଛି ଏଭଳି ଘଟଣା।
Also Read: ଗୁଣିଆ ସନ୍ଦେହରେ ଜଣଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ
ତାନ୍ତ୍ରିକ ବିଦ୍ୟା ମାଧ୍ୟମରେ ଗାମକୁ କବଳିତ କରିବା ଲାଗି ଉଦ୍ୟମ କରୁଥିବା ନେଇ ସେହି ଗ୍ରାମର ପି.ଭୀମରାଜୁ ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଦୀର୍ଘ ଦିନ ଧରି ଗ୍ରାମବାସୀଙ୍କ ସନ୍ଦେହ ଘନୀଭୂତ ହୋଇଆସୁଥିଲା। ଏପରିକି ଅଲୌକିକ ଶକ୍ତିକୁ ହାସଲ କରିବା ଲାଗି ଗ୍ରାମରେ ଗତକାଲି ଭୀମରାଜ ବ୍ରହ୍ମପୁର (Berhampur) ଅଞ୍ଚଳର ଏନ୍.ଭେଙ୍କଟ ରମଣ ଏବଂ ପି.ଧବଳେଶ୍ୱର ନାମକ ୨ ଗୁଣିଆକୁ ଗ୍ରାମକୁ ଡାକି ପୂଜାପାଠ କରୁଥିବାର ସୁରାକ ପାଇବା ପରେ ଉତ୍ତେଜିତ ହୋଇଉଠିଥିଲେ ଗାଁ ଲୋକେ।
ପୂଜାପାଠରେ ଲିପ୍ତ ଥିବା ସେହି ୩ ଜଣ ବ୍ଯକ୍ତଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏ ଘଟଣାର ବ୍ରହ୍ମପୁର ଅଞ୍ଚଳର ଏନ.ଭେଙ୍କେଟରମଣ ନାମକ କଥିତ ଗୁଣିଆଙ୍କ ମୃତ୍ୟୁ ହୋଇଥିବା ବେଳେ ପି.ଭୀମରାଜୁଙ୍କ ସହ ପି.ଧବଳେଶ୍ୱର ଗୁରୁତର ଆହତ ହୋଇଥିଲେ। ଏ ଘଟଣାକୁ ନେଇ ଗ୍ରାମରେ ସୃଷ୍ଟି ହୋଇଥିବା ଉତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପିଙ୍କ ନେତୃତ୍ଵରେ ସ୍ବତନ୍ତ୍ର ପୋଲିସ ଟିମ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଭୟ ଗୁରୁତରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଛି।
Also Read: ଗୁଣି ସନ୍ଦେହରେ ବାପା-ପୁଅକୁ ହତ୍ୟା ଘଟଣା: ଗୋଟିଏ ଗ୍ରାମର ୧୨ ଗିରଫ
ଅନ୍ୟପଟେ ଗ୍ରାମବାସୀଙ୍କ ପ୍ରାଣ ହରାଇଥିବା ଭେଙ୍କେଟରମଣଙ୍କ ମୃତଦେହକୁ ଗ୍ରାମରୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏହି ହତ୍ୟାକାଣ୍ଡରେ କାହାର ସମ୍ପୃକ୍ତ ରହିଛି ସେ ନେଇ ତଦନ୍ତ ଆରମ୍ଭ କରୁଛି। ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡିଥିବା ବେଳେ ୧୪ ଜଣ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଖୁବଶୀଘ୍ର ଅନ୍ଯ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ସଚେତନତା ଅଭାବରୁ ଏବେ ମଧ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିନଥିବା ବେଳେ ଏ ଘଟଣାରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।